ନୂଆଦିଲ୍ଲୀ,୧୫।୨: ଜର୍ମାନୀରେ ମ୍ୟୁନିଚ ସୁରକ୍ଷା ସମ୍ମିଳନୀ ଚାଲିଛି। ଏହି ସମୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପୁଣିଥରେ ଦୋହରାଇଛନ୍ତି ୱାଶିଂଟନକୁ ଭାରତ ଆଶ୍ୱାସନା ଦେଇଛି ସେ ରୁଷରୁ ଅତିରିକ୍ତ ତେଲ କ୍ରୟ କରିବ ନାହିଁ। ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ, ଏସ. ଜୟଶଙ୍କର, ସମ୍ମିଳନୀର ପରବର୍ତ୍ତୀ ଅଧିବେଶନରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତ ରଣନୈତିକ ସ୍ୱାଧିନତା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ, ଅର୍ଥାତ୍ ଭାରତ ବାହ୍ୟ ଚାପ ବିନା ସ୍ୱାଧୀନ ଭାବରେ ତା’ର ଜାତୀୟ ସ୍ୱାର୍ଥ ଅନୁଯାୟୀ ନିଷ୍ପତ୍ତି ନେଇପାରିବ।

ମାର୍କୋ ରୁବିଓ ଫେବୃଆରୀ ୧୪ ରେ ରୁଷ ଉପରେ ଆମେରିକାର କଟକଣା କଥା କହିଥିଲେ,କାରଣ ୟୁରୋପୀୟ ଦେଶ ୟୁକ୍ରେନ୍ ଯୁଦ୍ଧକୁ ରୋକିବା ପାଇଁ ଆମେରିକା ଉପରେ ଚାପ ପକାଉଥିଲେ। ପାଇଁ ଆହ୍ୱାନ କରିଥିଲେ। ରୁବିଓଙ୍କ ଅନୁଯାୟୀ, ଭାରତ ରୁଷରୁ ଅତିରିକ୍ତ ତେଲ କ୍ରୟ ନକରିବାକୁ ପ୍ରତିଶ୍ରୁତି ଦେଇଛି, ଅର୍ଥାତ୍ ବର୍ତ୍ତମାନ ପ୍ରକ୍ରିୟାରେ ଥିବା ତେଲ ଅର୍ଡରଗୁଡ଼ିକ ପ୍ରଭାବିତ ହେବ ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ରଏଟର୍ସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ସରକାରୀ ମାଲିକାନା କମ୍ପାନୀ ସମେତ ଭାରତୀୟ କମ୍ପାନୀଗୁଡ଼ିକ ଏପ୍ରିଲରେ ଡେଲିଭରି ପାଇଁ ରୁଷ ତେଲ କ୍ରୟ କରିବା ପ୍ରାୟ ବନ୍ଦ କରିଦେଇଛନ୍ତି। ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କ ସହ ଏକ ବୈଠକରେ ଏସ. ଜୟଶଙ୍କର କହିଛନ୍ତି ଯେ ଭାରତ ଏହାର ରଣନୈତିକ ସ୍ୱାଧିନତା ନୀତି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଦେଶର ଶକ୍ତି କ୍ରୟ ମୂଲ୍ୟ, ବିପଦ ଏବଂ ଉପଲବ୍ଧତା ଭଳି କାରଣରୁ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି, ବିଶ୍ୱ ଶକ୍ତି ବଜାର ଜଟିଳ ରହିଛି ଏବଂ ଭାରତର ତୈଳ କମ୍ପାନୀଗୁଡ଼ିକ ଏପରି ନିଷ୍ପତ୍ତି ନେବେ ଯାହା ତାଙ୍କ ପାଇଁ ଭଲ।ମୁଁ ଭାବୁଛି ଭାରତର ତୈଳ କମ୍ପାନୀଗୁଡ଼ିକ, ୟୁରୋପ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶରେ, ଉପଲବ୍ଧତା, ମୂଲ୍ୟ ଏବଂ ବିପଦକୁ ଦେଖି ନିଷ୍ପତ୍ତି ନିଅନ୍ତି।

 

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆହୁରି କହିଛନ୍ତି , ଭାରତ ପାଖରେ ଏପରି ନିଷ୍ପତ୍ତି ନେବାର ବିକଳ୍ପ ଅଛି, ଯାହା ପାଶ୍ଚାତ୍ୟ ଚିନ୍ତାଧାରା ସହିତ ମେଳ ଖାଉନାହିଁ। ଆମେରିକା ରୁଷୀୟ ତୈଳ କ୍ରୟ ପାଇଁ ଭାରତ ଉପରେ ଲାଗୁ କରିଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କକୁ ହଟାଇ ଦେଇଛି। ଟ୍ରମ୍ପ ମଧ୍ୟ ଆମେରିକାର ବାଣିଜ୍ୟ ସଚିବଙ୍କୁ ଭାରତୀୟ ତୈଳ କ୍ରୟ ଉପରେ ନଜର ରଖିବାର ଦାୟିତ୍ୱ ଦେଇଛନ୍ତି। ଯଦି ଆମେରିକାକୁ ଜଣାପଡେ ଭାରତ ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷୀୟ ତୈଳ ଆମଦାନି ପୁଣି ଆରମ୍ଭ କରିଛି, ତେବେ ଦଣ୍ଡମୂଳକ ୨୫ ପ୍ରତିଶତ ଟାରିଫ୍ ପୁଣି ଲାଗୁ କରାଯାଇପାରେ।