ୱାଶିଂଟନ୍, ୨୬/୦୫: ରୁଷ୍ ଆମେରିକାର ହାଇପରସୋନିକ୍ ମିସାଇଲ ଟେକ୍ନୋଲୋଜି ଚୋରି କରିଥିବା ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ବରାକ୍ ଓବାମା ଆମେରିକାର ରାଷ୍ଟ୍ରପତି ଥିବାବେଳେ ରୁଷ୍ ଏହା କରିଥିବା ଟ୍ରମ୍ପ୍ ଆମେରିକା ମିଲିଟାରୀ ଏକାଡେମୀ, ୱେଷ୍ଟ ପଏଣ୍ଟର ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଏହି ସମୟରେ ଟ୍ରମ୍ପ୍ ଏକାଡେମୀରୁ ପାସ୍ଆଉଟ୍ ହୋଇଥିବା ୧ ହଜାର କ୍ୟାଡେଟଙ୍କୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ସେ କହିଥିଲେ, ୮ କ୍ୟାଡେଟ୍ ହାଇପରସୋନିକ ମିସାଇଲ ବନାଇବା ଲାଗି ଚ୍ୟାଲେଞ୍ଜ ନେଇଛନ୍ତି । ଏହାର ବ୍ୟବହାର ଆମେରିକା କରିପାରିବ । ଏଥିସହ ସେନାରେ ତୃତୀୟଲିଙ୍ଗୀଙ୍କ ଭର୍ତ୍ତି ଉପରେ ବ୍ୟାନ୍ ଲଗାଯିବା ନିଷ୍ପତ୍ତିକୁ ମଧ୍ୟ ଟ୍ରମ୍ପ୍ ଉଚିତ ବୋଲି କହିଛନ୍ତି।
ପ୍ରକାଶଥାଉ କି ଟ୍ରମ୍ପ୍ ଗତ ଜାନୁଆରୀ ୨୭ରେ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ । ଆମେରିକା ସେନାରେ ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ନିଯୁକ୍ତି ଏବଂ ସେମାନଙ୍କ ସେବା ଉପରେ ସେ କଟକଣା ଲଗାଇଥିଲେ । ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି ।