ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମନ୍ଥର ବୋଲିଂ ପଡ଼ିଲା ମହଙ୍ଗା, ୨୪ଲକ୍ଷ ଫାଇନ୍ ଗଣିବେ ସଞ୍ଜୁ

Published By : Ankita S | April 11, 2025 12:27 PM

ନୂଆଦିଲ୍ଲୀ,୧୧/୦୪: ମନ୍ଥର ବୋଲିଂ ସଞ୍ଜୁ ସାମସନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି । ମୋଟା ଅଙ୍କର ତଣ୍ଡ ଗଣିବେ ରାଜସ୍ଥାନ ଅଧିନାୟକ ସଞ୍ଜୁ । ଆଇପିଏଲ୍‌ରେ ମନ୍ଥର ବୋଲିଂ ଅପମାନ ପାଇଁ ପୁଣିଥରେ ଦଣ୍ଡିତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ  । ଗୁଜରାଟ ଟାଇଟନ୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଦଳ ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ  ବୋଲିଂ ଶେଷ କରିଥିଲା । ଫଳରେ ସଞ୍ଜୁ ସାମସନଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ୍ ଲଗାଇଛି ବିସିସିଆଇ ।

ଚଳିତ ସିଜନରେ ଏହା ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ମନ୍ଥର ବୋଲିଂ ଅପମାନ ରହିଥିଲା । ଫଳରେ ଅଧିନାୟକ ଭାବେ ସାମସନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ଏକାଦଶରେ ସାମିଲ  ଥିବା ସମସ୍ତ ଖେଳାଳିଙ୍କ (ଇମ୍ପାକ୍ଟ ସବ୍‌ ଖେଳାଳି ସମେତ)  ମ୍ୟାଚ୍‌ ଫି’ରୁ ୨୫% (୬ଲକ୍ଷ) କାଟ୍‌ କରାଯାଇଛି । ପୂର୍ବର ମନ୍ଥର ବୋଲିଂ ପାଇଁ ଅଧିନାୟକ ଥିବା ରିୟାନ୍ ପରାଗଙ୍କୁ ମଧ୍ୟ ଫାଇନ୍ ଲଗାଯାଇଥିଲା । ଚେନ୍ନାଇ ବିପକ୍ଷରେ କାମଚଳା ଅଧିନାୟକ ପରାଗଙ୍କୁ ଫାଇନ୍ କରିଥିଲା ବିସିସିଆଇ ।

ଅଧିକ ପଢ଼ନ୍ତୁ...IPL-2025: ଲଗାତାର ଚତୁର୍ଥ ବିଜୟ ହାସଲ କଲା ଗୁଜୁରାଟ; ୫୮ ରନରେ ହାରିଲା ରାଜସ୍ଥାନ

ସୂଚନାଯୋଗ୍ୟ, ଗତ ବୁଧବାର ରାଜସ୍ଥାନ ଓ ଗୁଜରାଟ ବିପକ୍ଷରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।  ଉକ୍ତ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୫୮ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.