ମୁମ୍ବାଇ,୨୩/୬ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ସବୁଠାରୁ କମ୍ ବୟସରେ ଡେବ୍ୟୁ କରିଥିବା ରେକର୍ଡ଼ ମହିଳା କ୍ରିକେଟରଙ୍କ ନାଁରେ ରହିଛି । ଯାହାଙ୍କ ନାଁ ସଜ୍ଜିଦା ଶାହ ଅଟେ । ପାକିସ୍ତାନୀ ଖେଳାଳୀ ସାଜ୍ଜିଦା ୧୨ବର୍ଷ ୧୭୧ଦିନର ବୟସରେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ଏହାସହ ଏହି ରେକର୍ଡ଼ ପାକିସ୍ତାନର ମହିଳା କ୍ରିକେଟରଙ୍କ ନାଁରେ ରହିଛି ।
ସାଜ୍ଜିଦା ୨୩ଜୁଲାଇ ୨୦୦୦ରେ ଆୟରଲାଣ୍ଡ ବିପକ୍ଷ ଇବାଲିନରେ ଖେଳାଯାଇଥିବା ଓ୍ବାନଡେ ମାଧ୍ୟମରେ ନିଜ କ୍ୟାରିୟରର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଥିଲେ । ଏହାର କେବଳ ୭ଦିନ ପରେ ଆୟରଲାଣ୍ଡ ବିପକ୍ଷ ପାକ୍ ଖେଳାଳୀ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ପାକିସ୍ତାନ ଲାଗି ତିନି ଫର୍ମାଟରେ ଖେଳିଥିବା ଖେଳାଳୀ ରହିଛନ୍ତି । ପ୍ରକାଶ ଯେ, ସାଜ୍ଜିଦାଙ୍କ ଜନ୍ମ ୩ ଫେବୃଆରୀ ୧୯୮୮ରେ ହୋଇଥିଲା । ୧୨ବର୍ଷ ବୟସରେ ଡେବ୍ୟୁ କରିଥିବା ସାଜ୍ଜିଦା ୨୦୧୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଦେଇଥିଲେ। ଏହି ସମୟରେ ତାଙ୍କ ବୟସ ପ୍ରାୟ ୨୨ବର୍ଷର ଥିଲା । ସେ ୨୦୦୯ରେ ଅଷ୍ଟ୍ରେଲିଆ ମାଟିରେ ଖେଳାଯାଇଥିବା ମହିଳା ବିଶ୍ବକପର ଭାଗିଦାରୀ ଥିଲେ ।
ପ୍ରକାଶ ଯେ, ସାଜ୍ଜିଦା ଶାହଙ୍କ ସବୁଠାରୁ କମ୍ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିବା ରେକର୍ଡ଼ କେବେ ଭାଙ୍ଗି ପାରିବ ନାହିଁ। ଏଭଳି ଏଥିଲାଗି କାରଣ ଆଇସିସି ନିୟମ କରିଦେଇଛି, ଯାହାଦ୍ବାରା କୌଣସି ବି ଖେଳାଳୀଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଲାଗି ଅତି କମରେ ୧୫ବର୍ଷ ହେବା ଆବଶ୍ୟକ । ଏହି ନିୟମ ଫଳରେ ବୈଭବଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବା ଲାଗି ଅପେକ୍ଷା କରିବାକୁ ପଡ଼ିଲା ।