ସମ୍ବଲପୁର,୦୩/୦୨:  ସୋମବାର ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୁଲିସ୍‌ ।  ୩ ଦିନିଆ ରିମାଣ୍ଡ ମାଗିଥିବା ପୁଲିସ୍‌କୁ କୋର୍ଟ ଅନୁମତି ଦେଇଛନ୍ତି । ୯ ଅନ୍ତେବାସୀଙ୍କ ମୃତ୍ୟୁ  ଘଟଣା ଓ ନିର୍ଯାତନା ଘଟଣା ସମ୍ପର୍କରେ  ଅଧିକ ତଥ୍ୟ ହାସଲ କରାଯିବ । ତେଣୁ ସୋମବାରରିମାଣ୍ଡରେ ଆଣି ଅଧିକ  ତଦନ୍ତ କରାଯିବ ବୋଲି ଜଣେ ବରିଷ୍ଠ  ପୁଲିସ୍‌ ଅଧିକାରୀ କହିଛନ୍ତି ।  

‘ସମର୍ଥ’ ନିର୍ଯାତନା ମାମଲାରେ ଯୋଡ଼ିହେଲା ଯୌନ କେଳେଙ୍କାରୀ, ସମ୍ପାଦକ ହରିଶ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଶନିବାର ଆଦର୍ଶ ଶିଶୁ ମନ୍ଦିର ପରିଚାଳିତ ଜାଗୃତି  ବିଦ୍ୟାମନ୍ଦିରରୁ କମ୍ପ୍ୟୁଟର ହାର୍ଡଡିସ୍କ ଜବତ ହୋଇଥିଲା ।  ପୁଲିସ୍‌ ବିଦ୍ୟାଳୟରେ ପହଞ୍ଚି ସମସ୍ତ  କାଗଜପତ୍ର ଯାଞ୍ଚ କରିବା ସହ କମ୍ପ୍ୟୁଟରକୁ  ଜବତ କରିଥିଲା । ‘ସମର୍ଥ’ ନିର୍ଯାତନା  ଘଟଣାରେ ସମ୍ପାଦକ ହରିଶଚନ୍ଦ୍ର ଦାସଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ଏଥିରେ ହରିଶର ପୁଅ ଶୁଭ୍ରଜିତ ଦାସ, କେୟାରଟେକର ଶୁଭମ  ବେହେରା ଓ ସ୍ୱାଗତିକା ପ୍ରଧାନକୁ ଗିରଫ କରାଯାଇଛି। ଗିରଫ ହେବା ପରେ ହରିଶଙ୍କ  ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।  ତେଣୁ ତାଙ୍କର ଡାକ୍ତରୀମାଇନା ହୋଇନି।

ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ଅକଥନୀୟ ନିର୍ଯାତନା, ୪୪ ଅନ୍ତେବାସୀଙ୍କ ଉଦ୍ଧାର କଲା ପୋଲିସ