ନୂଆଦିଲ୍ଲୀ : ପାକିସ୍ତାନ ଟିମ୍ ବର୍ତ୍ତମାନ ବାଂଲାଦେଶ ବିରୁଦ୍ଧରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଢାକାର ଶେରେ ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳୁଛି। ଆଜି ଅର୍ଥାତ୍ ୯ ମଇ (ଶନିବାର) ମ୍ୟାଚର ଦ୍ୱିତୀୟ ଦିନରେ ବ୍ରୋଡକାଷ୍ଟର ଏପରି ଏକ ଭୁଲ୍ କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରୋହିତ ଶର୍ମାଙ୍କୁ ପାକିସ୍ତାନର ଅଧିନାୟକ ଭାବେ ଦର୍ଶାଗଲା ଏବଂ ଶୁଭମନ ଗିଲଙ୍କୁ ତାଙ୍କ ଓପନିଂ ପାର୍ଟନର ଭାବେ ବଛାଗଲା। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ।
ପାକିସ୍ତାନ ଏବଂ ବାଂଲାଦେଶ ଟେଷ୍ଟର ଦ୍ୱିତୀୟ ଦିନରେ ଲାଇଭ୍ ପ୍ରସାରଣ ସମୟରେ ବ୍ରୋଡକାଷ୍ଟର ପାକିସ୍ତାନର ପ୍ଲେଇଂ-୧୧ ବଦଳରେ ଭାରତର ପ୍ଲେଇଂ-୧୧ ଦେଖାଇ ଦେଇ ଥିଲେ। ଏହି ତାଲିକାରେ ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ ଶୁଭମନ ଗିଲଙ୍କୁ ଦ୍ୱିତୀୟ ନମ୍ବରରେ ରଖାଯାଇ ଥିଲା।
ଭୁଲବଶତଃ ଦେଖାଯାଇ ଥିବା ଏହି ପ୍ଲେଇଂ-୧୧ରେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ତିଲକ ବର୍ମା, ଶିବମ ଦୁବେ, ଜିତେଶ ଶର୍ମା, ରିଙ୍କୁ ସିଂହ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ଏବଂ ମୁକେଶ କୁମାର ସାମିଲ ଥିଲେ। ତେବେ ଧ୍ୟାନ ଦେବା ଭଳି କଥା ହେଉଛି ଯେ, ଏହି ତାଲିକାରୁ ବିରାଟ କୋହଲିଙ୍କ ନାମ ଗାୟବ ଥିଲା।
Broadcasting Blunder 😯
— Venky (@Cric_Venky) May 9, 2026
Indian Team as Pakistan Test team.
Graphics shown PAK vs BAN 1st Test on Day 2.
Courtesy : Fox Cricket pic.twitter.com/vKXjnB4wha
ସୋସିଆଲ ମିଡିଆରେ ଭାଇରାଲ ଫଟୋ
ଲୋକମାନେ ବ୍ରୋଡକାଷ୍ଟରଙ୍କ ଏହି ଭୁଲକୁ ତୁରନ୍ତ ଧରି ନେଇଥିଲେ ଏବଂ ସୋସିଆଲ ମିଡିଆରେ ଶେୟାର କରିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଛନ୍ତି, "ସେମାନେ ଏଠାରେ ମଧ୍ୟ ଇଣ୍ଡିଆକୁ ଭୁଲି ପାରୁ ନାହାନ୍ତି।"
Graphics shown of Indian team as Pakistan team. pic.twitter.com/XolfGWoOGe
— Mufaddal Vohra (@mufaddal_vohra) May 9, 2026
ଟେଷ୍ଟ ମ୍ୟାଚର ସ୍ଥିତି-
ଟେଷ୍ଟର ଦୁଇ ଦିନ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ବୋର୍ଡରେ ୪୧୩ ରନ୍ ସଂଗ୍ରହ କରିଛି। ଦଳ ପାଇଁ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଶତକୀୟ ପାରି ୧୦୧ ରନ୍ ଖେଳି ଥିଲେ। ଏହାଛଡ଼ା ମୋମିନୁଲ ହକ୍ ୯୧ ରନ୍ ଏବଂ ମୁଶଫିକର ରହିମ ୭୧ ରନ୍ କରି ଥିଲେ। ଜବାବରେ ପାକିସ୍ତାନ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୧୭୯ ରନ୍ କରିଛି। ପାକିସ୍ତାନ ଏବେ ମଧ୍ୟ ୨୩୪ ରନ୍ ପଛରେ ଅଛି।