ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ପଞ୍ଜାବର ପଟିଆଲାରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଡମ୍ଫର, ୭ ମୃତ…

Published By : Prameya | May 7, 2025 7:04 PM

ନୂଆଦିଲ୍ଲୀ: ପଞ୍ଜାବର ପଟିଆଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,ସ୍କୁଲ ଭ୍ୟାନ୍‌ଟି ଏକ ଡମ୍ପର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଛଅ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଭ୍ୟାନ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ପିଲାର ଅବସ୍ଥା ଗୁରୁତର ରହିଛି । ସେ ହସ୍ପିଟାଲରେ ଜୀବନମୃତ୍ୟୁ ସହିତ ଲଢ଼ୁଛି।

ସୂଚନା ଅନୁଯାୟୀ,ଏହି ଦୁର୍ଘଟଣା ସମାନା-ପଟିଆଲା ରାସ୍ତାରେ ଥିବା ଟୋଲ୍ ପ୍ଲାଜା ନିକଟରେ ଘଟିଛି। କୁହାଯାଉଛି ଯେ, ଏହି ପିଲା ମାନେ ପଟିଆଲାର ଭୂପିନ୍ଦ୍ର ପବ୍ଲିକ୍ ସ୍କୁଲର ଥିଲେ। 

ସୂଚନା ଅନୁଯାୟୀ, ସମାନା ରୋଡର ନାସୁପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଡମ୍ପର ସହ ଏହି ସ୍କୁଲ ଭ୍ୟାନ ଧକ୍କା ହୋଇଛି। ଧକ୍କା ଏତେ ଜୋର ଥିଲା ଯେ, ଗାଡ଼ିଟି ଏକ ଗଛରେ ପିଟି ହୋଇଗଲା, ଯାହା ଫଳରେ ଛଅ ଜଣ ଛାତ୍ରଙ୍କ ମୃତ୍ୟୁ ହେଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଛାତ୍ରମାନେ ପଟିଆଲାର ସେମାନଙ୍କ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ମୃତଦେହ ଗୁଡ଼ିକୁ ବାହାର କରିବା ପାଇଁ କ୍ରେନ୍ ଆବଶ୍ୟକ ହୋଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.