ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମେରିକୀୟ ସୂଚନା ବନ୍ଦ ପରେ ୟୁକ୍ରେନ ଉପରେ ରୁଷ୍‌ର ଭୟଙ୍କର ରକେଟ୍ ଆକ୍ରମଣ,୨୦ ମୃତ, ୩୦ ଆହତ...

Published By : Ladu Kishor | March 8, 2025 6:29 PM

ନୂଆଦିଲ୍ଲୀ: ଆମେରିକା ୟୁକ୍ରେନକୁ ଗୁପ୍ତଚର ସୂଚନା ଦେବା ବନ୍ଦ କରିବା ପରେ କ୍ବିଭ୍ ବଡ ଆକ୍ରମଣ କରିଛି ରୁଷ୍ । ୟୁକ୍ରେନର ଅଶାନ୍ତ  ଡୋନେଟସ୍କ ଅଞ୍ଚଳର ଏକ ସହରରେ ରୁଷ ଏହି ଆକ୍ରମଣ କରିଛି। ରୁଷ୍‌ର ଏହି ଆକ୍ରମଣରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ କି ଅନେକ ଲୋକ ଆହତ ହୋଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ୟୁକ୍ରେନ ସହିତ ସାଟେଲାଇଟ୍ ଫଟୋ ସେୟାର କରିବା ବନ୍ଦ କରିବା ପାଇଁ ଆମେରିକାର ନିଷ୍ପତ୍ତି ପରେ, ରୁଷ ଏକାଧିକ ବିମାନ ଆକ୍ରମଣ କରିଛି।

ଶୁକ୍ରବାର ବିଳମ୍ବିତ ରାତିରେ ରୁଷ ସେନା ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି, ଯାହା ଡୋବ୍ରୋପିଲିଆ ସହରରେ ୮ ଟି ଆପାର୍ଟମେଣ୍ଟ ବ୍ଲକକୁ କ୍ଷତିଗ୍ରସ୍ତ କରିଛି, ଯେଉଁଠାରେ ରୁଷୀୟ ସୈନ୍ୟମାନେ ନିରନ୍ତର ଆଗକୁ ବଢ଼ୁଛନ୍ତି। ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା କହିଛି ଯେ ଉଦ୍ଧାରକାରୀ ମାନେ ଜଳୁଥିବା କୋଠା ଗୁଡ଼ିକୁ ଲିଭାଇବା ପାଇଁ ସଂଘର୍ଷ କରୁଥିବା ସମୟରେ ଏକ ରୁଷୀୟ ଡ୍ରୋନ୍ ୟୁକ୍ରେନର ଏକ ଅଗ୍ନିଶମ ଗାଡ଼ିକୁ କ୍ଷତି ପହଞ୍ଚାଇଥିଲା।

ତେବେ କ୍ବିଭ୍‌ର ଡୋନେଟସ୍କ ଅଞ୍ଚଳରେ ରୁଷିଆ ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ପରେ ଲୋକମାନେ ଆତଙ୍କିତ ଅଛନ୍ତି। ଡୋନେଟସ୍କ ରାଜ୍ୟପାଳ ଭାଦିମ୍ ଫିଲିଆସ୍କିନ୍ ଶନିବାର ଦିନ ଅଞ୍ଚଳରେ ଶୋକ ଦିବସ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ଭଗ୍ନାବଶେଷ ମଧ୍ୟରୁ ଆହୁରି ପୀଡିତ ମିଳିପାରନ୍ତି। ରୁଷିଆ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ୱାରା ନଷ୍ଟ ହୋଇଥିବା ଘର ଏବଂ ପୋଡ଼ିଯାଇଥିବା କାର ଗୁଡ଼ିକ ଆମ ସହରର ଶରୀରରେ ଏକ ଭୟଙ୍କର କ୍ଷତ । ବର୍ତ୍ତମାନ, ଆମେ ଜାଣିଛୁ ଯେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି, କିନ୍ତୁ ସନ୍ଧାନ ଅଭିଯାନ ଜାରି ରହିଛି ଏବଂ ଏହି ସଂଖ୍ୟା ଆହୁରି ବଢ଼ିପାରେ । 

ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ଆହତଙ୍କ ମଧ୍ୟରେ ଅତି କମରେ ପାଞ୍ଚ ଜଣ ପିଲା ଅଛନ୍ତି। ଗତକାଲି ରାତିରେ, ରୁଷୀୟ ସାମରିକ ବାହିନୀ ଡୋବ୍ରୋପିଲିଆର କେନ୍ଦ୍ରରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଜରୁରୀକାଳୀନ ସେବା ଘଟଣାସ୍ଥଳକୁ ପହଞ୍ଚିବା ପରେ, ସେମାନେ ଉଦ୍ଧାର କର୍ମୀମାନଙ୍କୁ ଜାଣିଶୁଣି ଟାର୍ଗେଟ କରି ଆଉ ଏକ ଆକ୍ରମଣ ଆରମ୍ଭ କରିଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.