ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଉରକେଲା ଜିମ୍ନାଷ୍ଟିକ କେନ୍ଦ୍ର ମୁଖ୍ୟ କୋଚଙ୍କ ନାମରେ ସଙ୍ଗୀନ ଅଭିଯୋଗ! ନିର୍ଯାତନା ଭୟରେ କେନ୍ଦ୍ର ଛାଡ଼ୁଛନ୍ତି ଜିମ୍ନାଷ୍ଟ୍‌

Published By : Prameya | May 15, 2025 1:42 PM

ରାଉରକେଲା/ଭୁବନେଶ୍ୱର,୧୫/୦୫: ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ନେଇ ରାଜ୍ୟ ସରକାର କ୍ରୀଡ଼ା  ଭିତ୍ତିଭୂମିର ନିର୍ମାଣ ଏବଂ ପ୍ରଶିକ୍ଷଣ କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି । କିନ୍ତୁ  ତୃଣମୂଳ ସ୍ତରର ପ୍ରଶିକ୍ଷଣ କେନ୍ଦ୍ରରେ କୋଚମାନଙ୍କ ବିଶୃଙ୍ଖଳିତ ଆଚରଣ କୁନି  କୁନି ପିଲାମାନଙ୍କୁ କ୍ରୀଡ଼ା ପ୍ରତି ବିମୁଖ  କରାଉଛି । ଏମିତି କିଛି ଅଭିଯୋଗ ଆସିଛି ରାଉରକେଲା ବହୁମୁଖୀ  ଇନ୍‌ଡୋର ଷ୍ଟାଡିୟମରେ ଥିବା ଗ୍ରାସ୍‌ରୁଟ୍‌  ଜିମ୍ନାଷ୍ଟିକ କେନ୍ଦ୍ରର ମୁଖ୍ୟ କୋଚ୍‌ ରମେଶ  ବେହେରାଙ୍କ ନାମରେ । କେନ୍ଦ୍ରରେ  ପ୍ରଶିକ୍ଷଣ ନେଉଥିବା ଜଣେ ଜିମ୍ନାଷ୍ଟଙ୍କ  ଅଭିଭାବକ ଏନେଇ ଓଡ଼ିଶା ଜିମ୍ନାଷ୍ଟିକ  ସଂଘର ସମ୍ପାଦକ ଅଶୋକ କୁମାର  ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । 

ମୁଖ୍ୟ କୋଚ୍‌ଙ୍କ ବ୍ୟବହାରରେ  ପିଲାମାନେ ଅତିଷ୍ଠ ହୋଇ ପଡ଼ିଲେଣି ।  କେନ୍ଦ୍ର ମଧ୍ୟକୁ ଅଭିଭାବକମାନଙ୍କୁ  ପ୍ରବେଶ ଅନୁମତି ନଥିବାବେଳେ ନିଦ୍ଦିଷ୍ଟ  ଜଣେ ମହିଳାଙ୍କୁ କିନ୍ତୁ ପ୍ରବେଶ ଅନୁମତି  ଦିଆଯାଉଛି । ସେ ବିଭିନ୍ନ କଥାରେ  ମୁଣ୍ଡ ପୂରାଉଛନ୍ତି । ଏନେଇ ଅଭିଯୋଗ  କରିବା ପରେ ମୁଖ୍ୟ କୋଚ ପିଲାମାନଙ୍କୁ  ନିର୍ଯାତନା ଦେଉଛନ୍ତି । ଯେଉଁଥିପାଇଁ  ପିଲାମାନେ ଭୟରେ ଅଭ୍ୟାସ କରିବାକୁ  ଯାଉ ନାହାନ୍ତି । ଯଦିଓ ଏ ସଂପର୍କରେ  ଓଡ଼ିଶାର ମୁଖ୍ୟ କୋଚଙ୍କ ଦୃଷ୍ଟି ଆକର୍ଷଣ  କରାଯାଇଥିଲା ମାତ୍ର କିଛି ଫଳ ମିଳି ନାହିଁ । ଏମ୍‌ଏନ୍‌ଏସ ସ୍ପୋର୍ଟ୍ସ ଜିମ୍ନାଷ୍ଟିକ  କେନ୍ଦ୍ରର ପରିଚାଳନା ଦାୟିତ୍ୱରେ  ରହିଛି । ଲିଖିତ ଅଭିଯୋଗ ପରେ ବୁଧବାର ଏମ୍‌ଏନ୍‌ଏସର ପ୍ରୋଜେକ୍ଟ ମ୍ୟାନେଜର  ରାଉରକେଲା ଗସ୍ତ କରି ଅଭିଭାବକମାନଙ୍କ  ସହ ଆଲୋଚନା କରିଛନ୍ତି । ଗୁରୁବାର  ଅଭିଯୋଗ ସଂପର୍କରେ ଆଲୋଚନା  ହେବ ବୋଲି ଜଣା ପଡ଼ିଛି । ରାଜ୍ୟ ସରକାର କ୍ରୀଡ଼ାର ବିକାଶ  ନେଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ  କରୁଛନ୍ତି । ମାତ୍ର କିଛି ବିଶୃଙ୍ଖଳିତ  ବ୍ୟକ୍ତି ସରକାରଙ୍କ ଉଦ୍ଦେଶ୍ୟକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବାଟବଣା  କରୁଛନ୍ତି । କ୍ରୀଡ଼ା ବିଭାଗ ଏ ଦିଗରେ  ଦୃଷ୍ଟି ଦେବା ଉଚିତ । ଅଭିଯୋଗର  ତଦନ୍ତ କରି ମୁଖ୍ୟ କୋଚଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ଅଭିଭାବକମାନେ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.