ନୂଆଦିଲ୍ଲୀ, ୨୧।୭: ୟୁକ୍ରେନ୍ ଉପକୂଳରେ ଥିବା ଏକ ବ୍ୟବସାୟିକ ଜାହାଜ MV Golden Leo ଉପରେ ଋଷିଆର ମିସାଇଲ୍ ଆକ୍ରମଣରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଆକ୍ରମଣରେ ଋଷିଆ ନିଜର ଆଧୁନିକ Kh-69 ଷ୍ଟିଲ୍ଥ୍ କ୍ରୁଜ୍ ମିସାଇଲ୍ ବ୍ୟବହାର କରିଥିଲା । ଏହି ମିସାଇଲ୍କୁ ଭାରତୀୟ ବାୟୁସେନାର Su-30MKI ଯୁଦ୍ଧବିମାନ ପାଇଁ ସାମିଲ କରିବାକୁ ଋଷିଆ ପୂର୍ବରୁ ହିଁ ଭାରତକୁ ପ୍ରସ୍ତାବ ଦେଇସାରିଛି ।
ଏହା ବି ପଢ଼ନ୍ତୁ... Indian Export : ଟ୍ରମ୍ପଙ୍କ ଏହି ଗୋଟିଏ ନିଷ୍ପତ୍ତିରୁ ଭାରତକୁ ମିଳିବ ବଡ଼ ଫାଇଦା ! କାନାଡ଼ା ଉପରେ ୫୦% ଟ୍ୟାରିଫ୍ ପରେ ଭାରତୀୟ କମ୍ପାନୀଙ୍କ ପାଇଁ ଖୋଲିଲା ବାଟ
ଭାରତୀୟ ବାୟୁସେନା ପାଇଁ Kh-69 କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଭାରତୀୟ ବାୟୁସେନା ନିକଟରେ ୨୬୦ରୁ ଅଧିକ Su-30MKI ଯୁଦ୍ଧବିମାନ ରହିଛି, ଯାହା IAF ର ମୁଖ୍ୟ ଆଧାର । Kh-69 କୁ ମୂଳତଃ ଋଷର ୫ମ ପିଢ଼ିର ଯୁଦ୍ଧବିମାନ Su-57 ପାଇଁ ତିଆରି କରାଯାଇଥିଲା । ମାତ୍ର ଏହାକୁ Su-30MKI ର ୱିଙ୍ଗ୍ସରେ ବିନା କୌଣସି ବଡ଼ ପରିବର୍ତ୍ତନରେ ସହଜରେ ଲଗାଯାଇପାରିବ । ଏହି ମିସାଇଲ୍ ଅତି କମ୍ ଉଚ୍ଚତାରେ ଉଡ଼ି ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ଲକ୍ଷ୍ୟଭ୍ରଷ୍ଟ ନହୋଇ ସଠିକ୍ ଆକ୍ରମଣ କରିବାରେ ସକ୍ଷମ । ସୀମା ପାର୍ ନକରି ଶତ୍ରୁର ଏୟାର ଡିଫେନ୍ସ ପରିସର ବାହାରେ ରହି ଦୂରବର୍ତ୍ତୀ କମାଣ୍ଡ ସେଣ୍ଟର ଓ ରାଡାର୍ ଉପରେ ଆକ୍ରମଣ କରାଯାଇପାରିବ । ବ୍ରହ୍ମୋସ୍ ନିଜର ସୁପରସୋନିକ ସ୍ପିଡ୍ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ, Kh-69 ନିଜର ହାଲୁକା ଓଜନ ଏବଂ ଷ୍ଟିଲ୍ଥ୍ ଟେକ୍ନୋଲୋଜି ପାଇଁ ସ୍ୱତନ୍ତ୍ର । ସାମରିକ ବିଶେଷଜ୍ଞଙ୍କ ମତରେ, Kh-69 ବ୍ରହ୍ମୋସ୍ର ବିକଳ୍ପ ନୁହେଁ, ବରଂ ଏହା ସାମିଲ ହେଲେ Su-30MKI ର ଆକ୍ରମଣ କ୍ଷମତା ବହୁଗୁଣିତ ହୋଇପାରିବ ।