ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ଶାସ୍ତ୍ରରେ ଆଚରଣ ଏବଂ ଜୀବନ ମୁଲ୍ୟବୋଧର ଅନନ୍ୟ ବାଖ୍ୟା ରହିଛି : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | March 9, 2025 8:02 PM

ନୂଆଦଲ୍ଲିୀ/ଭୁବନେଶ୍ବର, ୯।୩ : ଭାରତକୁ ପରାଧୀନ କରି ରଖିବା ପାଇଁ ଅନେକ ଆକ୍ରମଣକାରୀମାନେ ଆମର ଜ୍ଞାନ ପରମ୍ପରା ପ୍ରତି ସବୁଠୁ ଅଧିକ କ୍ଷତି ପହଞ୍ଚାଇଛନ୍ତି । ଆଜି ଯେତେବେଳେ  ଆମେ  ଏକବିଂଶ ଶତାବ୍ଦୀର ବିକଶିତ ଭାରତ ନିର୍ମାଣ କରିବା ପାଇଁ ଅଗ୍ରସର ହେଉଛୁ, ସେଥିପାଇଁ ଆମକୁ ଆମର ଜ୍ଞାନ ପରମ୍ପରାକୁ ପୁନଃଜାଗରଣ କରିବା ସହ ଏହାକୁ ଆଧୁନିକ ବିଜ୍ଞାନ, ଗବେଷଣା ଏବଂ ନବସୃଜନ ସହ ମଧ୍ୟ ଯୋଡିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ନୂଆଦିଲ୍ଲୀ ସ୍ଥତି ବିଜ୍ଞାନ ଭବନ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ(ଏବିଆରଏସଏମ) ଦ୍ୱାରା ‘ସ୍ୱଦେଶୀ ଜ୍ଞାନ ପରମ୍ପରା ଏବଂ ସ୍ଥାୟୀ ବିକାଶ’ ଉପରେ ଆୟୋଜିତ  ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ ସମାରୋହରେ କହଛନ୍ତି ଶ୍ରୀ ପ୍ରଧାନ । 

ସେ କହିଛନ୍ତି ଭାରତ ଏକ ବହୁଭାଷୀ ରାଷ୍ଟ୍ର । ଆମେ ଆମର ଏକତା ଏବଂ ବିବିଧତାରେ ବିଶ୍ୱାସ ରଖୁ । ଭାରତକୁ ଏକ ହଜାର ବର୍ଷ ପର୍ଯ୍ୟନ୍ତ ଅନେକ ଶାସନ କରିବା ସହ ଆମର ଧନ, ସମ୍ପତ୍ତି ଲୁଟିବା ସହ ଐତିହ୍ୟକୁ କ୍ଷୁର୍ଣ୍ଣ କରଛିନ୍ତି। ଏଥିରେ ଯଦି ସବୁଠୁଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି , ତେବେ ତାହା ହେଉଛି ଆମର ଜ୍ଞାନ ପରମ୍ପରା । ଆମର ପୁରାତନ ଶାସ୍ତ୍ର ଗୁଡକିରେ  ଆଚରଣ ଏବଂ ଜୀବନ ମୂଲ୍ୟବୋଧର  ଏକ ଅନନ୍ୟ ବାଖ୍ୟା ପ୍ରଦାନ  କରାଯାଇଛି । ମହାଭାରତର ଗୀତା ଶାସନ ଆଜି ବି ନୈତିକତା ପରିଚାଳନାର ସର୍ବଶ୍ରେଷ୍ଠ ପୁସ୍ତକର ଉଦାହରଣ । ଆମକୁ ସେହିପ୍ରଭାବୀବିଚାର ଗୁଡକିୁ ଆଧୁନକି ଜୀବନ ପ୍ରବାହରେ ଅନୁରୂପ ଭାବେ ଯୋଡି ସମାଜ ଆଗରେ ଉପସ୍ଥାପନ କରିବାର ମାର୍ଗ ଅନ୍ବେଷଣ କରିବାକୁ ହେବ।

ଏକବିଂଶ ଶତାବ୍ଦୀଦର ଦେଶରେ  ନୂତନ ଜାତୀୟ ଶିକ୍ଷା ନୀତି ଲାଗୁ ହେଉଛି । ପ୍ରଧାନମନ୍ତ୍ରୀ ସମସ୍ତ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି  କହିଛନ୍ତି । ଭାଷା ଆମ ଭାରତୀୟ ସଭ୍ୟତାର ଏକ ସେତୁବନ୍ଧ ପରିକାମ କରୁଛି।ପିଏମଙ୍କ ନେତୃତ୍ବର ଜାତୀୟ ଶିକ୍ଷା ନୀତି ଏହି ଭାବନାକୁ ଆଗକୁ ନେଇ  ଭାରତୀୟ ଶିକ୍ଷା ପ୍ରଣାଳୀକୁ ଭାରତୀୟ ଭାଷାରେ  ପ୍ରଯୁକ୍ତିବିଦ୍ୟା, ଡିଜିଟାଇଜେସନ୍, ଏଆଇ ଭଳି ବିଷୟକୁ ଯୋଡି ଏକ ବହୁମୁଖୀ, ସାମଗ୍ରିକ ତଥା ଦକ୍ଷତା ଆଧାରତି ଶିକ୍ଷା ପ୍ରଣାଳୀକୁ ଆଗକୁ ନେଉଛି। 

ଏହି ଅବସରରେ  ଶ୍ରୀ ପ୍ରଧାନ ଶିକ୍ଷାର ବିକାଶ ପାଇଁ ଭାରତ ସରକାର ନେଉଥିବା ପଦକ୍ଷେପ ଏବଂ ଚଳିତ କେନ୍ଦ୍ର ବଜେଟରେ  ହୋଇଥିବା ଭାରତୀୟ ଭାଷା ପୁସ୍ତକ ଯୋଜନା ଓ ଅନ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.