ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି, ଏମ୍ସ ଡାକ୍ତର ବଦଳାଇଛନ୍ତି ପୋଷ୍ଟମର୍ଟମ ରିପୋର୍ଟ : ସଲମାନ ଖାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ

Published By : Prameya | November 5, 2024 7:21 PM

ମୁମ୍ୱାଇ : ସଲମାନ ଖାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସୋମୀ ଅଲୀ ଚର୍ଚ୍ଚାରେ ରହିଛନ୍ତି। ସେ ଏହି ସମୟରେ ଆଶ୍ଚର୍ଯ୍ୟକର ଦାବି ସବୁ କରୁଛନ୍ତି। ସେ ପ୍ରଥମେ ସଲମାନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସଂପର୍କରେ ଅନେକ ଗୁଡ଼ିଏ ଆଶ୍ଚର୍ଯ୍ୟକର ଦାବି କରି ଥିଲେ। ଏବେ ସେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ବିଷୟରେ କହିଛନ୍ତି। ତାଙ୍କର କହିବାନୁସାରେ, ସୁଶାନ୍ତ ଆତ୍ମହତ୍ୟା କରି ନଥିଲେ, ତାଙ୍କର ହତ୍ୟା କରାଯାଇ ଥିଲା। 

ସୋମୀ ଅଲୀ ରେଡିଟ୍‌ରେ ଆସ୍କ ମି ଏନିଥିଙ୍ଗ (ଏଏମଏ) ପର୍ଯ୍ୟାୟରେ ଥିଲେ। ଏହି ପର୍ଯ୍ୟାୟ ବେଳେ ସୋମୀଙ୍କୁ ପଚରା ଗଲା, ସୁଶାନ୍ତ ସିଂହ ରାଜପୂତଙ୍କ ମାମଲାରେ ଆପଣଙ୍କ ମତ କଣ ? ଏହା ଉପରେ ସୋମୀ ଜବାବ ଦେଇ ଲେଖିଛନ୍ତି, ତାଙ୍କର ହତ୍ୟା କରାଯାଇ ଥିଲା। କିନ୍ତୁ ଏହାକୁ ଆତ୍ମହତ୍ୟାର ରୂପ ଦିଆ ଗଲା। ଏମ୍ସର ଡାକ୍ତର ସୁଧିର ଗୁପ୍ତାଙ୍କୁ ପଚାରନ୍ତୁ, ଯିଏକି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ବଦଳାଇଛନ୍ତି। ପଚାରନ୍ତୁ ତାଙ୍କୁ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ କାହିଁକି ବଦଳାଇଲେ ? 

ମନେ ପକାଇ ଦେଉଛୁ କି , ସୁଶାନ୍ତ ସିଂହ ରାଜପୂତଙ୍କର ମୃତ୍ୟୁ ୪ବର୍ଷ ପୂର୍ବେ ହୋଇ ଥିଲା। ସୁଶାନ୍ତଙ୍କର ମୃତ୍ୟୁର ୪ ମାସ ପରେ ଏମ୍ସ ମେଡିକାଲ ବୋର୍ଡ ସୁଶାନ୍ତଙ୍କର ମୃତ୍ୟୁ ହତ୍ୟା ସମ୍ଭାବନାକୁ ମନା କରିଥିଲେ। ସେ ଏହାକୁ ଫାଶୀ ଓ ଆତ୍ମହତ୍ୟାର ମାମଲା କହିଥିଲେ। ଏମ୍ସ ଫରେନ୍ସିକ୍‌ ମେଡିକାଲ ବୋର୍ଡର ଅଧ୍ୟକ୍ଷ ଡାକ୍ତର ସୁଧୀର ଗୁପ୍ତା କଥିତ ଭାବେ ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତଙ୍କ   ଶରୀରରେ ଫାଶୀ ବ୍ୟତୀତ ଆଉ କୌଣସି ଚିହ୍ନ ନାହିଁ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.