ଭୁବନେଶ୍ବର,୧୪/୧୨: ଓଡ଼ିଆ ସିନେ ଜଗତର ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ସାମାଜିକ ଗଣମାଧ୍ୟରେ ଏକ ଖୁସି ଖବର ଦେଇଛନ୍ତି। ଖୁବ ଶୀଘ୍ର ଉଭୟେ ତାଙ୍କ ପରିବାରକୁ ଜଣେ ନୂଆ ସ୍ବପ୍ନକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସବ୍ୟାର୍ଚ୍ଚିତା ଖୁବଶୀଘ୍ର ବାପା ମାଆ ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି। ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ମଧ୍ୟ ସେୟାର କରିଛନ୍ତି। ଆଉ ଏହାପରେ ସେମାନଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଓଲିଉଡର ଲୋକପ୍ରୀୟ କଳାକାର ମାନେ ଏବଂ ଯେଉଁମାନେ ପୂର୍ବରୁ ଉଭୟ ସର୍ବ୍ୟାର୍ଚ୍ଚିତାଙ୍କ ସହିତ ଅଭିନୟ କରିଛନ୍ତି, ସେମାନେ ଶୁଭେଚ୍ଛା ଜଣାଇଛନ୍ତି।
ସବ୍ୟସାଚୀ ତାଙ୍କ ଫେସ୍ବୁକ୍ ଏବଂ ଏକ୍ସ ପୋଷ୍ଟରେ ଅର୍ଚ୍ଚିତାଙ୍କ ସହିତ ତାଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି,' Love story just got a Sweet Twist , ଦୁନିଆକୁ ଆସିବାକୁ ଥିବା ଆମ କୁନି ସ୍ବପ୍ନ ପାଇଁ ଆପଣଙ୍କ ଶୁଭାଶିଷ ଏକାନ୍ତ କାମ୍ୟ #sabyarchita' ।
ସୂଚନାଥାଉକି ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ବାହାଘର ୧ ମାର୍ଚ୍ଚ ୨୦୨୧ ରେ ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ହୋଇଥିଲା। ପୂର୍ବରୁ ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ଉଭୟେ ଶେଷରେ ଏହି ଚର୍ଚ୍ଚାକୁ ବାସ୍ତବତାରେ ପରିଣତ କରି ସାତ ଜନମର ସାଥୀ ହୋଇଥିଲେ ।