ପାରାଦୀପ,୨୪/୦୭: ଜଗତସିଂହପୁର ଜିଲ୍ଲା ନେହରୁବଙ୍ଗଳାଠାରେ ପଥରବନ୍ଧ ଲଙ୍ଘିଲା ସମୁଦ୍ର। ନେହରୁ ବଙ୍ଗଳା ଠାରେ ଥିବା ପଥର ବନ୍ଧ ଅତିକ୍ରମ କରି ରାସ୍ତାରେ ସମୁଦ୍ର ପାଣି। ସମୁଦ୍ରର ଏଭଳି ଉଗ୍ର ରୂପ ଦେଖି ପର୍ଯ୍ୟଟକ ଆତଙ୍କିତ ହୋଇଛନ୍ତି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମୁଦ୍ର ଅଶାନ୍ତ ଥିବା ଆଶଙ୍କା କରାଯାଉଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଧୀରେ ଧୀରେ ମନ୍ମଥ ଉଦ୍ୟାନ ଭିତରକୁ ପଶିଲାଣି ସମୁଦ୍ର। ଦୈନିକ ଜଳ ପତ୍ତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ମନ୍ମଥ ଉଦ୍ୟାନ ଭିତରକୁ ମାଡ଼ି ଆସୁଛି। ଗୋଟେ ବର୍ଷ ଭିତରେ ନେହରୁବଙ୍ଗଳାଠାରେ ଥିବା ମନ୍ମଥ ଉଦ୍ୟାନ କୂଳରେ ଥିବା କ୍ୟାଣ୍ଟିନ ମୂଳ ଖାଇ ଯାଇଥିଲା। ତେବେ ଗତବର୍ଷ ଅଗଷ୍ଟରୁ କ୍ୟାଣ୍ଟିନ ବନ୍ଦ ରହିଥିବା ବେଳେ ଗତ ମେ ମାସରୁ ପଥର ପ୍ୟାକିଂ କରାଯାଇ କ୍ୟାଣ୍ଟିନ ଚାଲୁ କରାଯାଇଛି। କିନ୍ତୁ ପାଣି ପାଇପ ନଷ୍ଟ ହୋଇ ଯାଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ରୋଷେଇ ହୋଇ ପାରୁ ନ ଥିବା ସ୍ଵର୍ଣ୍ଣମୟୀ ସ୍ଵୟଂ ସହାୟିକା ଗୋଷ୍ଠୀ ସମ୍ପାଦକ ପୁରବୀ ମଣ୍ଡଳ କହିଛନ୍ତି।