ନୂଆଦିଲ୍ଲୀ,୩।୧୦:  ଆମେରିକା ସହିତ ଜାରି ରହିଛି ରୁଷର ବାଣିଜ୍ୟିକ  ଉତ୍ତେଜନା। ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅନେକ କଟକଣା ଏବଂ ଟାରିଫ ସତ୍ତ୍ୱେ, ରୁଷଠାରୁ ଆମେରିକା ୟୁରାନିୟମ କିଣୁଛି, ଏବଂ ଏହା ରୁଷ ପାଇଁ ଯଥେଷ୍ଟ ଲାଭ ଆଣିବ।  ଆମେରିକାର ଦ୍ୱିତୀୟ ସର୍ବବୃହତ ୟୁରାନିୟମର ଯୋଗାଣକାରୀ ହେଉଛି ଦେଶ ହେଉଛି ରୁଷ। ୨୦୨୫ ମସିହାରେ ପ୍ରାୟ ୧.୨ ବିଲିୟନ ଡଲାର ଆୟ କରିବାର ଆଶା କରାଯାଉଛି। ଆମେରିକାର ନ୍ୟୁକ୍ଲିୟର ଫୁଏଲର ପ୍ରାୟ ୬୦% ଅଂଶ ଏକ ଆମେରିକୀୟ-ୟୁରୋପୀୟ କମ୍ପାନୀ ସପ୍ଳାଇ କରିଥାଏ। ସେଭଳି କେଳବ ରୁଷର ଅଂଶୀଦାରି ଏକାକୀ ୨୫% ରହିଛି।  ୨୦୨୪ରେ ଆମେରିକାକୁ  ରୁଷ ୟୁରାନିୟମ ବିକ୍ରି କରି ପ୍ରାୟ ୮୦୦ ମିଲିୟନ ଡଲାର ଆୟ କରିଥିଲା। ୨୦୨୫ ର ପ୍ରଥମ ୬ ମାସରେ ଏହା ୮୦୦ ମିଲିୟନ ଡଲାର ପାର କରିଯାଇଥିଲା। ପୁରା ବର୍ଷ ସୁଧା ପ୍ରାୟ ୧.୨ ବିଲିୟନ ଡଲାର ଆୟ ହେବାର ଅନୁମାନ କରହିଛି। 

ଏହା ସହ ଆମେରିକାର ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ପୁଟିନ କରିଛନ୍ତି କଡା ସମାଲୋଚନା। ସେ କହିଛନ୍ତି ରୁଷ ସହ ବାଣିଜ୍ୟ କରିବା ନେଇ ଭାରତ ଉପରେ ୫୦% ଟାରିଫ୍ ଲଗାଉଛନ୍ତି ଟ୍ରମ୍ପ। ହେଲେ ଅନ୍ୟପଟେ ରୁଷଠାରୁ ପ୍ରଚୁର ପରିମାଣର ୟୁରାନିୟମ କିଣୁଛନ୍ତି। ଏହାକୁ କେବଳ ଦୋମୁହାଁ ନୀତି ହିଁ କହିହେବ। ଏଭଳି କିଛି କହି ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି  ପୁଟିନ୍।

ଅନ୍ୟ ପକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଭୁରି ଭୁରି ପ୍ରଶଂସା। ସେ କହିଛନ୍ତି, ମୋଦି ଜଣେ ଜ୍ଞାନୀନେତା। ସେ ନିଜ ଦେଶର ସ୍ବାର୍ଥକୁ ସବୁବେଳେ ଗୁରୁତ୍ବ ଦିଅନ୍ତି। ଏହା ସହ କହିଛନ୍ତି,ଆଗକୁ ଆହୁରି ସୁଦୃଢ ହେବ ରୁଷ-ଭାରତ ସମ୍ପର୍କ । କାରଣ ଭାରତ-ରୁଷିଆ ବାଣିଜ୍ୟର ପାରସ୍ପରିକ ଲାଭକୁ ଗୁରୁତ୍ୱ ଦିଅନ୍ତି । ତୈଳ ଆମଦାନୀ ବନ୍ଦ କଲେ ଭାରତକୁ ବାର୍ଷିକ ୯-୧୦ ବିଲିୟନ ଡଲାର କ୍ଷତି ହେବ । ଉଭୟଙ୍କ ସମ୍ପର୍କ ପ୍ରତିରକ୍ଷା, ଶକ୍ତି ଓ ବାଣିଜ୍ୟକୁ ନେଇ ଆହୁରି ମଜଭୁତ ହେବ । ପୁଟିନଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପଙ୍କ ଶୁଳ୍କ ନୀତି ଅନେକ ଦେଶ ସହିତ ଆମେରିକାର ବାଣିଜ୍ୟ ସମ୍ପର୍କକୁ ଖରାପ କରିଦେଇଛି। ତଥାପି, କଟକଣା ସତ୍ତ୍ୱେ, ଆମେରିକା ରୁଷରୁ ୟୁରାନିୟମ କ୍ରୟ କରିଚାଲିଛି। ପୁଟିନ ଆମେରିକାର ଏହି ଦୋ ମୁହାଁ ନୀତିକୁ କଡା ସମାଲୋଚନା କରିଛନ୍ତି।