ନୂଆଦିଲ୍ଲୀ,୦୬/୦୬: ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଭେଟେରାନ ବ୍ୟାଟର ରୋହିତ ଶର୍ମାଙ୍କ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ସେ ଆସନ୍ତା ୮ ତାରିଖରେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଇଓ)ରେ ଯୋଗଦେବେ ଏବଂ ସେଠାରେ ତାଙ୍କର ଫିଟନେସ୍ ପରୀକ୍ଷା ହେବ । ଫିଟ୍ ଘୋଷିତ ହେଲେ ସେ ଜୁନ ୧୧ ତାରିଖରେ ଧର୍ମଶାଳାରେ ଦଳ ସହ ଯୋଗଦେଇ ଅଭ୍ୟାସ କରିବେ ।
ରୋହିତ ଗତ ଆଇପିଏଲ୍ରେ ଆହତ ହୋଇଥିଲେ । ତାଙ୍କ ଜଙ୍ଘ ପଛପାଶ୍ୱର୍ ମାଂସପେଶୀ ଟାଣି ହୋଇଯାଇଥିଲା । ସେହିପରି ଆହତ ଥିବା ଷ୍ଟାର୍ ବ୍ୟାଟର ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିବା ଏକପ୍ରକାର ନିଶ୍ଚିତ । ଏପରିକି ସେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ୍ ପଡ଼ିବା ସମ୍ଭାବନା ରହିଛି । ତାଙ୍କୁ ଫିଟ୍ ହେବା ପାଇଁ ଅତି କମ୍ରେ ୬ସପ୍ତାହ ସମୟ ଲାଗିବ ।
ଅଧିକ ପଢ଼ନ୍ତୁ :- India Afghanistan Test: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ କ୍ୟାପ୍ଟେନ୍ ଗିଲ, ଇଣ୍ଡିଆରେ ମାନବଙ୍କ ପଦାର୍ପଣ