ୱାଶିଂଟନ୍‌, ୨୬/୦୫: ରୁଷ୍‌  ଆମେରିକାର ହାଇପରସୋନିକ୍‌ ମିସାଇଲ  ଟେକ୍ନୋଲୋଜି ଚୋରି କରିଥିବା ଅଭିଯୋଗ  ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ । ବରାକ୍‌ ଓବାମା ଆମେରିକାର  ରାଷ୍ଟ୍ରପତି ଥିବାବେଳେ ରୁଷ୍‌ ଏହା  କରିଥିବା ଟ୍ରମ୍ପ୍‌ ଆମେରିକା ମିଲିଟାରୀ ଏକାଡେମୀ, ୱେଷ୍ଟ ପଏଣ୍ଟର ଦୀକ୍ଷାନ୍ତ  କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।  ଏହି ସମୟରେ ଟ୍ରମ୍ପ୍‌ ଏକାଡେମୀରୁ  ପାସ୍‌ଆଉଟ୍‌ ହୋଇଥିବା ୧ ହଜାର  କ୍ୟାଡେଟଙ୍କୁ ସମ୍ବୋଧିତ କରିଥିଲେ । 

ଏହି  ଅବସରରେ ସେ କହିଥିଲେ, ୮ କ୍ୟାଡେଟ୍‌  ହାଇପରସୋନିକ ମିସାଇଲ ବନାଇବା ଲାଗି  ଚ୍ୟାଲେଞ୍ଜ ନେଇଛନ୍ତି । ଏହାର ବ୍ୟବହାର  ଆମେରିକା କରିପାରିବ । ଏଥିସହ  ସେନାରେ ତୃତୀୟଲିଙ୍ଗୀଙ୍କ ଭର୍ତ୍ତି ଉପରେ  ବ୍ୟାନ୍‌ ଲଗାଯିବା ନିଷ୍ପତ୍ତିକୁ ମଧ୍ୟ ଟ୍ରମ୍ପ୍‌ ଉଚିତ ବୋଲି କହିଛନ୍ତି।

ପ୍ରକାଶଥାଉ କି ଟ୍ରମ୍ପ୍‌  ଗତ ଜାନୁଆରୀ ୨୭ରେ ଏକ କାର୍ଯ୍ୟକାରୀ  ଆଦେଶ ଜାରି କରିଥିଲେ । ଆମେରିକା  ସେନାରେ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ନିଯୁକ୍ତି  ଏବଂ ସେମାନଙ୍କ ସେବା ଉପରେ ସେ  କଟକଣା ଲଗାଇଥିଲେ । ଏବେ ଏହି  ମାମଲା କୋର୍ଟରେ ବିଚାରାଧୀନ ଅଛି ।