ଭୁବନେଶ୍ୱର,୨୫/୦୩ : ତାତି ବଢ଼ୁଛି । ରାଜ୍ୟର ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ଦିନ ୧୦ଟାରୁ ଟାଣ ଖରା । ଦିନରେ ସାମାନ୍ୟ ଗରମ ବି ଅନୁଭୂତ ହେଲାଣି । ଏହି ଖରା ସ୍କୁଲର କୁନି କୁନି ପିଲାଙ୍କୁ ଅସ୍ତବ୍ୟସ୍ତ କରାଇଦେଉଛି । ଗ୍ରୀଷ୍ମ ପ୍ରବାହକୁ ଦେଖି ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗ ମାର୍ଗଦର୍ଶିକା ଜାରି କଲା । ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କୁନି କୁନି ପିଲାଙ୍କ କଥାକୁ ଭୁଲି ଗଲା । ସକାଳୁଆ ସ୍କୁଲ କରିବାକୁ ଶିକ୍ଷକ ସଂଗଠନ ଓ ଅଭିଭାବକ ବାରମ୍ବାର ବିଭାଗକୁ ଚିଠି ଲେଖୁଛନ୍ତି । ହେଲେ ଶୁଣିବ କିଏ? ଗୋଟିଏ ଜିଦ୍‌ ଏପ୍ରିଲ୍‌ ୨ ହେଉ ତେଣିକି ଦେଖିବାକୁ । ତାତି ୩୯ ଡିଗ୍ରୀ ଡେଇଁଲାଣି ।

ମଙ୍ଗଳବାର ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଖୋର୍ଦ୍ଧାରେ ୩୫ ଓ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ହୋଇଥିଲା ଆଜିର ତାପମାତ୍ରା । କୁନି କୁନି ପିଲା ଖରାକୁ ସମ୍ଭାଳି ପାରୁନାହାନ୍ତି । ସକାଳୁଆ ସ୍କୁଲ କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଗଠନ ଓ ଅଭିଭାବକ । ପିଲାମାନେ କିପରି ପରିସ୍ଥିତିରେ ପଢ଼ୁଛନ୍ତି ତାହା କେହି କଳ୍ପନା କରିପାରିବେ ନାହିଁ । ଏହି କ୍ଷେତ୍ରରେ ଗତକାଲି (ସୋମବାର) ଶ୍ରମ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦେଖି ଶ୍ରମିକମାନଙ୍କ ଏକ ମାର୍ଗଦର୍ଶିକା ଜାରି କରିଛି । କେବଳ ଖରାରେ ବାହାରେ କୌଣସି ଆଉଟଡୋର୍‌ ଆକ୍ଟିଭିଟି ନକରିବାକୁ ବିଭାଗ ଚିଠି କରି ଦେଇ ଚୁପ୍‌ ହୋଇଯାଇଛି ।

ଏହି ଖବରଟିକୁ ପଢନ୍ତୁ- ଝାଇଁ ଝାଇଁ କଲାଣି ଖରା, ଆହୁରି ୪ ଡିଗ୍ରୀ ବଢିବ ତାତି, ୨୮ ଯାଏଁ କାଳବୈଶାଖୀ ଆଲର୍ଟ