ନୂଆଦିଲ୍ଲୀ: ଟିଏମସିର ୧୯ ଜଣ ସାଂସଦଙ୍କ ମଧ୍ୟରେ ଅଛନ୍ତି ସାୟାନୀ ଘୋଷ । ପଶ୍ଚିମବଙ୍ଗର ଫାୟାର ବ୍ରାଣ୍ଡ ଟିଏମସି ନେତ୍ରୀ ଏବେ ମମତାଙ୍କ ହାତ ଛାଡ଼ିଛନ୍ତି । ଏକଦା ମମତାଙ୍କ ଘନିଷ୍ଠ ଏବଂ ପ୍ରିୟ ଶିଷ୍ୟା ଥିବା ସାୟାନୀ ବିଦ୍ରୋହୀ ସାଂସଦଙ୍କ ସହ ରହିଛନ୍ତି । ମିଳିଥିବା ଏକ ସୂତ୍ର ଅନୁସାରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିଛନ୍ତି ସାୟାନୀ ଘୋଷ ।

ତେବେ ସାୟାନୀଙ୍କ ସହ ଭୂପେନ୍ଦ୍ରଙ୍କ ଭେଟଘାଟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସାୟାନୀଙ୍କ ସହ ଉପସ୍ଥିତ ରହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏନଡିଏକୁ ସମର୍ଥନ କରିବା ପାଇଁ ଟିଏମସିର ୧୯ ଜଣ ସାଂସଦ ଏକାଠି ହୋଇଛନ୍ତି । ଏବଂ ବାଚସ୍ପତିଙ୍କୁ ଦାବି ଜଣାଇବା ମଧ୍ୟରେ ଏଭଳି ଏକ ଭେଟଘାଟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ମମତାଙ୍କ ସହ ଏବେ ମାତ୍ର ୨୮ ଜଣରୁ ୧୯ ଜଣ ମମତାଙ୍କ ହାତ ଛାଡ଼ିବା ପରେ ଦିଦିଙ୍କ ଚିନ୍ତା ବଢ଼ିଯାଇଛି । ମାତ୍ର ୯ ଜଣ ସାଂସଦ ଦିଦିଙ୍କ ସହ ରହିଥିବା ଦାବି କରାଯାଉଛି । ଅନ୍ୟପଟେ ମମତା ଇଣ୍ଡିଆ ମେଣ୍ଟରେ ବିଜେପି ବିରୋଧରେ ଲଢ଼ିବା ପାଇଁ ଜୋର ଧରିଥିବାବେଳେ ରାଜ୍ୟପରେ ଦିଲ୍ଲୀରେ ଦଳର ବଳ କମିବାରେ ଲାଗିଛି । ନିକଟରେ ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିଲେ ମମତା । ରାହୁଲଙ୍କ ସହ ଅଭିଷେକ ମଧ୍ୟ ଭେଟ ହୋଇଥିଲେ ।

ଏହାସହ ପଢ଼ନ୍ତୁ : Shatrughan Sinha: ଏହି ଦୁଇ ଫିଲ୍ମ ଛାଡ଼ି ଅନୁତାପ କରୁଛନ୍ତି ଶତ୍ରୁଘ୍ନ ସିହ୍ନ, ଅମିତାଭ ପାଇଲେ ଅପୂର୍ବ ସଫଳତା