ପୁରୀ ,୫।୬ : ଆସନ୍ତା ଶୁକ୍ରବାର  ତଥା ୬ ତାରିଖରେ  ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ରହିଛି। ଏହି ଅବସରରେ  ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପରେ ଭୋଗ ଶେଷ ହେବା ପରେ  ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଗୋଟାଏରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ସର୍ବସାଧାରଣଙ୍କ ପାଇଁ  ଦର୍ଶନ ବନ୍ଦ ରହିବ।