ମୁମ୍ୱାଇ : ଗତ ସପ୍ତାହରେ ପୂରା ମୁମ୍ୱାଇ ସହର ଦୁଃଖରେ ଭାଙ୍ଗି ପଡ଼ିଥିଲା, ଯେତେବେଳେ ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବରରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ଗୁଳି କରି ହତ୍ୟା କରାଯାଇ ଥିଲା। ଏହାପରେ ରକେଟ୍ ବେଗରେ ଏହି ଖବର ସାରା ଦେଶରେ ବ୍ୟାପି ଯାଇଥିଲା।
ଉକ୍ତ ଘଟଣାରେ ପୁଲିସର ଯାଞ୍ଚ ଜାରି ରହିଥିବା ବେଳେ, ଏକ ରିପୋର୍ଟ ଖୁଲାସା କରିଛି ଯେ , ବାବା ସିଦ୍ଦିକିଙ୍କର ସଲମାନ ଖାନଙ୍କ ସହ ନିବିଡ଼ ସଂପର୍କ କାରଣରୁ ତାଙ୍କୁ ଟାର୍ଗେଟ କରାଯାଇଛି। ସଲମାନ ଖାନ ଅନେକ ବର୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ରହିଛନ୍ତି। ଉକ୍ତ ଘଟଣାରେ ସଲମାନ ଖାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ନିକଟବର୍ତ୍ତୀ ଅଞ୍ଚଳ ଶୂନଶାନ କ୍ଷେତ୍ର ପାଲଟି ଯାଇଛି। ସେଠାରେ ଲୋକଙ୍କୁ ଠିଆ ହୋଇ ସେଲ୍ଫି କି ଭିଡ଼ିଓ କରିବାକୁ ମନା ହୋଇଛି।
ଏହି ସ୍ଥାନକୁ ପୂରା ସତର୍କତାର ସହ ପୁଲିସ ଛାଉଁଣୀରେ ଘେରାବନ୍ଦୀ କରାଯାଇଛି। ମିଡ଼ିଆ କର୍ମୀଙ୍କୁ ମଧ୍ୟ ଏହି ସ୍ଥାନରେ ସୁଟିଂ କରିବାରୁ ଅନୁମତି ଦିଆ ଯାଇ ନାହିଁ। ଆପାର୍ଟମେଣ୍ଟ ବାହାରେ କୌଣସି ବି ଗତିବିଧିକୁ କଏଦ କରିବାକୁ ସଡ଼କ ଆଡ଼କୁ ମୁହଁ କରି ସିସିଟିଭି କ୍ୟାମେରା ଲାଗିଛି।
ଗାଲେକ୍ସି ଆପାର୍ଟମେଣ୍ଟ ବାହାର ରାସ୍ତାରେ ପୁରୁଷ ଓ ମହିଳା ପୁଲିସ କନଷ୍ଟେବଲଙ୍କ ବଡ଼ ପହରା ଲାଗିଛି। ଏହି ମଧ୍ୟରେ , ସଂପୃକ୍ତ ଅଞ୍ଚଳର ଶ୍ରମିକ ଓ କର୍ମଚାରୀମାନେ ଦୂରରେ ଥାଇ ଅନେଇ ବସିଛନ୍ତି। ତାଙ୍କର ମୋବାଇଲ ଫୋନ୍ ସୁପରଷ୍ଟାରଙ୍କ ଗୋଟିଏ ହିଁ ଝଲକ ପାଇବା ପାଇଁ ପ୍ରସ୍ତୁତ ରହିଛି।
କହି ରଖୁଛୁ କି, ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ , ସଲମାନ ଖାନଙ୍କ ସୁରକ୍ଷାକୁ ୱାଇ ପ୍ଲସ୍ ଶ୍ରେଣୀରେ ଅପଗ୍ରେଡ୍ କରିଦିଆ ଯାଇଛି। ଇଣ୍ଡିଆ ଟୁଡେ ଅନୁସାରେ , ତାଙ୍କର ସୁରକ୍ଷା ବିବରଣୀରେ ଏବେ ପୁଲିସ ଏସ୍କର୍ଟ କାର ଗୁଡ଼ିକ ସାମିଲ ଅଛି , ଯାହାକି ଅଭିନେତା ବାହାରକୁ ଗଲେ ସାଥିରେ ରହିବେ। ଏହା ବ୍ୟତୀତ , ଜଣେ ଦକ୍ଷ ପ୍ରଶିକ୍ଷିତ କନଷ୍ଟେବଲ ମଧ୍ୟ ଅତିରିକ୍ତ ସୁରକ୍ଷା ପାଇଁ ତାଙ୍କ ସାଥିରେ ରହିବେ।
ସଲମାନ ଖାନଙ୍କ ଜଣେ ନିକଟତମ ପାରିବାରିକ ବନ୍ଧୁ ପୂର୍ବରୁ ଇ-ଟାଇମ୍ସକୁ କହିଥିଲେ ଯେ , ଅଭିନେତା ଫିଲ୍ମ ଉଦ୍ୟୋଗର ବନ୍ଧୁ ଓ ସହଯୋଗୀଙ୍କ ପାଇଁ ସର୍ବଦା ନିଜର ଦ୍ୱାର ଖୋଲା ରଖିଥାନ୍ତି , ସଲମାନ ଖାନ କାହାକୁ ବି ନିଜ ଘରକୁ ଆସିବାରେ ରୋକି ନାହାନ୍ତି, ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ପରିବାର ଲୋକେ ଟିକେ ଅଧିକ ସତର୍କ ହୋଇଛନ୍ତି। ଧମକ ସତ୍ତ୍ୱେ ସଲମାନ ଖାନ ଏଭଳି ଅସୁବିଧା ସମୟରେ ବାବା ସିଦ୍ଦିକିଙ୍କ ପରିବାରକୁ ସପୋର୍ଟ ଦେବାରେ ପଛେଇ ନାହାନ୍ତି।