ମୁମ୍ବାଇ,୧୦/୨ : ସାଉଦୀ ଫିଲ୍ମ ‘୭ ଡଗ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଛି । ଟ୍ରେଲର ରିଲିଜ୍ ପରେ ଚର୍ଚ୍ଚା ଜାରି ରହିଛି । ଟ୍ରେଲରରେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ କେମିଓ ଆପିୟରାନ୍ସରେ ଅଛନ୍ତି । ସାଉଦୀ ଫିଲ୍ମରେ ବଲିଉଡ଼ ସୁପରଷ୍ଟାର୍ସ ଦେଖି ଫ୍ୟାନ୍ସ ଉତ୍ସାହିତ ଅଛନ୍ତି ।
ଟ୍ରେଲରରେ ହାଇ ଲେବୁଲ ଆକ୍ସନ ଦେଖିବାକୁ ମିଳିଛି । ଟ୍ରେଲରରେ ସଲମାନ ଫନି ଏକ୍ସପ୍ରେଶନରେ ଦେଖାଯାଉଛନ୍ତି । ସେହିଭଳି ସଞ୍ଜୟ ଦତ୍ତ ହାତରେ କିଛି ନେଇ, ସିଗାରେଟ ପିଉଥିବା ଦେଖାଯାଉଛନ୍ତି । ସଞ୍ଜୟ ଦତ୍ତ କୁଲ୍ ଅବତାରରେ ନଜର ଆସୁଛନ୍ତି । ତାଙ୍କ ପଛରେ ଲୋକେ ଚାଲୁଥିବା ଦେଖିବାକୁ ମିଳୁଛି । ଫିଲ୍ମରେ ସଞ୍ଜୟ ଏବଂ ସଲମାନଙ୍କ ଭୂମିକା କ’ଣ ରହିଛି ତା’ର ସମ୍ପୂର୍ଣ୍ଣ କାହାଣୀ ଏବେ ପର୍ଯ୍ୟନ୍ତ ମେକର୍ସ ସେୟାର କରିନାହାନ୍ତି ।
ଏହି ଟ୍ରେଲରରେ ସଲମାନ ଏବଂ ସଞ୍ଜୟଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇଛନ୍ତି । କିଛି କିଛି ଲେଖିଛନ୍ତି କି, ସଲମାନ ଖାନ ଫିଲ୍ମରେ କେମିଓ କରୁଛନ୍ତି । ଜଣେ ୟୁଜର ଏଭଳି ବି ଲେଖିଛନ୍ତି କି, ଏଠାରେ ମୁଁ କେବଳ ସଲମାନ ଖାନଙ୍କ ଲାଗି ଅଛି । ତାଙ୍କୁ ଦେଖିବାକୁ ଉତ୍ସାହିତ ଅଛି । ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି କି, ବଲିଉଡ଼ର ରିୟଲ କିଙ୍ଗ୍ ସଲମାନ ଖାନ୍ । ସୂଚନା ଅନୁସାରେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ପୂର୍ବରୁ ବି କେତେକ ଫିଲ୍ମରେ କାମ କରି ସାରିଛନ୍ତି ।