ନୂଆଦିଲ୍ଲୀ : କାନାଡାରେ ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ର ଉଚ୍ଚଶିକ୍ଷା ପାଇଁ ଯାଇ ଥା’ନ୍ତି। ଏଥିରେ କିଛି ଏମିତି ବି ଅଛନ୍ତି , ଯିଏ ଚାହାନ୍ତି ଯେ, ତାଙ୍କୁ ସ୍କଲାରସିପ୍ ମଧ୍ୟ ମିଳୁ , ଯାହାକି ପାଠପଢାର ଖର୍ଚ୍ଚକୁ ହ୍ରାସ କରି ପାରିବ। ଭଲ କଥା ଏହା ଯେ, କାନାଡାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାରତୀୟଙ୍କୁ ସ୍କଲାରସିପ୍ ପ୍ରଦାନ କରୁଛି। ୟୁନିଭର୍ସିଟି ଅଫ୍ ବ୍ରିଟିଶ କୋଲମ୍ୱିଆ (ୟୁବିସି) ‘ଇଣ୍ଟରନ୍ୟାସନାଲ ମେଜର ଏଣ୍ଟ୍ରାନ୍ସ ସ୍କଲାରସିପ୍’ (IMES)ର ଘୋଷଣ କରିଛି, ଯାହା କ୍ୟାମ୍ପସରେ ପଢିବାକୁ ଆସୁ ଥିବା ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ଏହା ଏକ ମେରିଟ-ବେସଡ୍ ସ୍କଲାରସିପ୍ , ଯାହା ସେହି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦିଆ ଯିବ, ଯାହାଙ୍କୁ ୟୁବିସିର ଅଲଗା ଅଲଗା ଅଣ୍ଡରଗ୍ରାଜୁଏଟ (ବ୍ୟାଚଲର) ପ୍ରୋଗ୍ରାମ ଗୁଡ଼ିକରେ ଆଡମିସନ ମିଳି ସାରିଛି। ସ୍କଲାରସିପ୍ ଛାତ୍ରଛାତ୍ରଙ୍କୁ ଫାର୍ଷ୍ଟ ଇୟରରେ ପ୍ରଦାନ କରାଯିବ ଏବଂ ପୁଣି ଆଗକୁ ତିନି ବର୍ଷ ଯାଏ ମଧ୍ୟ ଏହାକୁ ରିନ୍ୟୁ କରାଯାଇ ପାରେ। ଏହିପରି ୪ ବର୍ଷର ପାଠପଢା ପାଇଁ ସ୍କଲାରସିପ୍ ମିଳି ଯିବ। ଆସନ୍ତୁ ସ୍କଲାରସିପ୍ ସହ ଜଡ଼ିତ କିଛି କଥା ଓ ଏହା ମାଧ୍ୟମରେ ମିଳୁଥିବା ଅର୍ଥ ରାଶି ବିଷୟରେ ଜାଣିବା ।

IMES ସ୍କଲାରସିପ୍‌ର ଅର୍ଥ ରାଶି କେତେ ?

ୟୁନିଭର୍ସିଟି ଅଫ୍ ବ୍ରିଟିଶ କୋଲମ୍ୱିଆରେ ଏକାଡେମିକ ଇୟର ୨୦୨୬-୨୦୨୭ ପାଇଁ ମିଳୁଥିବା ସ୍କଲାରସିପ୍‌ର ରାଶି ୧୦ ହଜାର କାନାଡୀୟ ଡଲାର (ପ୍ରାୟ ୭ ଲକ୍ଷ ଟଙ୍କା) ରୁ ୨୫ ହଜାର କାନାଡୀୟ ଡଲାର( ପ୍ରାୟ ୧୭.୫୦ ଲକ୍ଷ ଟଙ୍କା) ମଧ୍ୟରେ ରହିଛି। ହେଲେ , ଛାତ୍ରଛାତ୍ରୀଙ୍କୁ ଏଠାରେ ଏହା ଧ୍ୟାନ ରଖିବାକୁ ହେବ ଯେ, ପ୍ରତିବର୍ଷ ଦିଆ ଯାଉଥିବା ସ୍କଲାରସିପର ସଂଖ୍ୟା ଓ ରାଶି ବିଶ୍ୱବିଦ୍ୟାଳୟକୁ ମିଳୁ ଥିବା ଫଣ୍ଡ ଉପରେ ନିର୍ଭର କରେ, ଯେଉଁଥିପାଇଁ ଏଥିରେ ପରିବର୍ତ୍ତନ ମଧ୍ୟ ହୋଇପାରେ।

 

IMESର କଣ ରହିଛି ସର୍ତ୍ତ ?

