ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ଦୋଷ ମାନିଲା ଆକ୍ରମଣକାରୀ

Published By : Ankita S | January 19, 2025 7:49 AM

ମୁମ୍ବାଇ,୧୯/୧: ପୋଲିସ ସହ ଲୁଚକାଳି ଖେଳୁଥିଲା । ନାଁ ବଦଳାଇ ଚମକା ଦେଉଥିଲା । ଟିଭିରେ ଖବର ଦେଖି ଜାଗା ବଦଳାଉଥିଲା । କାବୁ କଲା ପୋଲିସ । ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ମୁମ୍ବାଇ ପୋଲିସକୁ ସଫଳତା ମିଳିଛି । ୩ ଦିନ ପରେ ସୈଫଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଛି ବାନ୍ଦ୍ରା ପୋଲିସ । ମହମ୍ମଦ ଇଲିୟାସ ଓରଫ ବିଜୟ ଦାସକୁ ଥାନେ ହିରାନନ୍ଦାନୀରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଖାର ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି । ସେ ପଶ୍ଚିମବଙ୍ଗବାସୀ । ଅଭିଯୁକ୍ତ ବିଜୟ ଦାସ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରୁଥିଲା । ସେ ତାର ନାମ ଲୁଚାଇଥିଲା । କେବେବେଳେ ମହମ୍ମଦ ଇଲିୟାସ, ବିଜୟ ଦାସ ତ ପୁଣି ବିଜୋୟ ଦାସ ବୋଲି ନାମ କହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ତାର ଦୋଷ ସ୍ବୀକାର କରିଥିବା କହିଛି ପୋଲିସ ।

ସୈଫଙ୍କୁ ଛୁରାମାଡ ଘଟଣାରେ ତଦନ୍ତ ଚଳାଇଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଥିଲା । ଘଟଣାର ୩ ଦିନ ପରେ ଡିସିପି ଜୋନ-୬ ନବନାଥ ଧାବନେ ଟିମ୍ ଏବଂ କାସାଭଦାଭାଲି ପୋଲିସର ମିଳିତ ଅପରେସନର ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କରିଛି ପୋଲିସ । ନାଁ ବଦଳାଇ ଚମକା ଦେଉଥିଲା ଏବେ ଥାନେରୁ କାବୁ କରିଛି ପୋଲିସ । ଅଭିଯୁକ୍ତ ଘର ପଶ୍ଚିମବଙ୍ଗ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ପୋଲିସ ଆଗରେ ଦୋଷ ମାନିଥିବା ଜଣାପଡିଛି । ପୂର୍ବରୁ ଏହି ମାମଲାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଥିଲା ।

ଏହା ବି ପଢନ୍ତୁ...ସୈଫଙ୍କୁ ହସ୍ପିଟାଲରେ କିଏ ପହଞ୍ଚାଇଥିଲେ ? ସେଦିନ ରାତି ଘଟଣା ବଖାଣିଲେ ଅଟୋ ଡ୍ରାଇଭର ଭଜନ ସିଂହ


ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରୁଥିଲା । ସୈଫଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାମ  ବଦଳାଇ ରହୁଥିଲା । ମେଟ୍ରୋରେ କାମ ଚାଲୁଥିବା କନଷ୍ଟ୍ରକ୍ସନରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା । ବିଜୟ ପୋଲିସ ଆଗରେ ଦୋଷ ସ୍ବୀକାର କରିଛି । ମାମଲା ଗତକାଲି (ଶନିବାର) ଛତିଶଗଡ ଦୁର୍ଗରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଜେରା କରାଯାଇଥିଲା । ସନ୍ଦିଗ୍ଧ ଆକାଶ କୈଳାଶ କନୋଜିକୁ ଶାଲିମାର ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଗିରଫ କରାଯାଇଥିଲା । ମୁମ୍ବାଇରୁ ପଠାଯାଇଥିବା ସିସିଟିଭି ଫୁଟେଜ ସହ ମେଳ ଖାଇବାକୁ ଧରିଥିଲା ଆରପିଏଫ୍ ।

ଏହା ବି ପଢନ୍ତୁ...୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଅପରେସନ; ଚେତା ଫେରିବା ପରେ ଡାକ୍ତରଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ ସୈଫ୍‌

ଗତ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ ଅଲ୍ଲୀ ଖାନ୍ । ଘଟଣାର ତଦନ୍ତ କରିଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଥିଲା ।  ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଥିଲା । ପ୍ରଥମେ ଜଣେ ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା । ବର୍ତ୍ତମାନ ସୈଫଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.