ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବଢ଼ୁଛି ୟୁକ୍ରେନ୍‌ ଯୁଦ୍ଧର ତୀବ୍ରତା, କିଭ୍‌ ଉପରେ ଡ୍ରୋନ୍‌ ଓ ମିସାଇଲ୍‌ ବର୍ଷା କଲା ଋଷ

Published By : Tapas Panda | November 13, 2024 11:37 PM

Image Courtesy: aljazeera

ନୂଆଦିଲ୍ଲୀ: ଅଢେଇ ବର୍ଷରୁ ଅଧିକ ସମୟ ହେବ ଋଷ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଦୁଇ ପକ୍ଷ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଋଷିଆ ଆଜି ୟୁକ୍ରେନର ରାଜଧାନୀ କିଭ ଉପରେ ଜୋରଦାର ଆକ୍ରମଣ କରିଛି । ଦୀର୍ଘ ଦୁଇମାସର ନିରବତା ପରେ ଏହା କିଭ ଉପରେ ପ୍ରଥମ ମିଳିତ ବିମାନ ଆକ୍ରମଣ । ଏହି ଆକ୍ରମଣରେ ଋଷିଆ ବହୁଳ ପରିମାଣରେ ଡ୍ରୋନ ଓ ମିସାଇଲ ବ୍ୟବହାର କରିଥିବାର ସୂଚନା ମିଳିଛି । ଆକ୍ରମଣ ପରେ କିଭର ଆଖପାଖ ଅଞ୍ଚଳ ଛାରଖାର ହେଇଯିବା ସହ ଋଷ ସୈନିକମାନେ ପୂର୍ବ ୟୁକ୍ରେନ ଆଡକୁ ଅଗ୍ରସର ହେବାକୁ ଲାଗିଛନ୍ତି ।  ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଥିବାରୁ ୟୁକ୍ରେନକୁ ଆମେରିକା ତରଫରୁ ମିଳୁଥିବା ସାହାଯ୍ୟ ଆଉ ମିଳିବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି ।  

ବ୍ରୋଭାରୀ ଉପକଣ୍ଠରେ ଜଣଙ୍କ ଉପରେ ଡ୍ରୋନର କିଛି ଭଗ୍ନାବଶେଷ ପଡିଯିବା ଯୋଗୁଁ ସେ ଆହତ ହୋଇଥିବା କିଭର ଅଧିକାରୀମାନେ ସୂଚନା ଦେଇଛନ୍ତି ।  ଆକ୍ରମଣ ପରେ ଚାରିଆଡେ ନିଆଁ ଲାଗିଯାଇ ଥିବାରୁ ଅଗ୍ନିଶମ ବିଭାଗ ନିଆଁ ଲିଭାଉ ଥିବାର ଚିତ୍ର ଜରୁରୀକାଳୀନ କର୍ମଚାରୀମାନେ ସେୟାର କରିଛନ୍ତି । ସେହିପରି ଋଷିଆ ନିଜର ଅଞ୍ଚଳ କହି ଦାବି କରୁଥିବା ଦକ୍ଷିଣ ୟୁକ୍ରେନର ଖେରସନ ଅଞ୍ଚଳରେ ମଧ୍ୟ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣ ଫଳରେ ଜଣେ ୫୨ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି । ଭାରତୀୟ ସମୟ ଭୋର ୪ଟା ୩୦ ସମୟରେ ରାଜଧାନୀ କିଭରେ ମିସାଇଲ ଆକ୍ରମଣ ନେଇ ଏୟାର ରେଡ ଆଲାର୍ମ ବାଜି ଉଠିଥିଲା । 

ଋଷ ୟୁକ୍ରେନର ରାଜଧାନୀ କିଭକୁ ଲକ୍ଷ କରି ଏକ ବାଲିଷ୍ଟିକ ମିସାଇଲ ମାଡ କରିବା ସହ ଡ୍ରୋନ ଆକ୍ରମଣ ମଧ୍ୟ ଜାରି ରଖିଥିଲା  । ଗୋଟିଏ ଦିନ ପୂର୍ବରୁ କିଭରେ ଋଷିଆ ଆକ୍ରମଣ କରିଥିଲା ଯେଉଁଥିରେ ଜଣେ ମହିଳାଙ୍କ ସହ ତାଙ୍କର ତିନିଜଣ ସନ୍ତାନଙ୍କର ମୃତ୍ୟୁ ଘଟିଥିଲା । ଗତ ସପ୍ତାହରେ ଉଭୟ ଦେଶ ରାତିସାରା ପରଷ୍ପର ଉପରେ ଡ୍ରୋନ ଆକ୍ରମଣ କରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି । 

ୟୁକ୍ରେନ ଉପରେ ଋଷ ଆକ୍ରମଣ ତୀବ୍ର କରୁଥିବାରୁ ୟୁକ୍ରେନ ମାସାଧିକ ସମୟ ଧରି ପାଶ୍ଚାତ୍ୟ ଦେଶ ମାନଙ୍କରୁ ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରୁଛି । ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତି ଥିବାରୁ ଆମେରିକାରୁ ମିଳୁଥିବା ସୈନ୍ୟ ସହାୟତା ରାଶି ବନ୍ଦ ହେଇଯିବାର ସମ୍ଭାବନା ରହିଛି ।  କାରଣ ଟ୍ରମ୍ପଙ୍କ ମତରେ ଆମେରିକା ଦେଉଥିବା ସହାୟତା ରାଶି ଦେଶର ସମ୍ବଳକୁ କ୍ଷୟ କରୁଛି । ଏଭଳି ସ୍ଥିତିରେ ଋଷ ସହ ଲଢ଼ିବା ଲାଗି ୟୁକ୍ରେନ୍‌ ଅସମର୍ଥ ହୋଇପାରେ ବୋଲି ମତ ପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.