ନୂଆଦିଲ୍ଲୀ: ହାରିଲା ମୁମ୍ବାଇ । ଜିତିଲା ବେଙ୍ଗାଲୁରୁ । ମୁମ୍ବାଇକୁ ୨ ଓ୍ବିକେଟରେ ପରାସ୍ତ କଲା RCB । ଶେଷ ଓଭରରେ ୧୫ ରନ ରହିଥିବାବେଳେ ଅଟକାଇବାରେ ବିଫଳ ହୋଇଛି ମୁମ୍ବାଇ । ରାଜ୍ ବାଓ୍ବା ଅନ୍ତିମ ଓଭର ବୋଲିଂ କରିଥିବାବେଳେ ରୋକିପାରିନଥିଲେ । ଏହି ବିଜୟ ସହ ବେଙ୍ଗାଲୁରୁ ଟେବୁଲ ଟପ୍ପର ହୋଇଛି । 

RCB ପକ୍ଷରୁ କୃନାଲ ପାଣ୍ଡ୍ୟା ସର୍ବାଧିକ ୪୬ ବଲରୁ ୭୩ ରନ କରିବାରେ ସଫଳ ହୋଇଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ବୋସ ସର୍ବାଧିକ ୪ ଓ୍ବିକେଟ ନେଇଛନ୍ତି । ଦୀପକ ଚହର ୩ ଓ୍ବିକେଟ ନେଇଥିବାବେଳେ ବୁମରା ୧୯ତମ ଓଭରରେ କମାଲ ବୋଲିଂ କରିଥିଲେ । ସେ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନଙ୍କୁ ଏହି ଓଭରରେ ମାତ୍ର ୩ ରନ୍ ଦେଇଥିଲେ । ମାତ୍ର ସେ ଆଜି ମ୍ୟାଚରେ ଗୋଟିଏ ମଧ୍ୟ ଓ୍ବିକେଟ୍ ନେଇପାରିନାହାନ୍ତି । 

୧୬୭ ରନକୁ ପିଛା କରୁଥିବାବେଳେ ପ୍ରଥମ ଓଭରରୁ ବଡ଼ ସଟ୍ ଖେଳିଥିଲେ ବେଥଲ । ଦୀପକ ଚହରଙ୍କ ବଲରେ ଦୁଇଟି ଚୌକା ମାରିଥିଲେ । କିନ୍ତୁ ସେହି ଓଭରରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ବିରାଟ । ଖାତା ଖେଳିବା ପୂର୍ବରୁ ସେ ପାଭିଲିୟନ ଫେରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାଡିକଲ ୧୨, ପଟିଦାର ୮ ରନ କରିଥିଲେ । ତେବେ ଜିତଶେ ଶର୍ମା ୧୮ ରନ କରିଥିବାବେଳେ ବାକି ବ୍ୟାଟ୍ସମ୍ୟାନ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ ।

ଟସ୍ ଜିତି ପ୍ରଥମେବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । ମୁମ୍ବାଇକୁପ୍ରଥମେବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା ।ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ୧୬୬ ରନ୍କରିଥିଲା। ୭ ଓ୍ବିକେଟ ବିନିମୟରେ ଦଳ ଏହି ସ୍କୋର କରିବାରେ ସଫଳ ହୋଇଥିଲା । RCB ପକ୍ଷରୁ ଭୁବନେଶ୍ବର କୁମାର ୪ ଓ୍ବିକେଟ ନେବାରେ ସଫଳ ହୋଇଥିଲେ ।

ରୋହିତ ଶର୍ମା ୨୨ ରନ କରିଥିବାବେଳେ ରିକଲଟନ ମାତ୍ର ୨ ରନରେ ଆଉଟ୍ ହୋଇଥିଲେ । ପରେ ତିଲକ ବର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଜିର ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ଯାଦବ । ତେବେ ନମନ ଧୀର ୪୭ ରନ କରିଥିଲେ ।

ଏହାସହ ପଢ଼ନ୍ତୁ : ୬ ହଜାର ଖର୍ଚ୍ଚ କରି କରନ୍ତୁ ଛେଳି ଚାଷ, ସରକାର ଦେବେ ୫୪ ହଜାର ଟଙ୍କାର ସବସିଡି