ନୂଆଦିଲ୍ଳୀ: ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ସିରିଜ୍ । ତେବେ ଦିନିକଆ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଆହତ କାରଣରୁ ସେ ବାଦ୍ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ ? ଏଭଳି ଏକ ଚର୍ଚ୍ଚା ଭିତରେ ଆଗରେ ରହିଛନ୍ତି ଋତୁରାଜ ଗାଏକ୍ବାଡ । ଭାରତ-ଏ ଦଳର ଉପଅଧିନାୟକ ଋତୁରାଜ ଗାଏକ୍ବାଡ ଦଳରେ ସ୍ଥାନ ପାଇବେ ବୋଲି ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟରେ ପ୍ରକାଶ ପାଇଛି ।
କହି ରଖୁଛୁ କି, ଆହତ କାରଣରୁ ବିରାଟ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ । ଆଇପିଏଲ ସମୟରେ ସେ ଆହତ ହୋଇଥିଲେ । ତେବେ ତାଙ୍କ ବଦଳରେ ଯଦି ଗାଏକ୍ବାଡ ଦଳରେ ସୁଯୋଗ ପାଆନ୍ତି କେବଳ ସେ ଖେଳିବେ ନାହିଁ ବରଂ ଦଳକୁ ଜଣେ ଓପନିଂ ବିକଳ୍ପ ମିଳିଯିବେ । ତେବେ ଗାଏକ୍ବାଡ ଯଦି ଦିନିକିଆରେ ଖେଳିବେ ତାହେଲେ ଭାରତ-ଏ ଦଳରେ ତାଙ୍କ ସ୍ଥାନ ନେବେ ରଜତ ପଟିଦାର । ଯିଏକି ବେଙ୍ଗାଲୁରୁକୁ ଆଇପିଏଲ ଟ୍ରଫି ଜିତାଇବାରେ ଦ୍ବିତୀୟ ଅଧିନାୟକ ହୋଇଛନ୍ତି ।
ଗାଏକ୍ବାଡଙ୍କ ଦିନିକିଆ ରେକର୍ଡ ସମ୍ପର୍କରେ ଯଦି ଆଲୋଚନା କରିବା ତାହେଲେ ସେ ଭାରତ ପକ୍ଷରୁ ୯ଟି ମ୍ୟାଚ ଖେଳିଛନ୍ତି । ୨୮.୫୦ ହାରରେ ୨୨୮ ରନ୍ କରିଛନ୍ତି । ଶେଷଥର ପାଇଁ ସେ ଗତବର୍ଷ ଡିସେମ୍ବର ମାସରେ ଦକ୍ଷିଣଆଫ୍ରିକା ବିପକ୍ଷରେ ନିଜର ଅନ୍ତିମ ମୁକାବିଲା ଖେଳିଥିଲେ । ତେବେ ଦିନିକିଆରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ରହିଛି । ତେବେ ପ୍ଲେଇଂ ଇଲେଭେନରେ ଗାଏକ୍ବାଡଙ୍କୁ ସୁଯୋଗ ମିଳିନପାରେ । କାରଣ ତାଙ୍କ ବଦଳରେ ପ୍ରଥମ ପସନ୍ଦ ହେବେ ଅଭିଜ୍ଞ ଇଶାନ କିଷନ ।
ଏହାସହ ପଢ଼ନ୍ତୁ : ଜାଲ ବିଛାଉଥିଲେ ଯୁବତୀ, ପଡ଼ୁଥିଲେ ବ୍ୟବସାୟୀ: ଏମିତି ଧରିଲା ପୁଲିସ