୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

ଧନୁ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ଚତୁର୍ଥ ଏବଂ ଜୁନ୍‌ ମାନ ୧ ତାରିଖ ପର୍ଯ୍ୟନ୍ତ ବୃହସ୍ପତି ସପ୍ତମ ଚନ୍ଦ୍ର ହେତୁ ଧନୁ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଆୟର ମାର୍ଗ ଅତି ଉତ୍ତମ ହେଲେ ମଧ୍ୟ ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ, ମାଲିମକଦ୍ଦମାର ଭୟ ଏବଂ ଚୋର ଭୟର ଆଶଙ୍କା ରହିବ । ବ୍ୟବସାୟୀମାନେ ଉତ୍ତମ ଆୟ କଲେ ମଧ୍ୟ କର୍ମଚାରୀ ସମସ୍ୟା ଓ ଟ୍ରାନ୍ସପୋର୍ଟ ସମସ୍ୟା ଲାଗି ରହିବ । କର୍ମଚାରୀମାନଙ୍କର ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ପଦସ୍ଥ ଅଧିକାରୀଙ୍କ ଆସ୍ଥାଭାଜନ ହେବାରେ ଅସମର୍ଥ ହେବେ ଏବଂ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁଥିପାଇଁ ସେମାନଙ୍କର ସ୍ଥାନାନ୍ତରଣର ଯୋଗ ରହିଛି । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମ ସମ୍ପାଦନ ହେବ ଏବଂ ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ସୁଧାର ଆସିବ । ନିଯୁକ୍ତି ଆଶାୟୀ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ଏବଂ ଶିକ୍ଷାର୍ଥୀମାନେ ଶିକ୍ଷାରେ ମନୋନିବେଶ କରିବେ । କ୍ରୀଡ଼ାବିତ୍ମାନେ ଦେଶ ଓ ଜାତି ପାଇଁ ସମ୍ମାନ ଆଣିବେ । ଗୃହିଣୀମାନେ ପାରିବାରିକ ସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହେବେ ।

ଜୁନ୍‌ ମାନ ୧ ତାରିଖ ପରେ ବୃହସ୍ପତି ଅଷ୍ଟମରେ ରହୁଥିବାରୁ ସବୁ ବର୍ଗର ବ୍ୟକ୍ତିମାନେ ଅଶୁଭଫଳ ପାଇବେ । ବ୍ୟବସାୟୀମାନେ କ୍ଷତି ସହିବେ ଏବଂ କର୍ମଜୀବୀମାନଙ୍କର କର୍ମରେ ସମସ୍ୟା ଉପୁଜିବ । ଶୀକ୍ଷାର୍ଥୀମାନେ ଅସଫଳ ହେବେ ଏବଂ କ୍ରୀଡ଼ାବିତ୍‌ମାନେ ସଫଳତାର ସାମନା କରିବେ ଏବଂ ଗୃହିଣୀମାନେ ଶାରୀରିକ ପୀଡ଼ା ଭୋଗିବେ । ବର୍ଷର ଶେଷ ଭାଗରେ ଅକ୍ଟୋବର ୩୦ ପରେ ବୃହସ୍ପତି ନବମ ହେଉଥିବାରୁ ସବୁ ବର୍ଗର ବ୍ୟକ୍ତିମାନେ ଶୁଭଫଳ ପାଇବେ । ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।