ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସରକାରୀ ଘର ଖାଲି କରୁନାହାନ୍ତି ପୂର୍ବ CJI ଚନ୍ଦ୍ରଚୂଡ ! କେନ୍ଦ୍ରକୁ ଚିଠି ଲେଖିଲେ ସୁପ୍ରିମକୋର୍ଟ

Published By : Ankita S | July 6, 2025 1:29 PM

Hindustanlive

ନୂଆଦିଲ୍ଲୀ,୦୬/୦୭: ଦେଶର ପୂର୍ବତନ ଚିଫ୍ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ ଅବସର ନେଇ ସାରିଛନ୍ତି । ଏହା ପରେ ବି ସେ ସରକାରୀ ଘର ଛାଡି ନାହାନ୍ତି । ଅବସର ପରେ ବି ସରକାରୀ ବାସଭବନରେ ଅଧିକ ଦିନ ରହିବା ବିବାଦ ଘେରକୁ ଆସିଛି । ଘର ଖାଲି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସୁପ୍ରିମକୋର୍ଟ ପୂର୍ବ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କୁ ସରକାରୀ ଆବାସ ଛାଡିବାକୁ କୁହାଯାଇଛି ।

ଘର ଖାଲି ନକରିବାର କାରଣ ? ୨ ବର୍ଷ ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ରହିଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ୨୦୨୪ ନଭେମ୍ବର ୧୦ରେ ପ୍ରାୟ ୮ ମାସ ହେବ ସେ ଅବସର ନେଲେଣି । ସିଜେଆଇ ଥିବା ବେଳେ ତାଙ୍କୁ ଚିଫ୍ ଜଷ୍ଟିସ୍ ଆବାସ ଆଧାରରେ ୫ କୃଷ୍ଣ ମେନନ୍‌ ମାର୍ଗରେ ସରକାରୀ ଘର ମିଳିଥିଲା । ଅବସରର ପରେ ବି ସେ ସେଠାରେ ରହୁଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଆବାସ ଖାଲି କରିବାକୁ ଚିଠିରେ କୁହାଯାଇଛି । ନିୟମ ଅନୁସାରେ ଅବସର ପରେ ଏତେ ଦିନ ଯାଏ ସରକାରୀ ଆବାସରେ ରହିବା କଥା ନୁହେଁ । 

ପୂର୍ବତନ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ, ଯୋଗାଇ ଦିଆଯାଇଥିବା ବାସସ୍ଥାନଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାର ମରାମତି ଆବଶ୍ୟକ ଥିଲା । ଏହି କାରଣରୁ ସେ ବଙ୍ଗଳା ଛାଡ଼ି ନାହାନ୍ତି । ଚନ୍ଦ୍ରଚୂଡଙ୍କ ଅବସର ପରେ ସେହି ଘରକୁ ଆଉ କେହି ନେବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ବର୍ତ୍ତମାନର ଚିଫ୍ ଜଷ୍ଟିସ ବିଆର ଗଭଇ କୃଷ୍ଣା ମେନନ ମାର୍ଗ ସ୍ଥିତ ବଙ୍ଗଳା ନେବାକୁ ମନା କରିଥିଲେ । ଏହି କାରଣରୁ ଡିୱାଇ ଚନ୍ଦ୍ରଚୂଡଙ୍କୁ ଉକ୍ତ ଘର ଛାଡିବାକୁ କିଛି ଚାପ ପଡିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.