ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସମ୍ଭାବ୍ୟ ଯୁଦ୍ଧକୁ ନେଇ ପ୍ରସ୍ତୁତି: ଓଡ଼ିଶା ଉପକୂଳରେ ପାଟ୍ରୋଲିଂ କଡ଼ାକଡ଼ି, ଚାନ୍ଦିପୁରରେ ହାଇଆଲର୍ଟ

Published By : Prameya | May 10, 2025 11:13 AM

ବାଲେଶ୍ୱର,୧୦/୦୫: ଭାରତ-ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧ  ପରିସ୍ଥିତିକୁ ନେଇ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆର୍‌ଡିଓର  ସୁରକ୍ଷା ସମେତ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି  କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚାନ୍ଦିପୁରରେ ହାଇଆଲର୍ଟ  ଜାରି କରାଯାଇଛି । ଏନେଇ ଶୁକ୍ରବାର ଚାନ୍ଦିପୁରରେ ପ୍ରଶାସନର  ଜରୁରି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ୮୦ କିମି  ଉପକୂଳ ଅଞ୍ଚଳ ଅଛି । ଜଳପଥ ଦେଇ ଅନୁପ୍ରବେଶକାରୀ  ଜିଲ୍ଲାରେ ପ୍ରବେଶ କରିବାର ଆଶଙ୍କା ରହିଛି । ଏଥିପାଇଁ ସୁରକ୍ଷା  ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଉପରେ ବୈଠକରେ  ଗୁରୁତ୍ୱ ଦିଆଯାଇଛି ।  

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା ପୁଲିସ୍‌  ଇଣ୍ଟର୍ଣ୍ଣ ରେଞ୍ଜ୍‌ ତତ୍ତ୍ୱାବଧାନରେ ଚାନ୍ଦିପୁର ଡିଆର୍‌ଡିଓ(ରକ୍ଷା  ଅନୁସନ୍ଧାନ ଓ ବିକାଶ ସଙ୍ଗଠନ) ପରିସରସ୍ଥିତ ପ୍ରୁଫ୍‌ ଆଣ୍ଡ୍‌  ଏକ୍ସପେରିମେଣ୍ଟାଲ୍‌ ଏଷ୍ଟାବ୍ଲିସମେଣ୍ଟ୍‌(ପିଏକ୍ସଇ) ପରିସରରେ  ଶୁକ୍ରବାର ଅପରାହ୍ଣରେ ଏହି ବୈଠକ ବସିଥିଲା । ଓଡ଼ିଶା  ପୁଲିସ୍‌ର ଇଷ୍ଟର୍ଣ୍ଣ ରେଞ୍ଜ୍‌ ଡିଆଇଜି ଡ. ସତ୍ୟଜିତ ନାୟକ,  ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍‌ପି  ରାଜ ପ୍ରସାଦ, ଆଇଟିଆର ଓ ପିଏକ୍ସଇର ନିର୍ଦ୍ଦେଶକଙ୍କ  ସମେତ ତଟ ସୁରକ୍ଷା ବାହିନୀର ବହୁ ଅଧିକାରୀ ଉପସ୍ଥିତ  ଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଡିଆରଡିଓ ସ୍ୱତନ୍ତ୍ର ପରିଚୟ  ସୃଷ୍ଟି କରିଛି । ଏହା ପୃଥ୍ୱୀ, ଅଗ୍ନି ଓ ଆକାଶ ଭଳି ବହୁ  କ୍ଷେପଣାସ୍ତ୍ରର ଅନ୍ତୁଡ଼ିଶାଳ ହୋଇଥିବାରୁ ସମସ୍ତ ରାଷ୍ଟ୍ର ଏହା  ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ  ଏହାର ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା ।   

ଅପରପକ୍ଷରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର  ତଟ ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି । ଜିଲ୍ଲାରେ ଥିବା ବଳରାମଗଡ଼ି, ବାହାବଳପୁର,  କଷାଫଳ, ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଉପକୂଳ  ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ  କରାଯାଇଛି । କେବଳ ସାମୁଦ୍ରିକ ଥାନା ପୁଲିସ୍‌ ନୁହନ୍ତି, ମତ୍ସ୍ୟ  ବିଭାଗ, ନୌସେନା ବିଭାଗ, ସ୍ୱତନ୍ତ୍ର ସଶସ୍ତ୍ର ପୁଲିସକୁ ଏହି କାମରେ ନିୟୋଜିତ କରାଯାଇଛି । ଉପକୂଳ ଅଞ୍ଚଳରେ ୨୪  ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି । ତାଳସାରୀ, ବାହାବଳପୁର,  କଷାଫଳ, ବଳରାମଗଡ଼ି ଅଞ୍ଚଳରେ ସମୁଦ୍ରକୁ ଯାଉଥିବା  ଏବଂ ଆସୁଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯାଇଛି ।  

ଯେଉଁ ମତ୍ସ୍ୟଜୀବୀ ସନ୍ଦେହ ପରିସରକୁ ଆସୁଛନ୍ତି  ସେମାନଙ୍କୁ ଯାଞ୍ଚ କରାଯାଉଛି । ଜଳପଥ ବ୍ୟତୀତ ସ୍ଥଳ  ପଥରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ।  ପଶ୍ଚିମବଙ୍ଗ ସୀମାରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ  କରାଯାଇଛି । ବାଲେଶ୍ୱର ସହରକୁ ପ୍ରବେଶ କରୁଥିବା  ସମସ୍ତ ବ୍ୟକ୍ତିଙ୍କ ସମେତ ଯାନବାହାନକୁ ମଧ୍ୟ ତନତନ  କରି ଯାଞ୍ଚ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.