ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସର୍ବାଦା ଚଚର୍ଚ୍ଚାରେ ରହିଥାନ୍ତି । ସେ ଅତ୍ୟନ୍ତ କଠୋର ଆକ୍ରମଣାତ୍କ ହୋଇଥିବା ମଧ୍ୟ କୁହାଯାଏ । ଅନେକ ସମୟରେ ଗମ୍ଭୀରଙ୍କୁ ନେଇ ବିଭିନ୍ନ ଟ୍ରୋଲ ମଧ୍ୟ କରାଯାଇଛି । ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗମ୍ଭୀରଙ୍କୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ଗମ୍ଭୀରଙ୍କୁ ସମସ୍ତେ କଠୋର ଏବଂ ଆକ୍ରମଣାତ୍ମକ ଭାବନ୍ତି ବାସ୍ତବିକ କିନ୍ତୁ ତାଙ୍କର ବ୍ୟକ୍ତିତ୍ବ ଭିନ୍ନ ।
ଗାଙ୍ଗୁଲି କହିଛନ୍ତି କି, ଯଦିଓ ସେ ମଇଦାନରେ ଆକ୍ରଣାତ୍ମକ ଦେଖା ଯାଆନ୍ତି ପ୍ରକୃତରେ ସେ ଜଣେ ଭଲ ମଣିଷ । ଜଣେ ଭଦ୍ରବ୍ୟକ୍ତି ହେଉଛନ୍ତି ଗମ୍ଭୀର । ଗମ୍ଭୀର ଜଣେ ଭଲ ପ୍ରତିଯୋଗୀ । ସବୁବେଳେ ଜିତିବା ପାଇଁ ଚାହାନ୍ତି । ତେବେ ଆମେ ଯଦି ଗମ୍ଭୀରଙ୍କ ସମ୍ପର୍କରେ କହିବା ତାହେଲେ ସେ ୨୦୨୪ ମସିହାରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଉଛନ୍ତି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବା ପରେ ଗମ୍ଭୀର ଟିମ ଇଣ୍ଡିଆର କୋଚ ଭାବେ କାର୍ଯ୍ୟ କରୁଛନ୍ତି ।
ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଏସୀଆ କପ ଏବଂ ଏବେ ଟି-୨୦ ବିଶ୍ବକପ ଜିତିଛି । ଜଣେ କଠୋର ପ୍ରଶିକ୍ଷକ ଭାବେ ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି । ଗମ୍ଭୀରଙ୍କ କୋଚିଂରେ ଭାରତ ୨୦୨୪ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ୩-୦ରେ ହାରିବା ସହ ଅଷ୍ଟେ୍ରଲିଆରେ ମଧ୍ୟ ସିରିଜ ହାରିଥିଲା । ଯାହାକୁ ନେଇ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତେବେ ଆଗାମୀ ଦିନିକିଆ ବିଶ୍ବକପ ସମୟରେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଦଳ କିଭଳି ପ୍ରଦର୍ଶନ କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : PSL ପୂର୍ବରୁ ଏହିସବୁ ବିଦେଶୀ ଖେଳାଳିଙ୍କୁ ମିଳିଲା ଧମକ