ନୂଆଦିଲ୍ଲୀ,୫।୧୧: ଗୋଟିଏ ପଟେ ଭାରତର ସ୍ବପ୍ନ, ଆକାଶରେ ନିଜର ଉଡାଣ ଭରିବ, ଅନ୍ୟପକ୍ଷେ ଭୟ ଲାଗୁଛି। ଯାହାକି ସବୁ ସୁପରଜେଟ୍ ସହ ହୋଇ ଆସୁଛି। ୧୪ ବର୍ଷରେ ୯୫ ଦୁର୍ଘଟଣା, ୮୯ ଜୀବନ ଯାଇସାରିଛି। ଏବେ ସେହି ବିମାନ ଭାରତ ମାଟିରେ ତିଆରି ହେବ, କିନ୍ତୁ ଭାରତ କାହିଁକି ରୁଷର ସୁଖୋଇ ସୁପରଜେଟ୍‌ ଏସ୍‌ଜେ-୧୦୦ କୁ ଚୟନ କଲା ? କ’ଣ ଏହା ମେକ୍ ଇନ୍ ଇଣ୍ଡିଆର ସବୁଠାରୁ ବଡ଼ ସଫଳତା, ନା ସୁପର ରିସ୍କ ହେବ ? ଆସନ୍ତୁ ଜାଣିବା ଏହି ସୁପରଜେଟ୍ ପଛର ପୁରା କାହାଣି। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ୍ ଓ ରୁଷ ଭିତରେ ଏହି ଡିଲ୍‌ର ଅସଲ କାହାଣୀ। ଏହି ବିମାନର ବିବାଦୀୟ ରେକର୍ଡ ଏବେ ବଡ଼ ପ୍ରଶ୍ନ। କାରଣ ଭାରତ ଏବେ ଠିକ୍ ଦିଗରେ ଉଡାଣ ଭରୁଛି କିମ୍ବା ଭୁଲ ରନଓ୍ବେରେ ଚାଲିଛି ?

୨୭ ଅକ୍ଟୋବର ୨୦୨୫ରେ  ମସ୍କୋରେ ଏକ ଐତିହାସିକ ଦସ୍ତାବିଜ ଉପରେ ସ୍ବାକ୍ଷର କରି ହାଲ୍ ଓ ରୁଷର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ ଚୁକ୍ତି କରିଥିଲେ ଯେ, ରୁଷର ସୁଖୋଇ ସୁପରଜେଟ୍‌ ଏସ୍‌ଜେ-୧୦୦ ଏବେ ଭାରତରେ ତିଆରି ହେବ। ହାଲ୍‌ ଏକ୍ସରେ ଏମ୍‌ଓୟୁର କିଛି ଫଟୋ ସେୟାର କରି ଲେଖିଛି ଏହି ଚୁକ୍ତି ଭାରତରେ ଘରୋଇ ନାଗରିକ ବିମାନ ଉତ୍ପାଦନର ନୂଆ ଅଧ୍ୟାୟ ଖୋଲିବ। ୟୁଏସି ହେଉଛି ସେହି କମ୍ପାନୀ ଯାହାକି ଭାରତୀୟ ବାୟୁସେନା ପାଇଁ ତେଜସ୍‌, ଧ୍ରୁବ, ଓ ସୁଖୋଇ-୩୦ ଭଳି ଫାଇଟର ବିମାନ ତିଆରି କରିଥାଏ। କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ହାଲ୍‌ କୌଣସି କମର୍ସିଆଲ ପାସେଞ୍ଜର ଏୟାରକ୍ରାଫ୍ଟର ନିର୍ମାଣ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଭାରତ ସମ୍ପୂର୍ଣ୍ଣ ଭାବରେ ବୋଇଂ ଓ ଏୟାରବସ୍‌ ଉପରେ ନିର୍ଭର କରୁଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ଭଳି ଭାରତୀୟ ଏୟାରଲାଇନ୍ସ ଗତ ଦୁଇ ବର୍ଷରେ ୧,୧୦୦ ରୁ ଅଧିକ ବିମାନ କିଣିଛି, ଯାହାର ଦାମ୍ ୧୦୦ ଆରବ ଡଲାରରୁ ଅଧିକ।

​​​​​​​

ଏୟାର ଇଣ୍ଡିଆ ଫେବୃଆରୀ ୨୦୨୩ ରେ ୪୭୦ ବିମାନ ଅର୍ଡର କରିଛି। ୨୦୨୪ ର ଶେଷରେ ୧୦୦ ଆହୁରି ବିମାନର ଅର୍ଡର ଦେଇଥିଲା। ଏଭଳି ଭାବରେ ମୋଟ ୫୮୦ ବିମାନ କିଣିଥିଲା। ଇଣ୍ଡିଗୋ ଜୁନ୍‌ ୨୦୨୩ରେ ୫୦୦ ନାରୋ ବଡି ବିମାନର ଅର୍ଡର ଦେଇଥିଲା। ଏହାପରେ ୩୦ ଭାଇଡ୍-ବଡି ଏ୩୫୦ ବିମାନ ଯୋଡିଥିଲା। ଏଭଳି ଭାବରେ ଯଦି ହାଲ୍‌ ଭାରତରେ ବିମାନ ତିଆରି କରେ, ତେବେ ଆରବ ଡଲାର ବିଦେଶୀ ନିର୍ଭରତା ବଞ୍ଚିପାରିବ। ଭାରତ ପାଇଁ ଏହି ଡିଲ୍ ଡବଲ ବିଜୟ କହିହେବ, ଆର୍ଥିକ ସ୍ବାଧିନତା ଓ ଟେକ୍ନୋଲୋଜି ଆତ୍ମନିର୍ଭରତା ବଢିବ। ‘ଦ ହିନ୍ଦୁ’ର ରିପୋର୍ଟରେ କୁହାଯାଇଛି ‘ଘରୋଇ ବିମାନ ଉତ୍ପାଦନରୁ ଆମଦାନୀରେ କୋଟି କୋଟି ଟଙ୍କା ବଞ୍ଚିପାରିବ। ହଜାର ହଜାର ଦକ୍ଷ ଶ୍ରମିକ ଏବଂ ଟେକ୍ନିସିଆନ୍ ସୃଷ୍ଟି କରାଯାଇ ପାରିହେବ।‘ କିନ୍ତୁ ସବୁ ବଡ଼ ପଦକ୍ଷେପ ସହ ବିପଦ ମଧ୍ୟ ଆଣିଥାଏ। ବହୁ ଆଭିଏସନ୍ ଏକ୍ସପର୍ଟଙ୍କ ମତରେ ଭାରତକୁ ଏହି ବିମାନର ସୁରକ୍ଷା ଓ ପରଫରମାନ୍ସକୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡରେ ଯାଞ୍ଚ କରିବାକୁ ହେବ। ତେବେ ହାଲ୍‌ର ଦାବି ଯେ, ସବୁ ବିମାନ ଡିଜିସିଏ ଓ ଆଇସିଏଓ ନର୍ମସ ଅନୁସାରେ ସାର୍ଟିଫାଏଡ୍ ହେବ। ଅର୍ଥାତ ସୁରକ୍ଷା ସହ କୌଣସି ବୁଝାମଣା ହେବନି।’