ନୂଆଦିଲ୍ଲୀ : ୨୦୦୯ ମସିହା କଥା ,ଜାତିସଂଘ ଦ୍ୱାରା ନିଯୁକ୍ତ କେନିଆ, ଉଗାଣ୍ଡା ଏବଂ ରୱାଣ୍ଡା ଭଳି ଆଫ୍ରିକୀୟ ଦେଶ ପାଇଁ ରିଲିଫ୍ ସାମଗ୍ରୀ ନେଇଯାଉ ଥିବା ଏକ ଆମେରିକୀୟ ଜାହାଜ ସମସ୍ୟାରେ ପଡ଼ିଗଲା। ସୋମାଲିଆ ରାସ୍ତା ଦେଇ ଯାଉଥିବା ବେଳେ , ଜଳଦସ୍ୟୁମାନେ ଜାହାଜ ଉପରେ ଆକ୍ରମଣ କରି ଜାହାଜର କ୍ୟାପଟେନ୍ ରିଚାର୍ଡ ଫିଲିପ୍ସଙ୍କୁ ବନ୍ଧକ କରିନେଲେ। ଆଧୁନିକ ସମୟରେ ଏହା ପ୍ରଥମ ଥର ପାଇଁ ହୋଇଥିବା ,ଯାହାକି ଆମେରିକୀୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଏହା ଉପରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଆମେରିକାର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍, SEAL ଟିମ୍ ୬, ଜଳଦସ୍ୟୁମାନଙ୍କୁ ହତ୍ୟା କରି କ୍ୟାପଟେନଙ୍କୁ ଉଦ୍ଧାର କରି ଥିଲା। ଏହା ତ କେବଳ ଏକ ଟ୍ରେଲର ଥିଲା। ଏହାର ଦୁଇ ବର୍ଷ ପରେ, ସେହି ସ୍ପେଶାଲ୍ ଫୋର୍ସର ଯବାନମାନେ ଏପରି କାରନାମା କରି ଦେଖାଇ ଥିଲେ ,ଯାହାକୁ ଦେଖି ବିଶ୍ୱ ସ୍ତବ୍ଧ ହୋଇ ଯାଇ ଥିଲା।
୨୦୧୧ ମସିହାରେ, ସେମାନେ ପାକିସ୍ତାନ ଭିତରେ ପଶି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ସମୁଦ୍ରର ଗଭୀରତାରେ ପୋତି ଦେଇ ଥିଲେ। ପୁଣି ଥରେ ଏହି ସ୍ପେଶାଲ ୟୁନିଟର ଚର୍ଚ୍ଚା ହେଉଛି ଏବଂ ଏହାର କାରଣ ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ F-15E ବିମାନର ଜଣେ ଆହତ ଅଫିସରଙ୍କୁ ସୁରକ୍ଷିତ ଉଦ୍ଧାର କରି ପାରିଥିଲେ। ଆସନ୍ତୁ ଏବେ ଜାଣିବା ଏହି SEAL ଟିମ୍ ୬ ଅର୍ଥାତ୍ DEVGRU ବିଷୟରେ ।
ଆମେରିକା ଇରାନ ଭିତରେ ପଶି ଜଜାଗ୍ରୋସ ପର୍ବତମାଳାରେ ୨୪ଘଣ୍ଟାରୁ ଅଧିକ ସମୟ ଲୁଚି ରହିଥିବା ଆହତ ଆମେରିକୀୟ ପାଇଲଟଙ୍କୁ ଉଦ୍ଧାର କରିଥିଲା। ତାଙ୍କର F-15E ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯିବା ପରେ,ସେ ପାରାସୁଟରେ ଡ଼େଇଁ ପଡ଼ିଥିଲେ। ନିଜ ଜୀବନକୁ ବିପଦରେ ପକାଇବା ପରେ, ପୂରା ଟିମ୍ ସଫଳତା ପୂର୍ବକ ଫେରିଥିଲେ। ନାଭାଲ ସ୍ପେଶାଲ ୱାରଫେୟାର ଡେଭଲପମେଣ୍ଟ ଗ୍ରୁପକୁ ନେଭି ସିଲ୍-୬ ଟିମ୍ କିମ୍ୱା ସର୍ଟରେ DEVGRU ମଧ୍ୟ କୁହାଯାଏ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଆମେରିକୀୟ ଇତିହାସର ସବୁଠାରୁ ସାହସିକ ତଲାସୀ ଓ ଉଦ୍ଧାର ଅଭିଯାନ ଭାବେ ବର୍ଣ୍ଣନା କରିଛନ୍ତି।
