ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି ! ଯୁବକଙ୍କ ପରେ ଗାଲାକ୍ସିରେ ପଶିବାକୁ ଚେଷ୍ଟା କଲେ ଜଣେ ମହିଳା

Published By : Tapas Panda | May 22, 2025 4:33 PM

Image Courtesy: nenews.in

ମୁମ୍ବାଇ: ସଲମାନ ଖାନଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ଦୁଇ ଜଣ ଅଭିନେତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଜଣେ ପୁରୁଷ ଏବଂ ପରେ ଜଣେ ମହିଳା ସଲମାନଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟକ୍ତି ଫିଲ୍ମ ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣା ମେ’ ୨୦ ସନ୍ଧ୍ୟାରେ ଘଟିଥିଲା । ଅଭିଯୁକ୍ତ ଜିତେନ୍ଦ୍ର କୁମାର ଏକ ଗାଡ଼ି ପଛରେ ଲୁଚି ସୋସାଇଟିରେ ପ୍ରବେଶ କରୁଥିବାର ଜଣାପଡ଼ିଥିଲା । ବାନ୍ଦ୍ରା ପୋଲିସ ଜିତେନ୍ଦ୍ର କୁମାର ସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି।

ଜିତେନ୍ଦ୍ର କୁମାର ଛତିଶଗଡ଼ର ବାସିନ୍ଦା । ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୩୨୯(୧) ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଜିତେନ୍ଦ୍ର କୁମାରଙ୍କ ପରେ ଜଣେ ମହିଳା ମଧ୍ୟ  ସଲମାନ ଖାନଙ୍କ ବିଲ୍ଡିଂରେ ପଶିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ମଧ୍ୟ ବାନ୍ଦ୍ରା ପୋଲିସ ଗିରଫ କରିଛି । ମେ’ ୨୨(ଗୁରୁବାର) ଭୋର ପ୍ରାୟ ୩:୩୦ ସମୟରେ ଇଶା ଛାବ୍ରା ନାମକ ଜଣେ ୩୨ ବର୍ଷୀୟା ମହିଳା ସଲମାନ ଖାନଙ୍କ ଘରେ ଥିବା ଲିଫ୍ଟ ଏରିଆରେ ପହଞ୍ଚି ଯାଇଥିଲେ । ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଧରି ନେଇଥିଲେ ଏବଂ ପୋଲିସରେ ଜିମା ଦେଇଥିଲେ । ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ, ବାନ୍ଦ୍ରା ପୋଲିସ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ କରୁଛି । 

ସୂଚନା ଅନୁଯାୟୀ, ୨୩ ବର୍ଷୀୟ ଜିତେନ୍ଦ୍ର କୁମାର ସଲମାନ ଖାନଙ୍କୁ ଭେଟିବା ପାଇଁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଥିଲେ । ସେ ଏକ କାର ପଛରେ ଲୁଚି ବିଲ୍ଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେଠାରେ ମୁତୟନ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ନେଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।  ସୁରକ୍ଷା କାରଣରୁ ଅଭିନେତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଇଛି ।  ଏହା ଜାଣିବା ସତ୍ତ୍ୱେ ବ୍ୟକ୍ତି ଜଣକ ଅଭିନେତାଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । 

ପଚରାଉଚରା ସମୟରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ସଲମାନ ଖାନଙ୍କୁ ଭେଟିବାକୁ ଚାହାଁନ୍ତି। କିନ୍ତୁ ପୋଲିସ ତାଙ୍କୁ ଅଭିନେତାଙ୍କ ସହ ସାକ୍ଷାତ କରାଇ ଦେଉନାହିଁ । ତେଣୁ ସେ ଲୁଚିଛପି ସଲାମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଉଲ୍ଲେଖନୀୟ ଯେ, ଅଭିନେତା ସଲମାନ ଖାନଙ୍କୁ ପୂର୍ବରୁ ଅନେକ ଥର ହତ୍ୟା ଧମକ ମିଳିଛି । ନିକଟରେ ତାଙ୍କ ଘର ବାହାରେ ଗୁଳିମାଡ଼ ମଧ୍ୟ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.