ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଭାରତ ସିରିଜ ଖେଳିବାକୁ ଯାଉଛି । ଟି-୨୦ ଏବଂ ଟେଷ୍ଟରୁ ଅବସର ଘୋଷଣା କରିସାରିଥିବା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବେ କେବଳ ଦିନିକିଆରେ ଖେଳ ଜାରି ରଖିଛନ୍ତି । ଦୀର୍ଘଦିନ ଅପେକ୍ଷାରେ ଗୋଟିଏ ସିରିଜ ଆସିଛି । ତେବେ ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ସେ ସ୍ଥାନ ପାଇଥିବାବେଳେ ବାଦ୍ ପଡ଼ିପାରନ୍ତି ବୋଲି କୁହାଯାଉଛି । ପୂର୍ବରୁ ବିରାଟ ବାଦ୍ ପଡ଼ିଥିବାବେଳେ ଏବେ ରୋହିତ ବାହାର ହେବେ ବୋଲି କୁହାଯାଉଛି । ସେପଟେ ହାର୍ଦ୍ଦିକଙ୍କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିରାଟ କୋହଲି ଆହତ କାରଣରୁ ବାଦ୍ ପଡ଼ିଛନ୍ତି । ଆଉ ଆଇପିଏଲ ସମୟରେ ମଧ୍ୟ ଆହତ ହୋଇଥିଲେ ରୋହିତ । ଯେଉଁଥିରୁ ସେ ଏଯାବତ ମୁକୁଳିନାହାନ୍ତି । ଆସନ୍ତା ୧୩ ତାରିଖରୁ ଦିନିକିଆ ସିରିଜ ଖେଳାଯିବ । ମାତ୍ର ଏହା ପୂର୍ବରୁ ଠିକ୍ ହୋଇନପାରନ୍ତି ରୋହିତ । ଯଦି ରୋହିତ ଏହି ମୁବାକିଲା ପାଇଁ ଉପଲବ୍ଧ ନ ହୁଅନ୍ତି ତାହେଲେ ଟିମ୍ ଇଣ୍ଡିଆ ଦୁଇ ଅଭିଜ୍ଞ ଖେଳାଳିଙ୍କ ବିନା ଦିନିକିଆରେ ମଇଦାନକୁ ଓହ୍ଲାଇବ ।
ଦିନିକିଆ ସିରିଜ ପାଇଁ ସିଲେକ୍ସନ ହୋଇଥିବା ଖେଳାଳିମାନେ ଆସନ୍ତା ୯ ତାରିଖରେ ଚଣ୍ଡିଗଡ଼ରେ ରିପୋର୍ଟ କରିବେ । ତେବେ ରୋହିତଙ୍କୁ ନେଇ କୌଣସି ଅଫିସିଆଲ ସୂଚନା ଏଯାବତ ମିଳିନାହିଁ । ରୋକୋ ଯୋଡ଼ି କେବଳ ଦିନିକିଆରେ ଖେଳ ଜାରି ରଖିଥିବାବେଳେ ଫ୍ୟାନ୍ସମାନେ ତାଙ୍କ ଖେଳକୁ ଦେଖିବା ପାଇଁ ଚାହିଁ ରହିଥାନ୍ତି । ମାତ୍ର ଏମାନେ ଉପଲବ୍ଧ ରହିବେ ନାହିଁ । ସେପଟେ ପାଣ୍ଡ୍ୟା ମଧ୍ୟ ବାଦ୍ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ରୋହିତ-ପାଣ୍ଡ୍ୟାଙ୍କ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।
ସେପଟେ ରୋହି ଯଦି ଏହି ସିରିଜରେ ଉପଲବ୍ଧ ନହୁଅନ୍ତି ତାହେଲେ ତାଙ୍କ ସ୍ଥାନରେ ଜୟସ୍ବାଲଙ୍କୁ ଦଳରେ ସୁଯୋଗ ମିଳିପାରେ । ଦୀର୍ଘଦିନ ଧରି ଟିମରୁ ବାହାରେ ଥିବା ଜୟସ୍ବାଲଙ୍କୁ ଖେଳିବାର ସୁଯୋଗ ମିଳିପାରେ । ସେପଟେ କୋହଲିଙ୍କ ବଦଳରେ ଗାଏକ୍ବାଡଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।
ଏହାସହ ପଢ଼ନ୍ତୁ : IND vs AFG: ଟିମ୍ ଇଣ୍ଡିଆରେ ଏଣ୍ଟ୍ରି କରିବେ କି ଗାଏକ୍ବାଡ, ଦିନିକିଆରେ ନେବେ କି ବିରାଟଙ୍କ ସ୍ଥାନ ?