ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

'୫ କୋଟି ଦିଅ ନହେଲେ ମନ୍ଦିରରେ କ୍ଷମା ମାଗ', ସଲମାନ ଖାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

Published By : Anindita Ratha | November 5, 2024 1:37 PM

ମୁମ୍ବାଇ,୦୫/୧୧: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ତେବେ ନିକଟରେ ବାବା ସିଦ୍ଦିକିଙ୍କ ହତ୍ୟା ପରଠୁ ଅଭିନେତା ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ଯାହାକୁ ନେଇ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଥିଲା । ହେଲେ ଏହାରି ମଧ୍ୟରେ ସଲମାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ ।  ଗତକାଲି ରାତିରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି। ଏହି ଧମକରେ ୫ କୋଟି ଦିଅ ଏବଂ ମନ୍ଦିରକୁ ଆସି କ୍ଷମା ପ୍ରାର୍ଥନା କର ବୋଲି କୁହାଯାଉଛି। 

ତେବେ ବର୍ତ୍ତମାନ ୱର୍ଲି ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ଟ୍ରାଫିକ ପୋଲିସ ସଲମାନଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା। ଯେଉଁଥିରେ ୨ କୋଟି ଟଙ୍କା ଦାବି କରାଯାଇଥିଲା। ଏଥିସହିତ ବିଷ୍ଣୋଇ ଗ୍ୟାଙ୍ଗ ନାମରେ ସଲମାନଙ୍କୁ ଧମକ ଦେବା ଖବର ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ପୁଣି ଚିନ୍ତିତ ଅଛନ୍ତି। ପ୍ରକାଶ ଥାଉକି, ଲରେନ୍ସ ଗ୍ୟାଙ୍ଗ ସଲମାନ ଖାନଙ୍କୁ ଅନେକଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏହି ମାମଲା  ଏକ ହରିଣର ହତ୍ୟା ସହ ଜଡିତ। ତେଣୁ ବିଷ୍ଣୋଇ ଗ୍ୟାଙ୍ଗ ସେମାନଙ୍କ ସମାଜକୁ କ୍ଷମା ମାଗିବାକୁ ଦାବି କରିଛି । ନଚେତ ତାଙ୍କୁ ହତ୍ୟା କରାଯିବ। 

କହିରଖୁଛୁ କି, କିଛି ଦିନ ପୂର୍ବରୁ ସଲମାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକି ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟରେ ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କୁ ୧୨ ଅକ୍ଟୋବରରେ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ଦାୟିତ୍ୱ ଗ୍ରହଣ କରିଥିଲେ । କୁହାଯାଇଥିଲା ଯେ ସଲମାନଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ସେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଟାର୍ଗେଟରେ ସେ ଆସିଥିଲେ । ତେବେ ହତ୍ୟା ମାମଲାର ତଦନ୍ତ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.