ମୁମ୍ୱାଇ : ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ୬୫ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି।ବଲିଉଡ ଗାୟିକା ଅଳକା ୟାଗ୍ନିକ , ମମୁଟି , ଆର ମାଧବନଙ୍କ ଭଳି କଳାକାରଙ୍କୁ ଏହି ପୁରସ୍କାର ଦିଆ ଯାଇଛି। କାର୍ଯ୍ୟକ୍ରମରେ ପିଏମ୍ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଲିଜେଣ୍ଡରୀ ସିଙ୍ଗର ଅଳକା ୟାଗ୍ନିକଙ୍କ ମ୍ୟୁଜିକ ଜଗତରେ ତାଙ୍କର ଅପୂର୍ବ ଯୋଗଦାନ ପାଇଁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି।

ପୁରସ୍କାର ଘୋଷଣା ସମୟର ମାହୋଲ ଥିଲା ନିଆରା। ଯେମିତି ହିଁ ଅଳକାଙ୍କ ନାମ ଘୋଷଣା ହେଲା, ସେ ହସ ହସ ମୁଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଡ଼କୁ ଯିବା ପୂର୍ବରୁ , ପିଏମ ନରେନ୍ଦ୍ର ମୋଦିଙ୍କ ପାଖକୁ ଯାଇ ତାଙ୍କର ପାଦ ଛୁଇଁ ଆଶୀର୍ବାଦ ନେଲେ। ଏହାପରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ପୁରସ୍କାର ଗ୍ରହଣ କଲେ। ଅଳକା ଗତ ୪ ଦଶକରୁ ସିଙ୍ଗିଙ୍ଗର ଦୁନିଆଁରେ ଚମକୁଛନ୍ତି। ତାଙ୍କର ଗୀତ ଖୁବ୍ ଲୋକପ୍ରିୟ। ସେ ଇଣ୍ଡିଆନ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଟପ୍ ସିଙ୍ଗରଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।

ଏହାସହ ଫିଲ୍ମମେକର ଓ ଅଭିନେତା ଆର ମାଧବନଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ରାଷ୍ଟ୍ରପତି ଭବନରେ ତାଙ୍କର ପତ୍ନୀ ଓ ପୁଅ ଅଭିନେତାଙ୍କୁ ସପୋର୍ଟ କରିବାକୁ ପହଞ୍ଚି ଥିଲେ। ଯେମିତି ମାଧବନଙ୍କ ପଦ୍ମ ସମ୍ମାନ ମିଳିଲା , ପୁଅ ଓ ପତ୍ନୀଙ୍କ ଚେହେରାରେ ହସ ଖେଳି ଯାଇଥିଲା।

ମଲୟାଲମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ମମୁଟିଙ୍କୁ ରାଷ୍ଟ୍ରପତି ପଦ୍ନ ଭୂଷଣରେ ସମ୍ମାନିତ କରିଥିଲେ। ଅଭିନେତା ନିଜର ୫ ଦଶକରୁ ଅଧିକ ଦୀର୍ଘ କ୍ୟାରିୟରରେ ଅନେକ ଭାଷାର ୪୦୦ରୁ ଅଧିକ ଫିଲ୍ମ କରି ସାରିଛନ୍ତି। ମମୁଟିଙ୍କୁ ସପୋର୍ଟ କରିବାକୁ ତାଙ୍କର ପୁଅ ଦୁଲକର ସଲମାନ ପହଞ୍ଚି ଥିଲେ। ଦୁଲକର ମଧ୍ୟ ତାଙ୍କ ପିତାଙ୍କ ପରି ମଲୟାଲମ ଫିଲ୍ମର ଜଣେ ବଡ଼ ସୁପରଷ୍ଟାର।

ଦିବଙ୍ଗତ ଆକ୍ଟର ସତୀଶ ଶାହଙ୍କୁ ଭାରତୀୟ ସିନେମା ଓ ଥିଏଟରରେ ଶ୍ରେଷ୍ଠ ଯୋଗଦାନ ପାଇଁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସତୀଶଙ୍କ ଭାଇ ଅରବିନ୍ଦ ଶାହ ତାଙ୍କର ସମ୍ମାନ ସ୍ୱୀକାର କରିଛନ୍ତି। ସତୀଶଙ୍କୁ ମିଳିଥିବା ଏହି ସମ୍ମାନ ତାଙ୍କର ପ୍ରଶଂସକଙ୍କୁ ଇମୋସନାଲ କରି ଦେଇଛି। ସେ ଥିଏଟର , ଟିଭି ଓ ସିନେମାର ଦୁନିଆର ସବୁଠୁ ପସନ୍ଦଯୋଗ୍ୟ ଓ ସମ୍ମାନିତ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ। ସେ ଯେମିତି ଚମତ୍କାର ଆକ୍ଟର ଥିଲେ , ସେମିତି ହିଁ ଜଣେ ଉତ୍ତମ କମେଡିଆନ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : ମହମ୍ମଦ ରଫିଙ୍କ ଏହି ଗୀତ କାହିଁକି ଦିଆସିଲ ଖୋଳରେ ପ୍ରସ୍ତୁତ କରାଯାଇ ଥିଲା ?