ଏହି ୟୁନିଟର ସଦସ୍ୟମାନେ ବହୁତ କଡ଼ା ଟ୍ରେନିଂ ନେଇଥାନ୍ତି। ସେମାନଙ୍କୁ ଅନେକ ବର୍ଷ ଯାଏ ପର୍ବତ, ସମୁଦ୍ର, ଜଙ୍ଗଲ ଏବଂ ଜନବହୁଳ ସହରାଞ୍ଚଳରେ ଯୁଦ୍ଧ କରିବା ପାଇଁ ତାଲିମ ଦିଆଯାଏ। ଯେକୌଣସି ପ୍ରକାରର ପାଗ ହେଉ କି ଅଞ୍ଚଳ, ସେମାନେ ବିନା ଦ୍ୱିଧାରେ ସେମାନଙ୍କର କାର୍ଯ୍ୟ କରି ପାରନ୍ତି। ଏହି ସ୍ୱତନ୍ତ୍ର ସୈନିକମାନେ ରାତିରେ ମଧ୍ୟ ଦେଖି ପାରନ୍ତି ଏବଂ ଗୁପ୍ତ ଭାବରେ ଶତ୍ରୁ ପାଖକୁ ଯାଇପାରନ୍ତି। ସମୁଦ୍ର, ଆକାଶ ଏବଂ ସ୍ଥଳଭାଗରେ ଯୁଦ୍ଧ କରିବା ପାଇଁ ତାଲିମପ୍ରାପ୍ତ, ଟିମ୍ -୬ ସଦସ୍ୟମାନଙ୍କୁ SEAL କୁହାଯାଏ, Sea , Air ଓ Land ଏହାର ସଂକ୍ଷିପ୍ତ ରୂପ।
DEVGRUକୁ ମଧ୍ୟ ଆହୁରି ରଙ୍ଗ-କୋଡ୍ ଲାଇନର ସ୍କ୍ୱାଡ୍ରନ୍ରେ ବିଭକ୍ତ କରାଯାଇଛି। ଗ୍ରୀନ ଟିମ୍ ସିଲେକ୍ସନ ଓ ତାଲିମ ପାଇଁ ରହିଛନ୍ତି।ଏହାପରେ ଗ୍ରେ, ବ୍ଲାକ୍, ସିଲଭର, ଗୋଲ୍ଡ , ବ୍ଲୁ ଏବଂ ଲାଲ ସ୍କ୍ବାଡ୍ରନ୍ ଗୁଡ଼ିକୁ ଆକ୍ରମଣ ଠାରୁ ଆରମ୍ଭ କରି ଗୁପ୍ତଚର, ନିରୀକ୍ଷଣ ଏବଂ ଡାଇଭିଂ ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ଆଧାର କରି ବିଭକ୍ତ କରାଯାଇଛି। ପ୍ରତ୍ୟେକ ସ୍କ୍ୱାଡ୍ରନର ସୈନିକମାନଙ୍କୁ ପୃଥକ ସୈନ୍ୟରେ ବିଭକ୍ତ କରାଯାଇଛି, ଯାହାର ନେତୃତ୍ୱ କମାଣ୍ଡର ଏବଂ ଲେଫ୍ଟନାଣ୍ଟ-ରାଙ୍କର ଅଫିସର ନିଅନ୍ତି।
ସ୍ୱତନ୍ତ୍ର ତାଲିମ ସହିତ, ନେଭି ସିଲ୍ସ ବିଶ୍ୱର ସବୁଠାରୁ ଘାତକ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ। ଦୀର୍ଘ ସମୟ ଧରି ଗୁଳି ଚଳାଇବାକୁ ସକ୍ଷମ Mk48 ମେସିନ୍ ଗନ୍ ଠାରୁ ଆରମ୍ଭ କରି ହେକଲର କଚ୍ HK416 ଆସଲ୍ଟ ରାଇଫଲ୍, କ୍ଲୋଜ ରେଞ୍ଜ ସଟ୍ ଭଳି ଗ୍ଲକ୍ କିମ୍ବା ସିଗ୍ ସାଉର୍ ପିସ୍ତଲ, ଏକ କିଲୋମିଟର କିମ୍ବା ତା'ଠାରୁ ଅଧିକ ଦୂରତାରୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ କୋଲ୍ଟ Mk13 ସ୍ନାଇପର ରାଇଫଲ୍, ମ୍ୟାକମିଲାନ୍ TAC କିମ୍ବା ୫୦-କ୍ୟାଲିବର ବାରେଟ୍ M107A1 ରାଇଫଲ୍ ପର୍ଯ୍ୟନ୍ତ। ଏହିସବୁରେ ସଜ୍ଜିତ ଥାନ୍ତି।
ଏକ ବିଫଳ ମିଶନରୁ SEAL-6 ଗଠନ କରାଯାଇଥିଲା। ୧୯୮୦ ମସିହାରେ, ଆମେରିକା ଇରାନରୁ ଏହାର ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଅପରେସନ୍ ଇଗଲ କ୍ଲ ନାମକ ଏକ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନ ବିଫଳ ହୋଇଥିଲା ଏବଂ ଏକ ଦୁର୍ଘଟଣାରେ ଆଠ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ୫୨ ଜଣ ବନ୍ଧକ ଗୋଟିଏ ବର୍ଷ ପାଇଁ ବନ୍ଦୀ ଅବସ୍ଥାରେ ରହିଥିଲେ ଏବଂ ସେମାନଙ୍କର ମୁକ୍ତି କେବଳ କୂଟନୈତିକ ପ୍ରୟାସ ଦ୍ୱାରା ସମ୍ଭବ ହୋଇଥିଲା। ଏହି ଘଟଣା ପରେ ଆମେରିକା ବିପଜ୍ଜନକ ମିଶନ କରିବା ପାଇଁ ସକ୍ଷମ ସ୍ୱତନ୍ତ୍ର SEAL-6 ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା। ଯଦିଓ ଏହା ଆମେରିକୀୟ ନୌସେନାର ଏକ ୟୁନିଟ୍, ଏହାର ନିୟନ୍ତ୍ରଣ ମିଳିତ ସ୍ୱତନ୍ତ୍ର ଅପରେସନ୍ କମାଣ୍ଡ ଅଧୀନରେ ଥାଏ।