ନୂଆଦିଲ୍ଲୀ ; ୩/୨ : ଆଇପିଏଲ ୨୦୨୬ରେ ନଜର ଆସିବେନି ବାଂଲାଦେଶୀ ଖେଳାଳି । ବିବାଦ ପରେ ବାଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁରଙ୍କୁ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ରିଲିଜ୍ କରିଛି । ବାଲାଂଦେଶୀ କ୍ରିକେଟଙ୍କୁ କାହିଁକି ଦଳରେ ସାମିଲ କଲେ ବୋଲି ଶାହାରୁଖଙ୍କୁ ନେଇ ବହୁ ସମାଲୋଚନା ମଧ୍ୟ କରାଯାଇଥିଲା । କୁହାଯାଉଥିଲା କି, ମୁସ୍ତାଫିଜୁରଙ୍କୁ ରିଲିଜ୍ କରାଯିବା ପରେ ବିବାଦ ଅଟକି ଯିବ । ମାତ୍ର ଏବେ ଶଶୀ ଥରୁରଙ୍କ ସୋସିଆଲ ମିଡିଆ ପୋଷ୍ଟ ପୁଣିଥରେ ଏହି ଘଟଣାକୁ ରାଜନୀତି ଭିତରକୁ ଟାଣିଛି । ସେ ମୁସ୍ତାଫିଜୁରଙ୍କ ସପକ୍ଷରେ ସେ ଯୁକ୍ତି ବାଢ଼ିଥିବାବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଶଶୀ ଥରୁର ନିଜର ପୋଷ୍ଟରେ ଲେଖିଛନ୍ତି କି, ସରକାର ଗୋଟିଏ ପରେ ଗୋଟିଏ ପଡ଼ୋଶୀ ଦେଶ ସହ ସମ୍ପର୍କକୁ ଖରାପ କରୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଢ଼ାକା ଗସ୍ତରେ ଯାଇପାରିବେ, ପ୍ରଧାନମନ୍ତ୍ରୀ ବାଂଲାଦେଶୀ ନେତାଙ୍କୁ ଭେଟି ପାରିବେ । କିନ୍ତୁ ଜଣେ ବାଂଲାଦେଶୀ ଖେଳାଳି କାହିଁକି ଖେଳିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ରିଲିଜ୍ କରି ବିସିସିଆଇ ଭୁଲ୍ କରିଛି । ଏହି ନିଷ୍ପତ୍ତି ଭୁଲ୍ । ଏହାସହ ଥରୁର୍ ପ୍ରଶ୍ନ କରିଛନ୍ତି କି, ଆମେ କାହାକୁ ଦଣ୍ଡ ଦେଉଛେ ? ଗୋଟିଏ ମଣିଷ, ଧର୍ମ ନାଁ ଦେଶ । କାହାକୁ ଦଣ୍ଡ ଦେଉଛେ ବୋଲି ସେ ପ୍ରଶ୍ନ କରିଛନ୍ତି ।
କହି ରଖୁଛୁ କି, ଚଳିତ ଆଇପିଏଲ ନିଲାମୀରେ କେକେଆର ମୁସ୍ତାଫିଜୁର ରେହେମାନଙ୍କୁ ୯.୨ କୋଟି ଟଙ୍କାରେ କିଣିଥିଲା । ମାତ୍ର ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବା ଘଟଣାରେ ବାଲାଂଦେଶୀ ଖେଳାଳିଙ୍କୁ ଆଇପିଏଲରେ ବ୍ୟାନ କରାଯିବାକୁ ଦାବି ଉଠିଥିଲା । ଯାହାକୁ ନେଇ ଶାହାରୁଖଙ୍କୁ ମଧ୍ୟ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଶେଷରେ ବିସିସିଆଇର ନିଦ୍ଦେଶ ପରେ ତାଙ୍କୁ ରିଲିଜ୍ କରାଯାଇଛି । ଏବେ ବିସିସିଆଇ କହିଛି କି, ଯଦି କେକେଆର ଚାହିଁବ ତାହେଲେ ଅନ୍ୟ ଜଣେ ଖେଳାଳିଙ୍କୁ ଦଳରେ ଯୋଡ଼ି ପାରିବ ।