୨୦୨୬ ମସିହାର ଦ୍ୱିତୀୟ ଚନ୍ଦ୍ର ଗ୍ରହଣକୁ ନେଇ କିଛି ବିଶେଷ ସାମ୍ନାକୁ ଆସିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ, ରକ୍ଷାବନ୍ଧନ ଅବସରରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ତେବେ ଏହା ଭାରତରେ ଦୃଶ୍ୟମାନ ହେବ କି ନାହିଁ ଏବଂ ଏହାର ପ୍ରଭାବ କ’ଣ ରହିବ, ସେନେଇ ଆସନ୍ତୁ ଜାଣିବା । ଆସନ୍ତା ୨୮ ଅଗଷ୍ଟ ୨୦୨୬ ଦିନ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହି ଦିନ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପଡ଼ୁଥିବାରୁ ଏହାର ଗୁରୁତ୍ୱ ବେଶ ଅଧିକ ରହିଛି । ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ।

ସମୟ ଓ ଅବଧି:

ଏହି ଗ୍ରହଣର ସମୟସୀମା ବେଶ୍ ଲମ୍ବା ରହିବ । ଭାରତୀୟ ସମୟ ଅନୁସାରେ ଏହାର ବିବରଣୀ:

ଗ୍ରହଣ ଆରମ୍ଭ (ଉପଛାୟା): ସକାଳ ୬:୫୩ ମିନିଟ୍

ଆଂଶିକ ଗ୍ରହଣ ଆରମ୍ଭ: ସକାଳ ୮:୦୩ ମିନିଟ୍

ଗ୍ରହଣର ସର୍ବାଧିକ ପ୍ରଭାବ: ସକାଳ ୯:୪୨ ମିନିଟ୍

ଆଂଶିକ ଗ୍ରହଣ ସମାପ୍ତି: ଦ୍ୱିପ୍ରହର ୧୨:୩୧ ମିନିଟ୍

ମୋଟ ଅବଧି: ପ୍ରାୟ ୫ ଘଣ୍ଟା ୩୯ ମିନିଟ୍

ଏହା ବି ପଢ଼ନ୍ତୁ... ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ କର୍ମରେ ବିଫଳତା ଯୋଗ ରହିଛି

ଭାରତରେ ଦୃଶ୍ୟମାନ ହେବ କି ?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଗ୍ରହଣ ସମୟରେ ଭାରତରେ ଦିନ ହୋଇଥିବାରୁ ଏହା ଆକାଶରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁଠାରେ ଗ୍ରହଣ ଦୃଶ୍ୟମାନ ହୁଏ ନାହିଁ, ସେଠାରେ ପାକ ନିଷେଧ ମାନ୍ୟ ହୁଏ ନାହିଁ । ତେଣୁ ଏହି ଦିନ ଭାରତରେ ପାକ ନିଷେଧ ପାଇଁ କୌଣସି ନିୟମ ଲାଗୁ ହେବ ନାହିଁ । ସେହିଭଳି ଭାରତରେ ମନ୍ଦିରଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିବ ଏବଂ ଦେବନୀତିରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ରକ୍ଷାବନ୍ଧନ ପର୍ବ ପାଳନ ଉପରେ ଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ । ଭଉଣୀମାନେ ବିନା କୌଣସି ଦ୍ୱିଧାରେ ଭାଇଙ୍କ ହାତରେ ରକ୍ଷା କବଚ ବାନ୍ଧିପାରିବେ ।

କେଉଁଠାରେ ଦେଖାଯିବ ?

ଏହି ମହାଜାଗତିକ ଦୃଶ୍ୟ ଆମେରିକା, ୟୁରୋପ, ଆଫ୍ରିକା ଏବଂ ପୂର୍ବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ପଷ୍ଟ ଭାବେ ଦେଖାଯିବ । ଏହି ସମୟରେ ଚନ୍ଦ୍ରର ପ୍ରାୟ ୯୩-୯୬% ଅଂଶ ପୃଥିବୀର ଛାଇରେ ଢାଙ୍କି ହୋଇ ରହିବ, ଯାହା ଫଳରେ ଚନ୍ଦ୍ର ତମ୍ବା ପରି ଲାଲ୍ ଅର୍ଥାତ୍ ବ୍ଲଡ୍ ମୁନ୍ ଦେଖାଯିବାର ସମ୍ଭାବନା ରହିଛି ।