ଅନେକଙ୍କ ଶରୀରରେ ତିଳ ବା କଳାଜାଈ ଚିହ୍ନ ରହିଥାଏ । ଏହା ଶାରୀରିକ ସୌନ୍ଦର୍ଯ୍ୟ ବଢ଼ାଇଥାଏ । ତେବେ ଏହି ତିଳ ଚିହ୍ନ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିର ସ୍ୱଭାବ ଏବଂ ଭବିଷ୍ୟତ ସମ୍ପର୍କରେ ମଧ୍ୟ ଅନେକ ସୂଚନା ଦେଇଥାଏ । ତିଳ ଚିହ୍ନର କେଉଁ ଅଙ୍ଗରେ କେଉଁଠାରେ ରହିଛି ତାହା ଉପରେ ନିର୍ଭର କରେ ଏହି ସଙ୍କେତ । ନାଭି ନିକଟରେ ବା ନାଭି ମଧ୍ୟରେ ଯଦି ତିଳ ଚିହ୍ନ ଥାଏ,ତାହା ସେହି ବ୍ୟକ୍ତି ସମ୍ପର୍କରେ କି ସୂଚନା ଦେଇଥାଏ ଜାଣିବା ଆସନ୍ତୁ.. ।

  • ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କର ନାଭି ପାଖରେ ତିଳ ରହିଛି, ସେମାନେ ସାଧାରଣତଃ ଧନବାନ୍ ତଥା ସୌଭାଗ୍ୟଶାଳୀ ହୋଇଥାନ୍ତି। ଅଭାବ ସେମାନଙ୍କ ଜୀବନକୁ ଆକ୍ରାନ୍ତ କରିପାରେ ନାହିଁ । ସେମାନେ ମଧ୍ୟ ବହୁତ ବିଶ୍ୱାସଯୋଗ୍ୟ ବ୍ୟକ୍ତିତ୍ୱ । ନିଜ ସମ୍ପର୍କିତ ଅନେକ ରହସ୍ୟକୁ ଅନ୍ୟମାନଙ୍କଠାରୁ ସଫଳତାର ସହ ଗୁପ୍ତ ରଖିପାରିଥାନ୍ତି । ନୂଆନୂଆ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇବାରେ ସେମାନଙ୍କର ବିଶେଷ ଋଚି ରହିଥାଏ । ଅନ୍ୟପକ୍ଷରେ ବିଳାସପୂର୍ଣ୍ଣ ଜୀବନଶୈଳୀ ବିଶେଷ ପସନ୍ଦ । 
  • ନାଭି ନିକଟରେ ରହିଥିବା କଳାଜାଈ ଉପର କିମ୍ବା ତଳକୁ ରହିବା ନେଇ ମଧ୍ୟ ବିଶେଷତା ରହିଛି । ଯଦି ଏହି ଚିହ୍ନ ନାଭିର ଠିକ୍ ଉପରକୁ ରହିଛି ତେବେ ସମ୍ପୃକ୍ତ ପୁରୁଷ ବୁଦ୍ଧିମାନ୍ ତଥା ଦାୟିତ୍ୱବାନ୍ । ମହିଳାଙ୍କ ଶରୀରରେ ଏପରି ସ୍ଥାନରେ କଳାଜାଇ ରହିଥିଲେ, ସମ୍ପୃକ୍ତ ମହିଳା ଅତି ଫୁର୍ତ୍ତି ସ୍ୱଭାବର ହୋଇଥାନ୍ତି ଏବଂ କାର୍ଯ୍ୟକ୍ଷେତ୍ରରେ ଖୁବ୍ ଶୀଘ୍ର ସଫଳତା ହାସଲ କରିପାରିଥାନ୍ତି । ଏମାନଙ୍କ ପ୍ରେମ ଜୀବନ ମଧ୍ୟ ବୁଝାମଣା ଭରା ହୋଇପାରିଥାଏ । 
  • ନାଭିର ତଳ ଭାଗରେ କଳାଜାଈ ଚିହ୍ନ ରହିଥିଲେ ବ୍ୟକ୍ତିଜଣକ ସନ୍ତୁଷ୍ଟ ସ୍ୱଭାବର ହୋଇଥିବା ଦର୍ଶାଇଥାଏ । ପୁରୁଷଙ୍କୁ ଉଭୟ ସଫଳତା ତଥା ସମ୍ପତ୍ତି ମିଳୁଥିବାବେଳେ ମହିଳାମାନେ ଖୁସ୍ ମିଜାଜର ହୋଇଥିବାରୁ ପରିବାର ତଥା ସମାଜରେ ସେମାନେ ଅଧିକ ଶ୍ରଦ୍ଧାଭାଜନ ହୋଇପାରିଥାନ୍ତି ।