ନୂଆଦିଲ୍ଲୀ ୧୦/୦୬: ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିୱେକର। ଟଶନରେ କରୀନା କପୁରଙ୍କ ସାଇଜ୍ ଜିରୋ ହେଉ କିମ୍ବା ଉଡତା ପଞ୍ଜାବରେ ଆଲିଆ ଭଟ୍ଟଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ୍‌ ପଛରେ ଥିବା ଯାଦୁକରିଣୀ ପୁଣି ଏବେ ଚର୍ଚ୍ଚାରେ। ଏଥର, ସେ ଏକ ଚମତ୍କାର ଦହି ତିଆରି କରିବାର ସର୍ବୋତ୍ତମ ଲିଟମସ୍ ଟେଷ୍ଟ - 'ସ୍ପୁନ୍‌ ଟେଷ୍ଟ' ବିଷୟରେ କହି ଇଣ୍ଟରନେଟରେ ଟ୍ରେଣ୍ଡିଂ କରୁଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ, ବିଶେଷଜ୍ଞ ଏକ ଲୋକପ୍ରିୟ 'ସ୍ପୁନ୍‌ ଟେଷ୍ଟ' ସେୟାର କରିଛନ୍ତି । ଯାହା ଆପଣ ଘରେ ତିଆରି କରୁଥିବା ଦହିର ପ୍ରଭାବ ନିର୍ଣ୍ଣୟ କରିପାରିବ। ତାଙ୍କ ପୋଷ୍ଟ ତଳେ ଥିବା କ୍ୟାପସନରେ, ଦିୱେକର ସର୍ବୋତ୍ତମ ଦହି ତିଆରି କରିବାର ରେସିପି ସେୟାର କରିଛନ୍ତି ।

ଦହିର ପ୍ରସ୍ତୁତି ପ୍ରଣାଳୀ:

୧. ମଇଁଷି କ୍ଷୀର ଆଣନ୍ତୁ।

୨. ଏହାକୁ ଗରମ କରିବା ପରେ, ସେଥିରୁ ଅଳ୍ପ କିଛି ଏକ ଛୋଟ ପାତ୍ରରେ ରଖନ୍ତୁ। 

୩. ଯେତେବେଳେ ଏହା ଟିକେ ଗରମ ଥିବ, ସେଥିରେ ପୂର୍ବରୁ ଘରେ ଥିବା ଅଳ୍ପ ଦହି ମିଶାନ୍ତୁ।

୪. ଏହାପରେ ତାହାକୁ ୩୨ ଥର ଗୋଳାନ୍ତୁ।

୫. କ୍ଷୀର ଜମିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

୭. ଏହାକୁ ଏକ ହାଲୁକା କପଡାରେ ଘୋଡାନ୍ତୁ ।

୭. ତାପରେ ଏହାକୁ ଏକ ଥଣ୍ଡା ଏବଂ ଅନ୍ଧାର ସ୍ଥାନରେ ରଖନ୍ତୁ।

୮. ୮-୧୨ ଘଣ୍ଟା ପରେ, ଆଉ ଏକ ବ୍ୟାଚ୍ ପ୍ରସ୍ତୁତ କରନ୍ତୁ ଏବଂ ଯଦି ଆପଣ ଏହାକୁ ତୁରନ୍ତ ଖାଇବାକୁ ଯୋଜନା କରୁନାହାଁନ୍ତି, ତେବେ ଏହାକୁ ଫ୍ରିଜ୍‌ରେ ରଖନ୍ତୁ।




ତେବେ ରୁଜୁତା ଦିୱେକର ଜଣେ ପ୍ରମୁଖ ଭାରତୀୟ ପୋଷଣ ବିଶେଷଜ୍ଞ । ଯିଏ ସ୍ଥାୟୀ ସ୍ୱାସ୍ଥ୍ୟ ପାଇଁ ସ୍ଥାନୀୟ, ଋତୁକାଳୀନ ଏବଂ ପାରମ୍ପରିକ ଖାଦ୍ୟର ଗୁରୁତ୍ୱକୁ ସମର୍ଥନ କରନ୍ତି। ତାଙ୍କ ଗ୍ରାହକମାନଙ୍କ ମଧ୍ୟରେ ଆଲିଆ ଭଟ୍ଟ, କରୀନା କପୁର, କରିସ୍ମା କପୁର, ସୈଫ ଅଲ୍ଲୀ ଖାନ, ବରୁଣ ଧୱନ ଏବଂ ଆହୁରି ଅନେକ ବଲିଉଡ ତାରକା ଅଛନ୍ତି। ସେ ପୁଷ୍ଟିସାର ଏବଂ ବ୍ୟାୟାମ ଉପରେ ଅନେକ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକର ଲେଖିକା, ଯେପରିକି "ଡୋଣ୍ଟ ଲୁଜ୍ ୟୋର ମାଇଣ୍ଡ, ଲୁଜ୍ ୟୋର ୱେଟ୍‌", ଏବଂ "ଓମେନ ଆଣ୍ଡ୍ ଦି ୱେଟ୍‌ ଲସ୍ ତମାସା"।