ନୂଆଦିଲ୍ଲୀ,୦୨/୦୧; ଶାନ୍ତି ଆଲୋଚନା ଚାଲୁଛି । ବାଟ ଫିଟିବା ସମ୍ଭାବନା ଦେଖାଯାଉଛି ହେଲେ ଆକ୍ରମଣ ପ୍ରତିଆକ୍ରମଣ ଥମୁନାହିଁ । ରୁଷ୍ -ୟୁକ୍ରେନ୍ ଯୁଦ୍ଧରୁ ୪ ବର୍ଷ ହୋଇଗଲାଣି । ଫେବୃଆରୀ ୨୦୨୨ରୁ ଦୁଇଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଜାରି ରହିଛି । ଏହି ସମୟରେ, ୟୁକ୍ରେନ ରୁଷ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ କରିଛି ରୁଷ୍ । ମସ୍କୋର ଦାବି କରିଛି ଯେ, ଏହି ଆକ୍ରମଣରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ୫୦ ରୁ ଅଧିକ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି । ଲୋକମାନେ ନୂଆବର୍ଷ ସେଲିବ୍ରେସନ୍ କରୁଥିବା ବେଳେ ଏହି ଡ୍ରୋନ୍ ଆକ୍ରମଣ ହୋଇଛି  ଏବେ ପ୍ରଶ୍ନ ପିସ୍ ପ୍ଲାନ୍ କାମ ଦେବ ତ ? କେବେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିବ ?

​​​​​​​କାଫେ ଏବଂ ହୋଟେଲ୍ ଉପରେ ଡ୍ରୋନ୍ ହମ୍‌ଲା-  ମିଳିଥିବା ସୂଚନା ଅନୁସାରେ  ଖେରସେନ ଅଞ୍ଚଳରେ ରୁଷ୍ ସେନା କବଜା କରିଥିବା ଗାଁରେ ଆକ୍ରମଣ ହୋଇଛି । ସେଠାରେ ଏକ କାଫେ ଏବଂ ହୋଟେଲରେ ୟୁକ୍ରେନ୍ ଡ୍ରୋନ୍ ଖସି ପଡିଛି । ଫଳରେ ହୋଟେଲରେ ନିଆଁ ଲାଗିଯାଇଛି । ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ୨୦୨୬ ସକାଳୁ  ସକାଳୁ ଆକ୍ରଣ ହୋଇଛି । ଲୋକମାନେ ନୂଆବର୍ଷ ସେଲିବ୍ରେସନ୍ ପାଇଁ ଏକାଠି ହୋଇଥିଲେ ।

​​​​​​​ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଆକ୍ରମଣଟି ମାନବହୀନ ବାୟୁବାହୀ ଯାନ (UAV) ବ୍ୟବହାର କରି କରାଯାଇଥିଲା, ଏବଂ କିଭ୍ ଶାସନ ଏହାକୁ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ଆଉ ଏକ ଆତଙ୍କବାଦୀ କାର୍ଯ୍ୟ ଭାବରେ ବର୍ଣ୍ଣନା କରିଛି । ଏହି ଦାବି ଉପରେ ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଏହି ଆକ୍ରମଣ ରୁଷଠାରୁ ପ୍ରତିଶୋଧର ଆଶଙ୍କା ସୃଷ୍ଟି କରିଛି, ଯାହା ଶାନ୍ତି ଚୁକ୍ତିକୁ ମଧ୍ୟ ପ୍ରଭାବିତ କରିପାରେ 

ୟୁକ୍ରେନ୍ ଡୋନ୍ ଆକ୍ରମଣ କରିଥିବା ଦାବି କରିଛି ରୁଷ୍ । ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତାକୁ ନେଇ କୂଟନୈତିକ ପ୍ରୟାସ ଜାରି ରହିଛି । ହେଲେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି । ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ବୈଠକ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫ ପ୍ରତିଶତ ସହମତି ହୋଇଥିବା ନେଇ କହିଥିଲେ ଡୋନାଲ୍ଡ ଟ୍ରମ୍ପ । ଏହାର ପର ଦିନ ରୁଷ୍ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରାଯାଇଥିଲା । ଏବେ ରୁଷରେ ଆଉ ଏକ ଆକ୍ରମଣ ହୋଇଛି । ଯାହାକୁ ନେଇ ଶାନ୍ତି ଫେରିବାକୁ ନେଇ ଦ୍ବନ୍ଦ ଉପୁଜିଛି ।