ନୂଆ ଷ୍ଟୁଡେଣ୍ଟ : ଷ୍ଟୁଡେଣ୍ଟ ୟୁବିସିରେ ନୂଆ ଛାତ୍ର ଭାବେ ପଢିବାକୁ ଯାଉଥିବେ ଏବଂ ତାଙ୍କୁ ଦ୍ୱାଦଶ ଉର୍ତ୍ତୀର୍ଣ୍ଣ ହେବା ପରେ ସିଧାସଳଖ ଆଡମିଶନ ମିଳି ଥିବ।

ଭିସା ଷ୍ଟାଟସ୍ : ଷ୍ଟୁଡେଣ୍ଟ ବିଦେଶୀ ଛାତ୍ର ହୋଇଥିବେ,ଯିଏ କାନାଡୀୟ ଷ୍ଟଡି ପରମିଟରେ ପଢିବାକୁ ଯାଉଥିବେ।

ଆକର୍ଷଣୀୟ ପ୍ରୋଫାଇଲ : ଷ୍ଟୁଡେଣ୍ଟଙ୍କର ଏକାଡେମିକ୍ ରେକର୍ଡ ଭଲ ହୋଇଥିବ । ଏହାସହ , ଏକ୍ସଟ୍ରା-କରିକୁଲାର ଆକ୍ଟିଭିଟିଜ (ଖେଳ , କଳା , ଡିବେଟ୍ ଆଦି) ଓ ସାମାଜିକ କାର୍ଯ୍ୟ ଗୁଡ଼ିକରେ ମଧ୍ୟ ଅଂଶଗ୍ରହଣ ଜରୁରୀ।

ଅନ୍ୟ ସ୍କଲାରସିପ୍ : ଯଦି ଷ୍ଟୁଡେଣ୍ଟଙ୍କୁ ୟୁବିସିର କୌଣସି ‘ନିଡ୍-ଆଣ୍ଡ –ମେରିଟ୍ ବେସଡ୍’( ଆବଶ୍ୟକତା ଓ ଯୋଗ୍ୟତା ଆଧାରିତ) ଇଣ୍ଟରନ୍ୟାସନାଲ ସ୍କଲର୍ସ ପୁରସ୍କାର ପାଇଁ ନୋମିନେଟ୍ କରାଯାଇଛି, ତ ତାଙ୍କୁ ଏହି ସ୍କଲାରସିପ୍ ଦିଆଯିବ ନାହିଁ।

ଉଚିତ ସମୟରେ ଆବେଦନ : ଷ୍ଟୁଡେଣ୍ଟ ନିର୍ଦ୍ଦିଷ୍ଟ ସୀମା ପୂର୍ବରୁ ୟୁବିସିରେ ଆଡମିସନ ପାଇଁ ଆବେଦନ କରିଥିବେ।

ଆବେଦନ ଲିଙ୍କ : International Major Entrance Scholarships

ସ୍କଲାରସିପ୍ ପାଇଁ କେମିତି ଆବେଦନ କରିବେ ?

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠୁ ଭଲ କଥା ଯେ, ତାଙ୍କୁ ସ୍କଲାରସିପ୍ ଆବେଦନକୁ ନେଇ ଅଲଗା ଭାବେ କୌଣସି ଫର୍ମ ଭରାଯିବା ନାହିଁ। ଯଦି କିଏ ଆଡମିସନ ଡେଡଲାଇନ ପୂର୍ବରୁ ୟୁବିସିର ଆଡମିସନ ପୋର୍ଟାଲରେ ନିଜର ଆପ୍ଲିକେସନ ଜମା କରିଛନ୍ତି , ତ ପୁଣି ତାଙ୍କ ନାଁରେ ସ୍ୱତଃ ବିଚାର କରାଯିବ। IMES ସଂପୂର୍ଣ୍ଣ ରୂପେ ମେରିଟ୍ ବେସଡ୍, ଯେଉଁଥି ପାଇଁ ଛାତ୍ରଛାତ୍ରୀଙ୍କ ସିଲେକ୍ସନ କରିବା ବେଳେ ତାଙ୍କର ଆର୍ଥିକ ସ୍ଥିତି ଉପରେ ଅଧିକ ଧ୍ୟାନ ଦିଆଯାଏ ନାହିଁ।, ବରଂ ଏହା ଦେଖାଯାଏ ଯେ, ସେ ଶିକ୍ଷା କ୍ଷେତ୍ରରେ କଣ ହାସଲ କରିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : Mount Everest : ମାଉଣ୍ଟ ଏଭରେଷ୍ଟ ଶିଖରରୁ ଫେରୁଥିବା ଦୁଇ ଭାରତୀୟଙ୍କ ହିଲାରୀ ଷ୍ଟେପ୍ ନିକଟରେ ମୃତ୍ୟୁ