ନୂଆଦିଲ୍ଲୀ,୧୧/୦୪: ମନ୍ଥର ବୋଲିଂ ସଞ୍ଜୁ ସାମସନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି । ମୋଟା ଅଙ୍କର ତଣ୍ଡ ଗଣିବେ ରାଜସ୍ଥାନ ଅଧିନାୟକ ସଞ୍ଜୁ । ଆଇପିଏଲ୍‌ରେ ମନ୍ଥର ବୋଲିଂ ଅପମାନ ପାଇଁ ପୁଣିଥରେ ଦଣ୍ଡିତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ  । ଗୁଜରାଟ ଟାଇଟନ୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଦଳ ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ  ବୋଲିଂ ଶେଷ କରିଥିଲା । ଫଳରେ ସଞ୍ଜୁ ସାମସନଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ୍ ଲଗାଇଛି ବିସିସିଆଇ ।

ଚଳିତ ସିଜନରେ ଏହା ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ମନ୍ଥର ବୋଲିଂ ଅପମାନ ରହିଥିଲା । ଫଳରେ ଅଧିନାୟକ ଭାବେ ସାମସନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ଏକାଦଶରେ ସାମିଲ  ଥିବା ସମସ୍ତ ଖେଳାଳିଙ୍କ (ଇମ୍ପାକ୍ଟ ସବ୍‌ ଖେଳାଳି ସମେତ)  ମ୍ୟାଚ୍‌ ଫି’ରୁ ୨୫% (୬ଲକ୍ଷ) କାଟ୍‌ କରାଯାଇଛି । ପୂର୍ବର ମନ୍ଥର ବୋଲିଂ ପାଇଁ ଅଧିନାୟକ ଥିବା ରିୟାନ୍ ପରାଗଙ୍କୁ ମଧ୍ୟ ଫାଇନ୍ ଲଗାଯାଇଥିଲା । ଚେନ୍ନାଇ ବିପକ୍ଷରେ କାମଚଳା ଅଧିନାୟକ ପରାଗଙ୍କୁ ଫାଇନ୍ କରିଥିଲା ବିସିସିଆଇ ।

ଅଧିକ ପଢ଼ନ୍ତୁ...IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ଗୁଜୁରାଟ; ୫୮ ରନରେ ହାରିଲା ରାଜସ୍ଥାନ

ସୂଚନାଯୋଗ୍ୟ, ଗତ ବୁଧବାର ରାଜସ୍ଥାନ ଓ ଗୁଜରାଟ ବିପକ୍ଷରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।  ଉକ୍ତ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୫୮ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।