ନୂଆଦିଲ୍ଲୀ: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ଖୁବଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ସୋମି ଅଲି କହିଛନ୍ତି ଯେ, ସେ ଜେଲ ଯାଇ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ମଧ୍ୟ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛନ୍ତି ।

ସୋମି ଅଲି କହିଛନ୍ତି ଯେ,'ସଲମାନ ଖାନ କୃଷ୍ଣସାର ମୃଗକୁ ହତ୍ୟା କରିଥିଲେ । କିନ୍ତୁ ସଲମାନ ଖାନ ଜାଣି ନଥିଲେ ଯେ ବିଷ୍ଣୋଇ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ପୂଜା କରନ୍ତି ଏବଂ ଭଗବାନଙ୍କ ଭଳି ମାନନ୍ତି । ମୁଁ ନିଶ୍ଚିତ ଭାବରେ କହିପାରେ ଯେ ସଲମାନ ଏ ବିଷୟରେ ଜାଣି ନଥିଲେ । ମୁଁ ଏହା ଜାଣିଛି କାରଣ ସଲମାନ ଯୋଧପୁରରୁ ଫେରିବା ପରେ ସେ ମୋତେ ଏହା ବିଷୟରେ କହିଥିଲେ । ମୁଁ ସେତେବେଳେ ତାଙ୍କ ସହ ସମ୍ପର୍କରେ ଥିଲି। 

ସୋମି ଆହୁରି କହିଛନ୍ତି କି 'ଯଦି ସେ ନଜାଣିପାରି ଏହି ଭୁଲ କରିଛନ୍ତି, ତେବେ କଣ ସଲମାନ ଖାନ କେବଳ ସେହି ଅଞ୍ଚଳରେ ଶିକାର କରିଛନ୍ତି କି ? ଅନ୍ୟ ଲୋକମାନେ କଣ କରନ୍ତି ନାହିଁ ? ମୁଁ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛି। ସଲମାନ ଖାନ ପଶୁ ଏବଂ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ସଲମାନ ଖାନ ଥରେ ଏକ ଆହତ ବିଲେଇଙ୍କୁ ମୋ ସାମ୍ନାରେ ଚିକିତ୍ସା କରିଥିଲେ । ସଲମାନଙ୍କୁ ହତ୍ୟା କରି ତାହା ଫେରାଇ ଆଣି ପାରିବ କି ? ଏହା କି ପ୍ରକାର ଯୁକ୍ତି ?

ଏହା ବ୍ୟତୀତ ସୋମି କହିଛନ୍ତି ଯେ ସେ ସଲମାନ ଖାନଙ୍କ ସହ ଆଦୌ କଥା ହେବାକୁ ଚାହାଁନ୍ତି ନାହିଁ । ସଲମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ କିମ୍ବା ନେଣଦେଣ ନାହିଁ । ସୋମି କହିଛନ୍ତି ଯେ ମୁଁ ୧୭ ବର୍ଷ ଧରି ଝିଅ ଏବଂ ମହିଳା ମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଛି । ମୁଁ ହିଂସା ବିରୁଦ୍ଧରେ ସବୁବେଳେ ରହି ଆସିଛି । 

ସୂଚନାଥାଉକି,ଯେ ସୋମି ଅଲି ପ୍ରଥମେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେ, ସେ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି । ସୋମି କହିଥିଲେ ଯେ ସେ ଜୁମ୍ କଲ୍ ମାଧ୍ୟମରେ ଲରେନ୍ସ ବିଷ୍ଣୋଇଙ୍କ ସହ କଥା ହେବାକୁ ଚାହାଁନ୍ତି । ତେବେ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ।

ଏହି ସମୟରେ ବିଷ୍ଣୋଇ ସମାଜ ଅଧ୍ୟକ୍ଷ ଦେବେନ୍ଦ୍ର ବିଷ୍ଣୋଇ କହିଛନ୍ତି ମିଥ୍ୟା କହି କେହି ରକ୍ଷା ପାଇପାରିବେ ନାହିଁ। ସଲମାନ ଖାନଙ୍କ ପୁରା ପରିବାର ମିଛ କହୁଛନ୍ତି। ସଲମାନ ବର୍ତ୍ତମାନ କ୍ଷମା ପାଇବେ ନାହିଁ । ଆମେ ଗଛ ଏବଂ ବନ୍ୟଜନ୍ତୁ ପାଇଁ ଶହୀଦ ଅଟୁ । କୋର୍ଟ ନିଜେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୋମି ଅଲିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । 

ସୂଚନାଥାଉକି ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଲମାନଙ୍କ ବାପା ସଲିମ ଖାନ କହିଥିଲେ ଯେ ସଲମାନ ଖାନ କଳାହରିଣକୁ ଶିକାର କରିନାହାଁନ୍ତି। ତାଙ୍କ ପୂରା ପରିବାରକୁ ଧମକ ଦିଆଯାଉଛି ।