ନୂଆଦିଲ୍ଲୀ,୨୩।୬: ଇଲୋଟ୍ରୋନିକ୍ସ କାର ଦୁନିଆରେ ଟେସଲାକୁ ପସନ୍ଦ କରାଯାଏ। ଏହି କାରକୁ ଦୁନିଆ ପର୍ଯ୍ୟନ୍ତ ଆଣିବାରେ କେବଳ ନୂଆ ଟେକ୍ନୋଲୋଜି ହିଁ ନୁହେଁ ଏହାକୁ ତିଆରି କରିବାରେ କର୍ମଚାରୀଙ୍କ ବଡ଼ ରୋଲ୍ ମଧ୍ୟ ରହିଥାଏ। ଏହି କର୍ମଚାରୀ ଦିନ ରାତି ପରିଶ୍ରମ କରିଥାନ୍ତି। ପରିଶ୍ରମ ବି କେବଳ ଦିନ ରାତି ନୁହେଁ ସପ୍ତାହରେ ୭ ଦିନ କରିଥାନ୍ତି। ଏହାର ଖୁଲାସା ଜଣେ କର୍ମଚାରୀ କରିଛନ୍ତି। ସେ ନିଜର ଓ୍ବାର୍କିଂ ସିଡ୍ୟୁଲ ବିଷୟରେ କହିଛନ୍ତି, ଯାହାକି ସପ୍ତାହରେ ୭ ଦିନ ରହିଥାଏ। ତେବେ ସପ୍ତାହରେ ତାଙ୍କର ପ୍ରତିଦିନ କାମ କରିବାର ଘଣ୍ଟା ଅଲଗା ଅଲଗା।
ୟୁଏସ୍ଏ ସିଏଟଲ୍ରେ ରୁହନ୍ତି ମହମ୍ମଦ ସଲମାନ। ସେଠାର ଟେସଲା ଅଫିସରେ ସେ କାମ କରନ୍ତି। ତାଙ୍କର କହିବା ଅନୁସାରେ, ସପ୍ତାହରେ ସେ କେତେ ଘଣ୍ଟା କାମ କରନ୍ତି। ଏହାପରେ ସେ ପ୍ରତିଦିନର ଘଣ୍ଟାର ହିସାବ ଦିଅନ୍ତି। ସୋମବାର ସେ ୧୧ ଘଣ୍ଟା କାମ କରନ୍ତି।
ରବିବାର ୪ ଘଣ୍ଟା କାମ
ଆରମ୍ଭ ଯଦିଓ ସୋମବାର ୧୧ ଘଣ୍ଟାରୁ ହୁଏ, କିନ୍ତୁ ରବିବାର ପର୍ଯ୍ୟନ୍ତ ଏହା ୪ ଘଣ୍ଟା ହୋଇଯାଏ। ମଙ୍ଗଳବାର ୯ ଘଣ୍ଟା କାମ କରୁଥିବା ବେଳେ ଗୁରୁବାର ୧୧ ଘଣ୍ଟା କାମ କରନ୍ତି। ଶୁକ୍ରବାର ୭ ଘଣ୍ଟା ଓ ଶନିବାର ୨ ଘଣ୍ଟା କାମ କରିଥାନ୍ତି।
ତେବେ ଭିଡିଓରେ ସଲମାନଙ୍କୁ ଓ୍ବିକଏଣ୍ଡରେ କେଉଁଠି ବାହାରେ କାମ କରୁଥିବାର ଦେଖାଯାଉଛି। ଏହା ତାମଙ୍କର ଘର କିମ୍ବା କୌଣସି ରେଷ୍ଟୁରାଣ୍ଟ ବି ହୋଇପାରେ। ଭିଡିଓ ଦେଖି ଜଣେ ୟୁଜର କହିଛନ୍ତି, ଓ୍ବିକଏଣ୍ଡରେ କିଏ କାମ କରେ ? ଓ୍ବାର୍କ ଲାଇଫ୍ ବାଲାନ୍ସ ହିଁ ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି ବ୍ରୋ ନିଜର ସାଲାରୀ କୁହନ୍ତି, ନଚେତ ମୁଁ ନିଜର ଚାକିରୀ ଛାଡି ଦେବି।
ଆହୁରି ପଢନ୍ତୁ :ଦକ୍ଷିଣ କୋରିଆ ସେୟାର ମାର୍କେଟ ଧରାଶାୟୀ :୧୦% ହ୍ରାସ ପାଇଲା କୋସ୍ପି,ବନ୍ଦ ହେଲା ଟ୍ରେଡିଂ