ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା; ଏବିଇଓଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

Published By : Swapna Ray | July 4, 2025 3:49 PM

ସିମୁଳିଆ, ୪।୭: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ତୀବ୍ର ଅସନ୍ତୋଷ । ବାଲେଶ୍ୱର ସିମୁଳିଆ ବ୍ଲକରେ ଶିକ୍ଷକ ଅଭାବ ଥିବା ବେଳେ ସ୍ଥାନୀୟ ବ୍ଲକ୍‌ରୁ ଅନ୍ୟ ବ୍ଲକ୍‌କୁ କେତେକ ଶିକ୍ଷକଙ୍କୁ ବଦଳି କରାଯିବା ପରେ ଶିକ୍ଷକ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରଭାବ ଶୁକ୍ରବାର ମାର୍କୋଣା ପଞ୍ଚାୟତ କୁଣିଆରୀ ଦାଣ୍ଡମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ଅନୁପାତରେ ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷକ ଆବଶ୍ୟକ । ବର୍ତ୍ତମାନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକଙ୍କୁ ଭୋଗରାଇ ବ୍ଲକ୍‌କୁ ବଦଳି କରାଯିବା ପରେ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ପ୍ରଧାନ ଶକ୍ଷକଙ୍କୁ ବଦଳି ପ୍ରତିବାଦରେ ଗ୍ରାମବାସୀ, ଅଭିଭାବକ ଏବଂ ଶତାଧିକ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି । ସକାଳ ୯ଟାରୁ ପ୍ରାୟ ୨ ଘଣ୍ଟା ଧରି ପ୍ରତିବାଦ କରିବା ପରେ ସହକାରୀ ଶିକ୍ଷାଧିକାରୀ ତଥା ବିଆରସିସି ଅଜୟ କୁମାର ପଣ୍ଡା ବିଦ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିବା ଗ୍ରାମବାସୀ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ନୂଆ ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ବିଧାୟକ ଏବଂ ସାଂସଦମାନେ ୧୫ ଜଣ ଶିକ୍ଷକଙ୍କୁ ବଦଳି କରିପାରିବେ ଏବଂ ସେହି ଆଧାରରେ ଏଭଳି ବଦଳି ହୋଇଛି । କିନ୍ତୁ, ବ୍ଲକ୍ ଶିକ୍ଷା ବିଭାଗ ଏ ବିଷୟରେ କିଛି ଜାଣିନଥିବା କହିବା ପରେ ବିଧାୟକ କାହିଁକି ଏଭଳି ବଦଳି କଲେ ବୋଲି ଅଭିଭାବକମାନେ ଓଲଟା ପ୍ରଶ୍ନ ପଚାରିଥିଲେ । ବିଧାୟକଙ୍କୁ ଭେଟିବା ପାଇଁ ବିଆରସିସି ଅଭିଭାବକଙ୍କୁ ପରାମର୍ଶ ଦେବା ସହ ଏକ ସପ୍ତାହ ମଧ୍ୟରେ ଶିକ୍ଷକ ଅଭାବ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଦ୍ୟାଳୟରେ ତାଲା ଖୋଲା ଯାଇଥିଲା ଏବଂ ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇଥିଲେ ।

ସେପଟେ ଏକ ସପ୍ତାହ ମଧ୍ୟରେ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ଦିଆନଗଲେ ପୁନର୍ବାର ବିଦ୍ୟାଳୟକୁ ବନ୍ଦ ରଖାଯିବ ବୋଲି ଗ୍ରାମବାସୀ ଏବଂ ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦାଣ୍ଡ ମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୧୧୧ ଜଣ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୧୧୬ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏଥିପାଇଁ  ୭ ଜଣରୁ ଅଧିକ ଶିକ୍ଷକ ଆବଶ୍ୟକ ଥିବାବେଳେ ବିଦ୍ୟାକୟରେ ୬ ଜଣ ଶିକ୍ଷକ ଥିଲେ । ନିକଟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ନାୟକଙ୍କୁ ସିମୁଳିଆ ବ୍ଲକ୍‌ରୁ ଭୋଗରାଇ ବ୍ଲକ୍କୁ ବଦଳି କରାଯିବା ପରେ ସ୍କୁଲରେ ଶିକ୍ଷକ ଅଭାବ ଦେଖା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.