ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପାଣି ପାଇଁ ଡହଳ ବିକଳ ସରୁପଡା ଗ୍ରାମବାସୀ, ଚୁଆ ପାଣି ଭରସା

Published By : Prameya | May 11, 2025 10:08 PM

ଫିରିଙ୍ଗିଆ, ୧୧/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପଡା ପଞ୍ଚାୟତର ବାଲିଆପଡା ୱାର୍ଡ଼ର ସରୁପଡା ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି l ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେଉଛନ୍ତି, କିନ୍ତୁ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସରକାରଙ୍କ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ପ୍ରଶାସନ ଏମିତିକି ଜିଲ୍ଲା ପ୍ରଶାସନକୁ ଲିଖିତ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ l 

ବାଲନ୍ଦା ପଡା ପଞ୍ଚାୟତର ବାଲିଆପଡା ୱାର୍ଡର ସରୁପଡା ଗାଁରେ କାହିଁ କେଉଁ କାଳରୁ ଜନ ବସତି ଥିବାବେଳେ ଏବେ ପ୍ରାୟ ୧୫ଘର ରହି ଆସୁଛନ୍ତି ଏହି ଗାଁରେ ପାଣି ପାଇଁ ସେମିତି କିଛି ସୁବିଧା ନଥିବାବେଳେ ଗାଁରେ ସରକାରଙ୍କ ତରଫରୁ ଏକ ନଳ କୂପ ଯୋଗାଇ ଦିଆଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ପାଣି ବାହାରୁନଥିବାବେଳେ ଭାଙ୍ଗି ରୁଜି ପଡ଼ି ରହିଛି  ଗାଁରେ ପାଣି ପାଇଁ ଅନ୍ୟ କୌଣସି ସୁବିଧା ନ ଥିବାବେଳେ ବାଧ୍ୟ ହୋଇ ବହୁ ଦୂରରେ ଥିବା ଚୁଆ ପାଣିକୁ ଭରସା କରି ଚଳୁଛନ୍ତି ଗ୍ରାମବାସୀ l ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଥିବାବେଳେ ବାରମ୍ବାର ଅଭିଯୋଗ ପରେ ଗାଁରେ ନଳକୂପ ଖୋଲିବା ପରିବର୍ତ୍ତେ ଅନ୍ୟ ଜାଗାରେ ପାହାଡ଼ ଉପରେ ଏକ ନଳକୂପ ଖୋଳା ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଅନ୍ୟପଟେ ନଳକୂପ ଦୂରରେ ଖୋଳିଥିଲେ ବି ଆଜି ପର୍ଯ୍ୟନ୍ତ ସେହି ନଳ କୂପକୁ କୌଣସି ପାଇପ ସଂଯୋଗ ମଧ୍ୟ ହୋଇ ପାରିନାହିଁ ଓ ପୁଣି ଏକ ନଳ କୂପ ଏହି ସରୁପଡା ଗାଁରେ ତୁରନ୍ତ ନିର୍ମାଣ କରି ଗ୍ରାମବାସୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଗାଁର ଗୋବିନା ଦିଗାଲ, ହାଡୁ ଦିଗାଲ,ବୁଡୁ ଦିଗାଲ, ମହେଶ ଦିଗାଲ, ଚୈତନ୍ୟ ଦିଗାଲଙ୍କ ସହ ସମୂହ ଗ୍ରାମବାସୀ l ଏହି ଘଟଣାକୁ ନେଇ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.