ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଟ୍ରେଲର, ୧୦ ଆହତ

Published By : Rasmita Pradhan | December 2, 2024 8:38 AM

ଢେଙ୍କାନାଳ, ୦୨/୧୨ : ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଟ୍ରେଲର। ୫୫ନଂ ଜାତୀୟ ରାଜପଥ କୋରିଆଁ ଛକରେ ଦୁର୍ଘଟଣା। ସେଣ୍ଟ୍ ଜାଭିୟର ହାଇସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ସୋମବାର ସକାଳେ ଢେଙ୍କାନାଳ ସହରର ବାରାକ ଲାଇନ୍ ଅଞ୍ଚଳରୁ ଗେଙ୍ଗୁଟିଆ ରଣପସି ସ୍ଥିତ ହାଇସ୍କୁଲକୁ ସେଣ୍ଟ୍ ଜାଭିୟରର ବସ୍ ଯାଉଥିଲା। ୫୫ନଂ ଜାତୀୟ ରାଜପଥ କୋରିଆଁ ଛକରେ ବସ୍‌ଟିକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ୧୦ ଜଣ ପିଲା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ରେ ପ୍ରାୟ ୪୦ ଜଣ ପିଲା ଥିଲେ ବୋଲି ସୂଚନା ମିଳିଛି। ଦୁର୍ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.