ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ଉଦଘାଟନୀ ମ୍ୟାଚରେ ଡିଫେନ୍ଡିଂ ଚାମ୍ପିୟନ ଆରସିବି SRHକୁ ଭେଟିବ । ଏହା ପୂର୍ବରୁ ବିଜୟୀ ହେବାକୁ ସମସ୍ତ ଦଳ ନିଜର ଅଭ୍ୟାସ ଜାରି ରଖିଛନ୍ତି । ବିରାଟ କୋହଲି ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେଇଥିବାବେଳେ ଅଭ୍ୟାସ ଜାରି ରଖିଛନ୍ତି । ତେବେ ଦଳର ଖେଳାଳିଙ୍କ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ କମାଲ କରିଛନ୍ତି ବିରାଟ ।

ବିରାଟ ୧୨ ବଲରୁ ୨୯ ରନର ପାଳି ଖେଳିଥିଲେ । ସେ ବଡ଼ ବଡ଼ ସଟ୍ ମାରିଥିବାବେଳେ ବୋଲରଙ୍କୁ ଧରାଶୟୀ କରିଥିଲେ । ଦଳର ଖେଳାଳିମାନେ ତାଙ୍କଠାରୁ ଏଭଳି ସଟ୍ ଆଶା ରଖିଥିଲେ ବୋଲି କହିଛନ୍ତି । ସେପଟେ କୁଲାଲ ପାଣ୍ଡ୍ୟା କହିଛନ୍ତି କି, ବିରାଟ ଯଦି ଏଭଳି ପ୍ରଦର୍ଶନ ଜାରି ରଖନ୍ତି ଦଳ ପାଇଁ ବହୁ ଫାଇଦା ହେବ । ସେପଟେ ଏହି ଅଭ୍ୟାସ ମ୍ୟାଚରେ ଜିତେଶ ଶର୍ମା, ଭେଙ୍କେଟସ ଆୟାର କମାଲ ବ୍ୟାଟିଂ କରିଥିବା ନଜର ଆସିଥିଲେ ।

ଜିତେଶ ଶର୍ମା ୩୭ ବଲରୁ ୮୧ ରନ କରିଥିଲେ । ଦଳ ତାଙ୍କୁ ଶ୍ରେଷ୍ଠ ଫିନିସର ଭାବେ ବ୍ୟବହାର କରିବ ବୋଲି କୁହଯାଉଛି । ସେପଟେ ଟିମ୍ ଡେଭିଡ୍ ମଧ୍ୟ କମାଲ କରିଛନ୍ତି। ସେ ୧୪ ବଲରୁ ୩୭ ରନ କରିଥିଲେ । ଭେଙ୍କେଟସ ଆୟାର ୧୬ ବଲରୁ ୩୦ ରନ୍ କରିଥିଲେ । ଦଳର ବ୍ୟାଟ୍ସମ୍ୟାନମାନେ କମାଲ ବ୍ୟାଟିଂ ଜାରି ରଖିଥିବାବେଳେ ବୋଲରମାନେ ମଧ୍ୟ ନିଜର ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ବର କୁମାର ଏକ ଘାତକ ବୋଲର ଭାବେ ନଜର ଆସିଥିଲେ । କୁନାଲ ପାଣ୍ଡ୍ୟା କହିଛନ୍ତି କି, ଦଳ ଯଦି ଏଭଳି ପ୍ରଦର୍ଶନ ଜାରି ରଖେ ତାହେଲେ ପୁଣିଥରେ ଚାମ୍ପିୟନ ହେବ ।

ଏହାସହ ପଢ଼ନ୍ତୁ : ଗୌତମ ଗମ୍ଭୀରଙ୍କୁ ନେଇ ବଡ଼ ଖୁଲାସା କଲେ ସୌରଭ ଗାଙ୍ଗୁଲି