ନୂଆଦିଲ୍ଲୀ,୦୩/୦୩; ସଞ୍ଜୁ ସାମସନ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ମ୍ୟାଚରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ବିଜୟୀ ୯୭ ରନର ଦମଦାର ଇନିଂସ ଖେଳିଥିଲେ । ଏହା କେବଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ନଥିଲା ଏହା ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଦିଆଯାଇଥିବା ଏକ ପ୍ରତିଶ୍ରୁତି ପୂରଣ ଥିଲା । ଏହା ଧୈର୍ଯ୍ୟ, ବିଶ୍ୱାସ ଏବଂ ଜଣେ ଅଧିନାୟକଙ୍କ ଭରସାର କାହାଣୀ ଥିଲା । ଟି-ଟ୍ୱେଣ୍ଟି ବିଶ୍ୱକପ ପ୍ରଥମ ମ୍ୟାଚ ଭାରତ ଆମେରିକା ବିପକ୍ଷରେ ଖେଳିଥିଲା । ସେଦିନ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମା ଉପସ୍ଥିତ ଥିଲେ । ସେ ଜାଣିଥିଲେ ସଞ୍ଚୁ ସାମସାମ ଚୂଡାନ୍ତ ଏକାଦଶରେ ରହିବେ ନାହିଁ । ସେ ସଞ୍ଚୁଙ୍କୁ କହିଥିଲେ ଦୁଃଖ କରନି, ତୁମକୁ ବି ଦିନେ ସୁଯୋଗ ମିଳିବ ପ୍ରସ୍ତୁତ ରୁହ । ଆଉ ତାହା ହିଁ ହେଲା । ୱେଷ୍ଟ ଇଣ୍ଡିଜ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳକୁ ଜିତାଇ ସେମିଫାଇନାଲରେ ପହଞ୍ଚାଇଛନ୍ତି ସଞ୍ଜୁ ସାମସନ ।
ଯେବେ ପ୍ଲେଇଂ-୧୧ରୁ ବାହାରେ ଥିଲେ- ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଭାରତର ପ୍ରଥମ ପସନ୍ଦ ଟି-ଟ୍ୱେଣ୍ଟି ଓପନର ହେବା ସତ୍ତ୍ୱେ, ୱାଙ୍ଖଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦିଆଯାଇଥିଲା । ଇଶାନ କିଶାନ ଭଲ ଫର୍ମରେ ଥିବାରୁ ସଞ୍ଜୁଙ୍କୁ ତାଙ୍କ ପାଳି ଅପେକ୍ଷା କରିବାକୁ ବାଧ୍ୟ କରିଥିଲା । ଏହା ଖେଳାଳିଙ୍କ ପାଇଁ ଏକ ମାନସିକ ଭାବରେ ଚ୍ୟାଲେଞ୍ଜିଂ ସମୟ ଥିଲା, କିନ୍ତୁ ତା’ପରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଏକ ପରାମର୍ଶ ଦେଇଥିଲେ ।
ରୋହିତଙ୍କର ସେହି ୪ ମ୍ୟାଜିକ୍ ଶଦ୍ଦ- ଆଇସିସି ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି କି, ମ୍ୟାଚ୍ ପୂର୍ବରୁ ରୋହିତ ସଞ୍ଜୁଙ୍କ କାନ୍ଧରେ ହାତ ରଖି ଭାଇ ପରି ତାଙ୍କୁ ଆଲିଙ୍ଗନ କରି କହିଥିଲେ, "ତୁମେ କିପରି ଅଛ ? ଦୁଃଖ କରନାହିଁ ଭାଇ । ଏହା ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ, ସୁଯୋଗ ଯେକୌଣସି ସମୟରେ ଆସିପାରେ,ତୁମେ ପ୍ରସ୍ତୁତ ରୁହ । " ରୋହିତଙ୍କର ଏହି ୪ଟି ଯାଦୁଗରୀ ଶଦ୍ଦ ସଞ୍ଜୁଙ୍କ ପାଇଁ ସତ ହେଲା । ତାଙ୍କ ପୂର୍ବାନୁମାନ ଜଲଦୀ ବାସ୍ତବରେ ପରିଣତ ହେଲା । ଦ.ଆଫ୍ରିକା ପରାଜୟ ପରେ ଦଳରେ ପରିବର୍ତ୍ତନ ହେଲା । ୱେଷ୍ଟଇଣ୍ଡିଜ ବିପକ୍ଷରେ ଓପନିଂ କରିଥିଲା ସଞ୍ଜୁ ସାମସନ ।
ଏହା ବି ପଢନ୍ତୁ...ଜୁନ୍ରେ ଆଫଗାନିସ୍ତାନର ଭାରତ ଗସ୍ତ: ଖେଳିବ ଗୋଟିଏ ଟେଷ୍ଟ, ୩ ଦିନିକିଆ
କଷ୍ଟକର ଯାତ୍ରାକୁ ଐତିହାସିକ ଇନିଂସ- ସଞ୍ଜୁଙ୍କ ଯାତ୍ରା ସହଜ ନଥିଲା । ଏସିଆ କପରେ ତାଙ୍କୁ ବ୍ୟାଟିଂ କ୍ରମରେ ତଳଭାଗରେ ଓହ୍ଲାଇବାକୁ ଫର୍ମକୁ ବିପର୍ଯ୍ୟସ୍ତ କରିଥିଲା । ତା’ପରେ ନ୍ୟୁଜିଲାଣ୍ଡ ସିରିଜରେ ତାଙ୍କର ଖରାପ ଫର୍ମ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା (୧୦, ୬, ୦, ୨୪, ଏବଂ ୬)। କିନ୍ତୁ ସଞ୍ଜୁ ହାର ମାନିନଥିଲେ । ସେ ଡଗ୍ ଆଉଟରୁ ଏବଂ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି କିମ୍ବଦନ୍ତୀମାନଙ୍କଠୁ ଶିଖିଥିଲେ ଆଗକୁ ବଢିଥିଲେ ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୬ ରନର ବିଶାଳ ଲକ୍ଷ୍ୟ ପିଛା କରି ସଞ୍ଜୁ ଅପରାଜିତ ୯୭ ରନ୍ କରିଥିଲେ । ଏହା ଟି୨୦ ବିଶ୍ୱକପ୍ ଇତିହାସରେ ଭାରତର ସର୍ବାଧିକ ସଫଳ ରନ୍ ପିଛା ଥିଲା । ମ୍ୟାଚ୍ ପରେ ସଞ୍ଜୁ କହିଥିଲେ, "ଗତ ୧୦-୧୨ ବର୍ଷ ଧରି ଆଇପିଏଲ ଏବଂ ଭାରତୀୟ ଦଳ ସହିତ ଥିବାରୁ, ମୁଁ ସବୁବେଳେ ଖେଳିନାହିଁ, କିନ୍ତୁ ଡଗ୍ ଆଉଟ୍ ରୁ ବିରାଟ ଏବଂ ରୋହିତଙ୍କ ଭଳି କିମ୍ବଦନ୍ତୀମାନଙ୍କୁ ନିକଟରୁ ଦେଖିଛି ଏବଂ ସେମାନଙ୍କଠାରୁ ଶିଖିଛି । ଚାପରେ ସେମାନେ କ'ଣ କରନ୍ତି ତାହା ଦେଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । "