ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡମ୍ପିଂୟାର୍ଡରେ ପଡ଼ିଛି ମାଳ ମାଳ ଜୋତା ଓ ସ୍କୁଲ୍ ୟୁନିଫର୍ମ

Published By : Rasmita Pradhan | November 17, 2024 3:14 PM

ବୈପାରୀଗୁଡ଼ା, ୧୭/୧୧ : ଡମ୍ପିଂୟାର୍ଡରେ ପଡ଼ିଛି ମାଳ ମାଳ ଜୋତା ଓ ସ୍କୁଲ ୟୁନିଫର୍ମ। ସରକାରଙ୍କ ତରଫରୁ ସ୍କୁଲ ପିଲାଙ୍କ ପାଇଁ ଯୋଗାଇ ଦିଆଯାଉଥିବା ପୋଷାକ ଏବଂ ଜୋତା ବଣ୍ଟନ କରିବା ପରିବର୍ତ୍ତେ ଫୋପାଡି ଦିଆଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ଗାଁ ମଶାଣି ନିକଟରେ ଥିବା ଡମ୍ପିଂୟାର୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

ଜଣେ ଗାଈ ଚରାଳି ରବିବାର ଗାଈ ଚରାଇବା ବେଳେ ଡମ୍ପିଂୟାର୍ଡରେ ଜୋତା ଓ ସ୍କୁଲ ୟୁନିଫର୍ମ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ତେବେ ଏହି ଜୋତା ଓ ପୋଷାକ ବାଣ୍ଟିବା ପରିବର୍ତ୍ତେ କାହିଁକି ଫିଙ୍ଗା ଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଘଟଣା ପଛରେ କାହାର ହାତ ରହିଛି ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଧିବଦ୍ଧ ଭାବରେ ତଦନ୍ତ କରି  ପ୍ରକୃତ ସତ ସାମ୍ନାକୁ ଆଣିବାକୁ ଦାବି ହୋଇଛି । 

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.