ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମା’ ହେବାକୁ ଚାହୁଁଛନ୍ତି ସାମନ୍ଥା, କହିଲେ-ମୁଁ ଭାବୁନାହିଁ ବହୁତ ଡେରି ହୋଇଯାଇଛି...

Published By : Krishna Priya | November 12, 2024 2:03 PM

ନୂଆଦିଲ୍ଲୀ ୧୨/୧୧: ନିକଟରେ ଓଟିଟିରେ ରିଲିଜ୍‌ କରିଛି ସାମନ୍ଥାଙ୍କ ସ୍ପାଇ-ଥ୍ରୀଲର 'ସିଟାଡେଲ: ହନି ବନି' ସିରିଜ୍‌ । ଏହି ଶୋ’ରେ ଅଭିନେତ୍ରୀଙ୍କ ଦମଦାର ପ୍ରଦର୍ଶନକୁ ଖୁବ୍‌ ପ୍ରଶଂସା କରାଯାଉଛି। ସିରିଜର ପ୍ରମୋଶନରେ ଅଭିନେତ୍ରୀ ମଧ୍ୟ ବ୍ୟସ୍ତ ଅଛନ୍ତି ଏବଂ ଏସବୁ ମଧ୍ୟରେ ଏକ ସାକ୍ଷାତକାରରେ ସେ ନାଗା ଚୈତନ୍ୟଙ୍କ ସହିତ ଛାଡପତ୍ରର ୩ବର୍ଷ ପରେ ମାତୃତ୍ୱ ବିଷୟରେ ଖୋଲାଖୋଲି ଭାବେ କଥାହୋଇଛନ୍ତି।

ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି, "ମୁଁ ଭାବୁନାହିଁ ଯେ ବହୁତ ଡେରି ହୋଇଯାଇଛି। ମୋର ମା’ ହେବାର ସ୍ୱପ୍ନ ଅଛି ଏବଂ ଅବଶ୍ୟ ମୁଁ ଜଣେ ମା’ ହେବାକୁ ପସନ୍ଦ କରିବି, ମୁଁ ସବୁବେଳେ ମା’ ହେବାକୁ ଚାହୁଁଥିଲି। ଏହା ବହୁତ ସୁନ୍ଦର ଅନୁଭୂତି। ମୁଁ ଏହାକୁ ଅପେକ୍ଷା କରିଛି । ଲୋକମାନେ ପ୍ରାୟତଃ ବୟସକୁ ନେଇ ଚିନ୍ତିତ ରହିଥାନ୍ତି, କିନ୍ତୁ ମୁଁ ଅନୁଭବ କରେ ଜୀବନରେ ଏମିତି କୌଣସି ସମୟ ନାହିଁ ଯେତେବେଳେ ତୁମେ ମା’ ହୋଇପାରିବ ନାହିଁ।"

ତେବେ ସାମନ୍ଥା ତାଙ୍କର ସିରିଜରେ ଜଣେ ମା’ ଭୂମିକାରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ତାଙ୍କ ସିରିଜରେ ଜଣେ ଶିଶୁ କଳାକାରଙ୍କ ସହ କାମ କରିବାର ଅନୁଭୂତି ମଧ୍ୟ ସେୟାର କରିଛନ୍ତି। ସେ ସେହି ଶିଶୁ କଳାକାରଙ୍କୁ ନିଜ ଝିଅ ଭଳି ଭାବୁଥିଲେ। ସେ ଶିଶୁ କଳାକାରଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ମା’ ହେବାର ଇଚ୍ଛା ବିଷୟରେ ସାମନ୍ଥାଙ୍କ ବିବୃତ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ ବୋଧହୁଏ ଜୀବନରେ ଆଗକୁ ବଢିବାକୁ ଚିନ୍ତା କରୁଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.